Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ଓସାକାଙ୍କୁ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୪।୯ (ଏପି): ଜାପାନର ନାଓମି ଓସାକା ଏଥର ୟୁଏସ୍‌ ଓପନ୍‌ ଟେନିସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ ଆର୍ଥର ଆସ୍‌ଲେ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୨୨ ବର୍ଷୀୟା ଓସାକା ୧-୬, ୬-୩, ୬-୩ ସେଟ୍‌ରେ ଅଣିସିଡ୍‌ ବେଲରୁଷର ଅଭିଜ୍ଞ ତାରକା ଭିକ୍ଟୋରିଆ ଆଜାରେଙ୍କାଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏଥି ସହିତ ସେ କ୍ୟାରିୟରର ଦ୍ୱିତୀୟ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଛନ୍ତି। ପୁଣି ପ୍ରଥମ ଏସୀୟ ଖେଳାଳି ଭାବେ ସେ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଏହାପୂର୍ବରୁ ସେ ୨୦୧୮ ୟୁଏସ୍‌ ଓପନ୍‌ ଓ ୨୦୧୯ରେ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ଜିତିଥିଲେ। ଏଥିସହ ଓସାକା ୩୦ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୨୨ କୋଟି ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ହାସଲ କରିଛନ୍ତି।
ଫାଇନାଲ ମୁକାବିଲାରେ ଚତୁର୍ଥ ସିଡ୍‌ ଓସାକା ଏକ ଘଣ୍ଟା ୫୩ ମନିଟ୍‌ରେ ବିଜୟ ହାସଲ କରିଥିଲେ। ତେବେ ସେ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ। ଏହା ପରେ ସେ ଦମ୍‌ଦାର ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବାକି ଦୁଇଟି ସେଟ୍‌ରେ ବିଜୟୀ ହୋଇ ବାଜି ମାରିଥିଲେ। ପ୍ରଥମ ସେଟ୍‌ରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ୩୧ ବର୍ଷୀୟା ଆଜାରେଙ୍କା ଏହି ପ୍ରଦର୍ଶନକୁ ବଜାୟ ରଖିପାରି ନ ଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ୟୁଏସ୍‌ ଓପନ୍‌ ଫାଇନାଲ ଜିତିବା ଘଟଣା ୨୫ ବର୍ଷ ତଳେ ଦେଖିବାକୁ ମିଳିଥିଲା। ୧୯୯୪ରେ ଷ୍ଟେଫି ଗ୍ରାଫ୍‌ଙ୍କ ବିପକ୍ଷରେ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆରାନସ୍କା ସାଞ୍ଚେଜ୍‌ ଭିକାରିଓ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଥିଲେ।
ମ୍ୟାଚ୍‌ ଅବସରରେ ବିଜୟୀ ହେବା କଥା ଚିନ୍ତା କରୁ ନ ଥିଲି। କେବଳ ଭଲ ଖେଳିବାକୁ ପ୍ରୟାସ କରିଥିଲି। ଶେଷରେ ବିଜୟୀ ହୋଇଥିବାରୁ ବେଶ୍‌ ଆନନ୍ଦିତ ବୋଲି ଓସାକା ମ୍ୟାଚ୍‌ ପରେ କହିଛନ୍ତି। ଓସାକା ଜଣେ ଜାପାନୀ ମା’ ଓ ହାଇତି ପିତାଙ୍କଠାରୁ ଜାପାନରେ ଜନ୍ମଗ୍ରହଣ କରିଥିଲେ। ୩ ବର୍ଷ ହୋଇଥିବା ବେଳେ ତାଙ୍କ ପରିବାର ଆମେରିକା ଚାଲିଯାଇଥିଲେ। ଓସାକା ଏବେ କାଲିଫର୍ନିଆରେ ରହୁଛନ୍ତି। ମ୍ୟାଚ୍‌ ଅବସରରେ ସେ ଏକ ମାସ୍କ ପିନ୍ଧିଥିଲେ। ଏଥିରେ ତାମିର ରାଇସ୍‌ ଲେଖାଯାଇଥିଲା। ରାଇସ୍‌ ଜଣେ କୃଷ୍ଣାକାୟ ବାଳକ। ୨୦୧୪ରେ ତାଙ୍କୁ ଓହିଓରେ ପୋଲିସ ମାରି ଦେଇଥିଲା। ବର୍ଣ୍ଣବୈଷମ୍ୟବାଦ୍‌କୁ ବିରୋଧ କରି ସେ ଫାଇନାଲରେ ଏହି ମାସ୍କ ପିନ୍ଧିଥିଲେ। ଟୁର୍ନାମେଣ୍ଟରେ ସେ ଏପରି ୭ଟି ମାସ୍କ ପିନ୍ଧିଥିଲେ। ଅନ୍ୟ ୬ଜଣ କୃଷ୍ଣକାୟ ବ୍ୟକ୍ତି ଅତ୍ୟାଚାର ଶିକାର ହୋଇଥିବାରୁ ସମସ୍ତଙ୍କ ପାଇଁ ସେ ଏହି ମାସ୍କଗୁଡିକ ପିନ୍ଧିଥିଲେ। ଓସାକାଙ୍କ ପ୍ରଦର୍ଶନରେ ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ ମଧ୍ୟ ଖୁସି ଜାହିର କରିଛନ୍ତି।
ଅନ୍ୟପଟେ ଆଜାରେଙ୍କା କ୍ରମାଗତ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇ ଜବରଦସ୍ତ ଫର୍ମରେ ଥିଲେ। ସେମିଫାଇନାଲରେ ସେ ସେରେନା ଓ୍ବିଲିୟମ୍ସଙ୍କୁ ୩ଟି ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହାପୂର୍ବରୁ ଆଜାରେଙ୍କା ୨୦୧୨ ଓ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଥିଲେ। ତେବେ ଏହି ଦୁଇବର୍ଷରେ ସେ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନାଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। କୋଭିଡ୍‌-୧୯ ମହାମାରୀ ପାଇଁ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri