ସମ୍ବଲପୁରକୁ ନେଇ ପ୍ରସନ୍ନ ଅସନ୍ତୁଷ୍ଟ, ପ୍ରାର୍ଥୀ ଅଦଳବଦଳ କରିବ ବିଜେଡି

ଭୁବନେଶ୍ୱର, ୧୭।୪: ବିଜେଡି ନିକଟରେ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ ପୁନର୍ବାର ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତେଣୁ ସମ୍ବଲପୁର ଓ ରେଢ଼ାଖୋଲ ବିଜେଡି ପ୍ରାର୍ଥୀ ଅଦଳବଦଳ ହେବା ସମ୍ଭାବନା ରହିଛି।

ସମ୍ବଲପୁର ବିଧାନସଭା ଆସନରେ ତିନି ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଥିଲେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ। ଏହାମଧ୍ୟରେ ବିଧାୟକ ରୋହିତ ପୂଜାରୀଙ୍କୁ ତାଙ୍କ ନିଜ ନର୍ବାଚନମଣ୍ଡଳୀ ରେଢ଼ାଖୋଲରୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ରାଜ୍ୟରେ ବିଜୟ ଲକ୍ଷ୍ୟ ରଖିଛି ବିଜେଡି। ତେଣୁ କୌଣସି ପ୍ରକାର ବ୍ୟତିକ୍ରମ ଘଟି ବିଜେଡି ଭୋଟ୍‌ ଯେପରି ପ୍ରଭାବିତ କରା ନ ଯାଏ, ସେଥିପ୍ରତି ବିଜେଡି ରାଜ୍ୟ ନେତୃବର୍ଗ ସବୁ ପ୍ରକାର ରଣନୀତି ଆପଣାଇଛି। ଏହି ଦୃଷ୍ଟିରୁ ସମ୍ବଲପୁରରେ ଲାଗିରହିଥିବା ଗୋଷ୍ଠୀ ବିବାଦର ଅନ୍ତ ଘଟାଇବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରସନ୍ନଙ୍କ ପାଇଁ ସମ୍ବଲପୁର ନୂଆ ହୋଇ ନ ଥିଲେ ମଧ୍ୟ ସେ ଏହା ପୂର୍ବରୁ କେବେହେଲେ ସମ୍ବଲପୁର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ବିଜେଡି ଟିକେଟ୍‌ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ୩ଥର ଜିତିଛନ୍ତି। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଲଗାତର ତିନିଥର ଏମ୍‌ପି ନିର୍ବାଚିତ ହେବା ସହ ୨୦୦୯ରେ ରେଢ଼ାଖୋଲ ଆସନରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।

ପ୍ରସନ୍ନ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ହେଲେ ସମ୍ବଲପୁର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri