ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଭାଜପାରୁ ମନୋଜ ମେହେର, ବିଜେଡିରୁ ଦିବ୍ୟଶଙ୍କର ମିଶ୍ର, କଂଗ୍ରେସରୁ ତୁଲେଶ୍ୱର ନାଏକଙ୍କ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ଭାଜପାରୁ ମନୋଜ ମେହେର ଓ ବିଜେଡିରୁ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ କଢା ମୁକାବିଲା ହୋଇଥିଲା। ଏଥିରେ ମନୋଜ ପରାସ୍ତ ହୋଇଥିଲେ ସୁଦ୍ଧା ୫ ବର୍ଷ ଧରି ନିୟମିତ ଭାବେ ତାଙ୍କର ସଙ୍ଗଠନ ଜାରି ରଖିଥିବାରୁ ଦଳ ପୁନର୍ବାର ତାଙ୍କୁ ଭରସା କରି ଟିକେଟ ଦେଇଛି। ଏପଟେ ମୋଦି ଲହରକୁ ନେଇ ନିର୍ବାଚନ ବୈତରଣୀ ଅତିକ୍ରମ କରିବାକୁ ଚେଷ୍ଟା ଜାରି ରହିଛି। ବିଜେଡିରୁ ଦିବ୍ୟଶଙ୍କର ମିଶ୍ର ଦଳରୁ କ୍ରମାଗତ ୨ଥର ବିଧାୟକ ହୋଇ ବର୍ତ୍ତମାନ ହାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଗତ ୧୦ବର୍ଷର ବିକାଶମୂଳକ କାର୍ଯ୍ୟ ଏବଂ ନିଜର ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ପୂର୍ବରୁ ମହାଲିଙ୍ଗ ସନ ସାଇନ କଲେଜ ମମିତା ମେହେର ହତ୍ୟା ଘଟଣାରେ ବିବାଦ ଘେରରେ ଆସିଥିଲେ। କିନ୍ତୁ ତାଙ୍କୁ ନିର୍ଦୋଷ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା। ଏହିସବୁ ଭିତରେ ଜନ ସାଧାରଣ ଆଗକୁ କିପରି ଭାବେ ତାଙ୍କୁ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ତଥା ଭକ୍ତଦାସଙ୍କ ଘନିଷ୍ଠ ଅନୁଗତ ତୁଲେଶ୍ୱର ନାଏକ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର ପାରମ୍ପରିକ ଆଦିବାସୀ ଭୋଟ, ମହିଳା, ଯୁବକ, ଚାଷୀ ବର୍ଗରଲୋକଙ୍କୁ ଆକୃଷ୍ଟ କରିବା ଲାଗି କଂଗ୍ରେସ ପ୍ରୟାସ ଜାରି ରଖିଛି। ଏଥର ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରେ ପ୍ରମୁଖ ଦଳର ୨ ପ୍ରାର୍ଥୀ ପୁରୁଣା ହୋଇଥିବା ବେଳେ କଂଗ୍ରେସରୁ ନୂଆମୁହଁକୁ ଟିକେଟ ଦେଇଛି। ପ୍ରାର୍ଥୀ ଘୋଷଣା ପରେ ସମସ୍ତେ ନିଜର ରଣନୀତି ଆରମ୍ଭ କଲେଣି। ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ଦାଦନ ଶ୍ରମିକ, ଧାନ ଅଭାବୀ ବିକ୍ରି, ବେକାରୀ ବୃଦ୍ଧି ସହିତ ଏବେ ବି ଅନେକ ଉପାନ୍ତ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ହୋଇପାରି ନାହିଁ। ଅନେକ ବ୍ଲକ ଅନଗ୍ରସର ଅବସ୍ଥାରେ ରହିଛି। ପ୍ରମୁଖ ଦଳର ୩ ମୁହଁକୁ ନେଇ ବିଧାନସଭା ନିର୍ବାଚନ ରୋଚକ ମୋଡ଼ରେ ପହଞ୍ଚତ୍ଛି। ଗତ ନିର୍ବାଚନରେ କଂଗ୍ରେସର ଭଲ ସଙ୍ଗଠନ ନ ଥିଲା। ଫଳରେ ବିଜେଡି ଜିତିଥିଲା। ଏଥର ଗୋଲାମୁଣ୍ଡା ବ୍ଲକରୁ ତିଲେଶ୍ୱର କଂଗ୍ରେସ ଟିକେଟ ପାଇଛନ୍ତି। ତେଣୁ ଏଠାରେ ୩ ରାଜନୈତିକ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ, ଭିଏତନାମରେ କଲେ….

ଭବାନୀପାଟଣା,୪।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂଲିଶ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?