ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି ଟାୱାର ଲୋକାର୍ପଣ କରିବା ପରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଏଣିକି ଅଞ୍ଚଳରେ ପାଠପଢୁଥିବା ଛାତ୍ରୀଛାତ୍ରମାନେ ଇଣ୍ଟରନେଟ୍‌ ସେବାର ସୁବିଧା ନେଇ ଆଗକୁ ବଢ଼ିବେ ଓ ଶିକ୍ଷିତ ତଥା ଯୁବବର୍ଗଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ଗୁରୁବାର ରାଷ୍ଟ୍ରପତି ଶିମିଳିପାଳ ଜାତୀୟ ଉଦ୍ୟାନର ଗୁଡୁଗୁଡ଼ିଆଠାରେ ରାତ୍ରିଯାପନ କରିଥିଲେ। ଶିମିଳିପାଳରେ ରହଣି ଅବସରରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ.ଗଣେଶ ରାମସିଂ ଖୁଣ୍ଟିଆ ଏହି ସଭାରେ ସ୍ବାଗତ ଭାଷଣ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଜନଜାତିର ଲୋକମାନେ ଉପସ୍ଥିତ ଥିଲେ। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିବା ସହ ଏହାର ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଥିଲେ। ପ୍ରୋଟେକଲ ଭାଙ୍ଗି ମଞ୍ଚରୁ ତଳକୁ ଓହ୍ଲାଇ ଆସି ଆଦିବାସୀ ମହିଳା ଓରପା ଯୁବବର୍ଗଙ୍କ ସହ ଭାବ ବିନିମୟ କରିଥିଲେ। ଏହି ସମୟରେ ଜଣେ ଯୁବକ ରାଷ୍ଟ୍ରପତିଙ୍କୁ କହିଛନ୍ତି, ମୁଁ ଏମ୍‌.କମ୍‌ ପଢିକି ଘରେ ରହିଛି। ଚାକିରି ମିଳୁନାହିଁ। ଏହି ସମୟରେ ରାଷ୍ଟ୍ରପତି କହିଛନ୍ତି ଖାଲି ପଢିଦେଲେ ହେବନି। ଏବେ କମ୍ପିଟିଶନ ଯୁଗ। ସଂଘର୍ଷ କରିବାକୁ ହେବ। ଯେଉଁମାନେ ଧାଡିରେ ଛିଡା ହୁଅନ୍ତି ସେମାନଙ୍କୁ ପ୍ରାଇଜ୍‌ ମିଳେନି। ଯିଏ ଆଗେ ଦୌଡେ ସିଏ ହିଁ ସଫଳତା ହାସଲ କରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri