ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଭାଜପାରୁ ମନୋଜ ମେହେର, ବିଜେଡିରୁ ଦିବ୍ୟଶଙ୍କର ମିଶ୍ର, କଂଗ୍ରେସରୁ ତୁଲେଶ୍ୱର ନାଏକଙ୍କ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ଭାଜପାରୁ ମନୋଜ ମେହେର ଓ ବିଜେଡିରୁ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ କଢା ମୁକାବିଲା ହୋଇଥିଲା। ଏଥିରେ ମନୋଜ ପରାସ୍ତ ହୋଇଥିଲେ ସୁଦ୍ଧା ୫ ବର୍ଷ ଧରି ନିୟମିତ ଭାବେ ତାଙ୍କର ସଙ୍ଗଠନ ଜାରି ରଖିଥିବାରୁ ଦଳ ପୁନର୍ବାର ତାଙ୍କୁ ଭରସା କରି ଟିକେଟ ଦେଇଛି। ଏପଟେ ମୋଦି ଲହରକୁ ନେଇ ନିର୍ବାଚନ ବୈତରଣୀ ଅତିକ୍ରମ କରିବାକୁ ଚେଷ୍ଟା ଜାରି ରହିଛି। ବିଜେଡିରୁ ଦିବ୍ୟଶଙ୍କର ମିଶ୍ର ଦଳରୁ କ୍ରମାଗତ ୨ଥର ବିଧାୟକ ହୋଇ ବର୍ତ୍ତମାନ ହାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଗତ ୧୦ବର୍ଷର ବିକାଶମୂଳକ କାର୍ଯ୍ୟ ଏବଂ ନିଜର ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ପୂର୍ବରୁ ମହାଲିଙ୍ଗ ସନ ସାଇନ କଲେଜ ମମିତା ମେହେର ହତ୍ୟା ଘଟଣାରେ ବିବାଦ ଘେରରେ ଆସିଥିଲେ। କିନ୍ତୁ ତାଙ୍କୁ ନିର୍ଦୋଷ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା। ଏହିସବୁ ଭିତରେ ଜନ ସାଧାରଣ ଆଗକୁ କିପରି ଭାବେ ତାଙ୍କୁ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ତଥା ଭକ୍ତଦାସଙ୍କ ଘନିଷ୍ଠ ଅନୁଗତ ତୁଲେଶ୍ୱର ନାଏକ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର ପାରମ୍ପରିକ ଆଦିବାସୀ ଭୋଟ, ମହିଳା, ଯୁବକ, ଚାଷୀ ବର୍ଗରଲୋକଙ୍କୁ ଆକୃଷ୍ଟ କରିବା ଲାଗି କଂଗ୍ରେସ ପ୍ରୟାସ ଜାରି ରଖିଛି। ଏଥର ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରେ ପ୍ରମୁଖ ଦଳର ୨ ପ୍ରାର୍ଥୀ ପୁରୁଣା ହୋଇଥିବା ବେଳେ କଂଗ୍ରେସରୁ ନୂଆମୁହଁକୁ ଟିକେଟ ଦେଇଛି। ପ୍ରାର୍ଥୀ ଘୋଷଣା ପରେ ସମସ୍ତେ ନିଜର ରଣନୀତି ଆରମ୍ଭ କଲେଣି। ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ଦାଦନ ଶ୍ରମିକ, ଧାନ ଅଭାବୀ ବିକ୍ରି, ବେକାରୀ ବୃଦ୍ଧି ସହିତ ଏବେ ବି ଅନେକ ଉପାନ୍ତ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ହୋଇପାରି ନାହିଁ। ଅନେକ ବ୍ଲକ ଅନଗ୍ରସର ଅବସ୍ଥାରେ ରହିଛି। ପ୍ରମୁଖ ଦଳର ୩ ମୁହଁକୁ ନେଇ ବିଧାନସଭା ନିର୍ବାଚନ ରୋଚକ ମୋଡ଼ରେ ପହଞ୍ଚତ୍ଛି। ଗତ ନିର୍ବାଚନରେ କଂଗ୍ରେସର ଭଲ ସଙ୍ଗଠନ ନ ଥିଲା। ଫଳରେ ବିଜେଡି ଜିତିଥିଲା। ଏଥର ଗୋଲାମୁଣ୍ଡା ବ୍ଲକରୁ ତିଲେଶ୍ୱର କଂଗ୍ରେସ ଟିକେଟ ପାଇଛନ୍ତି। ତେଣୁ ଏଠାରେ ୩ ରାଜନୈତିକ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri