ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚାହିଦା ବଢ଼ୁଛି

ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍‌ ଶୋ’ରୁମ୍‌ ପ୍ରତିଷ୍ଠା କରିଥିବା ରିଦ୍ଧିସିଦ୍ଧିର ନିର୍ଦ୍ଦେଶକ ଅମିତ୍‌ ଅଗରଓ୍ବାଲ୍‌ ସାମ୍ପ୍ରତିକ ବ୍ରାଣ୍ଡ୍‌ ବ୍ୟବସାୟକୁ ନେଇ ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ଅନେକ କଥା ଶେୟାର କରିଛନ୍ତି।

ବ୍ୟବସାୟିକ ଜୀବନ କିପରି ଆରମ୍ଭ ହୋଇଥିଲା?
ମୋ ବାପା ବିଜୟ କୁମାର ଅଗ୍ରଓ୍ବାଲ୍‌ଙ୍କର କଟକ ମାଲ୍‌ଗୋଦାମରେ ଖାଇବା ତେଲ ଓ ଚିନି ବ୍ୟବସାୟ ରହିଛି। ମୁଁ କଲେଜ ପାଠ ପଢ଼ିବା ସହିତ ତାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲି। ବି.କମ୍‌ ପାସ୍‌ ପରେ ନିଜସ୍ବ ଷ୍ଟେଶନାରି ସରଞ୍ଜାମ ବିଭିନ୍ନ ସରକାରୀ ବିଭାଗକୁ ଯୋଗାଉଥିଲି। ପରେ ଏଫ୍‌ଏମ୍‌ସିଜି ବିତରକ ଭାବେ ବ୍ୟବସାୟ ଆରମ୍ଭ କରିଥିଲି। ମାତ୍ର ମହାବାତ୍ୟାରେ ଗୋଦାମ ଘରେ ପାଣି ପଶିଯିବାରୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏହାପରେ ଭିଡିଓକନ୍‌ କମ୍ପାନୀର ଏକ ଶୋ’ରୁମ୍‌ ଖୋଲିବା ସୁଯୋଗ ମିଳିଲା।
ଇଲେକ୍ଟ୍ରୋନିକ୍‌ ଛାଡ଼ି ପୋଷାକପତ୍ର ବ୍ୟବସାୟ କାହିଁକି ଆପଣେଇଲେ?
୨୦୦୦ ମସିହାରେ ପ୍ରଥମେ ଭିଡିଓକନ୍‌ର ଏକ ସ୍ବତନ୍ତ୍ର ଶୋ’ରୁମ୍‌ ରାଣୀହାଟଠାରେ ଖୋଲିଥିଲି। ବ୍ୟବସାୟ ଠିକ୍‌ଠାକ୍‌ ଥିଲା କିନ୍ତୁ, ପରବର୍ତ୍ତୀ ସମୟରେ କମ୍ପାନୀ ନୀତିରେ ପରିବର୍ତ୍ତନ ହୋଇ ଶୋ’ରୁମ୍‌ଗୁଡ଼ିକ ବନ୍ଦ ହୋଇଗଲା। ପରେ ମୁଁ ଏହାକୁୁ ମଲ୍ଟିବ୍ରାଣ୍ଡ୍‌ ଶୋ’ରୁମ୍‌ରେ ପରିବର୍ତ୍ତନ କଲି। ପ୍ରତିଯୋଗିତାମୂଳକ ବଜାରରେ ପ୍ରାଇସ୍‌ ଅଣ୍ଡର୍‌କଟିଂ କରି ବିକ୍ରି ହେବାରୁ ମୁଁ ଅତିଷ୍ଠ ହୋଇ ଏହି ବିଜ୍‌ନେସକୁ ବନ୍ଦ କରିବାକୁ ମନସ୍ଥ କଲି ଏବଂ ପୋଷାକପତ୍ର ବ୍ୟବସାୟ ପ୍ରତି ମନ ବଳାଇଲି।
ବ୍ରାଣ୍ଡେଡ୍‌ ପୋଷାକର ବ୍ୟବସାୟ ଯାତ୍ରା କିପରି ଅଛି?
୨୦୦୫ ମସିହାରେ ପିଲାମାନଙ୍କ ପୋଷାକପତ୍ର ଖୁଚୁରା ଦୋକାନ ‘ପ୍ଲାନେଟ୍‌ କିଡ୍ସ’ କଟକ ମାତାମଠରେ ଆରମ୍ଭ କଲି। ଏହି ସମୟରେ ଦେଶର ବଡ଼ବଡ଼ ସହରଗୁଡ଼ିକରେ ବୁଲିବା ବେଳେ ଓଡ଼ିଶାରେ ବ୍ରାଣ୍ଡେଡ୍‌ ଖୁଚୁରା ଶୋ’ରୁମ୍‌ ପ୍ରତିଷ୍ଠା କରିବାର ଆଇଡିଆ ଆସିଥିଲା। କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ ପରେ ବ୍ଲାକ୍‌ବେରି, ଲିଭାଇସ୍‌, ଆଡିଡାସ୍‌ ପରି ପ୍ରତିଷ୍ଠିତ କମ୍ପାନୀର ଫ୍ରାଞ୍ଚାଇଜ୍‌ ମିଳିଲା। ଗ୍ରାହକଙ୍କ ଚାହିଦା ଓ ଆଗ୍ରହକୁ ଦେଖି ବିବା, ଟର୍‌ଟଲ୍‌, ମଣ୍ଟେକାର୍ଲୋ, ଟୁଇଲ୍‌ସ, ରେମଣ୍ଡ୍‌ସ, ଆରୋ, ଲିନେନ୍‌ କ୍ଲବ୍‌, ମାନ୍ୟବର, ପୁମା ୟୁସିବି ଆଦି ବ୍ରାଣ୍ଡ୍‌କୁ ନେଇ ଅନେକ ଶୋ’ରୁମ୍‌ କରିବାର ଯୋଜନା ସଫଳ ହେଲା। ଏଥିସହିତ ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର ଆଦି ସହରରେ ଏକାଧିକ ଶୋ’ରୁମ୍‌ ପ୍ରତିଷ୍ଠା କରି ଲୋକଙ୍କୁ ସେବା ଯୋଗାଉଛି।
ବ୍ୟବସାୟରେ ଥିବା ଅସୁବିଧାର ସମାଧାନ କିପରି କରୁଛନ୍ତି?
ଅନ୍‌ଲାଇନ୍‌ରେ ପୋଷାକ ଆଦି ବ୍ୟବସାୟ ଆମ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଡେଡ୍‌ ଷ୍ଟକ୍‌ ରିହାତି ଏହି ସମସ୍ୟାକୁ ବଢ଼ାଇ ଦେଉଛି। ଆମେ ଗ୍ରାହକମାନଙ୍କ ପାଇଁ ପ୍ରତ୍ୟକ୍ଷ ଭାବରେ କପଡ଼ା, ଡିଜାଇନ୍‌, ରଙ୍ଗ ଆଦିର ଅନୁଭବ ପ୍ରଦାନ କରିଥାଉ। ଏହାଛଡ଼ା କମ୍ପାନୀର ସଦ୍ୟ ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଋତୁ ଅନୁଯାୟୀ ଶୋ’ରୁମ୍‌ରେ ଉପଲବ୍ଧ କରାଇଥାଉ। ଏହାଛଡ଼ା ପର୍ବପର୍ବାଣି, ବାହାଘର ଆଦି ବିଭିନ୍ନ ଉତ୍ସବ ସମୟରେ ଅଫର ଯୋଜନା କାର୍ଯ୍ୟକାରୀ କରିଥାଉ। ବର୍ଷରେ ଦୁଇଥର ଷ୍ଟକ୍‌ କ୍ଲିୟରାନ୍ସ ସେଲ୍ସ ଯୋଜନା କରିଥାଉ।
ଆଗାମୀ ଦିନ ପାଇଁ କି ଯୋଜନା ରହିଛି?
ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକ ସହ ଅଧିକ ଜଡ଼ିତ ହେବୁ। ଓଡ଼ିଶାର ଆହୁରି ଅନେକ ସହରରେ ଆମ ବ୍ୟବସାୟ ବଢ଼ାଇବାକୁ ପ୍ରୟାସ କରିବୁ। ଏଥିସହିତ ମହିଳା ଓ ପିଲାମାନଙ୍କ ପୋଷାକର ସ୍ବତନ୍ତ୍ର ଶୋ’ରୁମ୍‌ ଖୋଲିବା ଯୋଜନା ମଧ୍ୟ ରହିଛି।
ମାନ୍ଦାବସ୍ଥା ଓ କୋଭିଡ୍‌ ଭଳି ସ୍ଥିତିର ମୁକାବିଲା କିଭଳି କରିଥିଲେ?
ମାନ୍ଦାବସ୍ଥାରେ ବ୍ୟବସାୟ କମିଗଲା। ସେଥିରୁ ଉଦ୍ଧାର ପାଇଁ ଭିନ୍ନ ଭିନ୍ନ ରିହାତି ଅଫର୍‌ ଦେଇ ବ୍ୟବସାୟ ଚଳାଇଥିଲୁ। ମାତ୍ର କୋଭିଡ୍‌ ସମୟରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ ସାମାଜିକ ଉତ୍ସବ ଉପରେ କଟକଣା ଯୋଗୁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ପରେ ସମସ୍ତଙ୍କ ସହଯୋଗ ପାଇ ଆଗକୁ ବଢ଼ିଲି। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କ୍‌, କମ୍ପାନୀ ଓ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ମନୋବଳ ବଢ଼ାଇ ଦେଇଥିଲା।
ବ୍ରାଣ୍ଡେଡ୍‌ ଶୋ’ରୁମ୍‌ରେ କାରବାର କିଭଳି ଚାଲିଛି?
ଆମ ରାଜ୍ୟରେ ବ୍ରାଣ୍ଡ୍‌ ସଚେତନତା କ୍ରମଶଃ ବଢ଼ୁଛି। ଗ୍ରାହକମାନେ ବହୁ ସଂଖ୍ୟାରେ ସ୍ବତନ୍ତ୍ର ଶୋ’ରୁମ୍‌କୁ ଆସିଗଲେଣି। କୋଭିଡ୍‌ ଯୋଗୁ ବଡ଼ ସହରରେ ରହି କାମ କରୁଥିବା ଲୋକେ ଘରକୁ ଫେରିଲେ। ସେମାନଙ୍କ ଚାହିଦା ପୂରଣ କରିବାକୁ ଆମ ଶୋ’ରୁମ୍‌ ସମର୍ଥ ହେଲା। ଏପରି କି ସହର ନିକଟବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଗ୍ରାହକମାନେ ଆସୁଛନ୍ତି।
ବର୍ତ୍ତମାନ ସ୍ଥିତିରେ ବହୁ ମଲ୍‌ ଖୋଲିଗଲାଣି। ଖୁଚୁରା ଶୋ’ରୁମ୍‌କୁ ଏହା କ୍ଷତି ପହଞ୍ଚାଇବ କି?
ସ୍ବତନ୍ତ୍ର ଶୋ’ରୁମ୍‌ଗୁଡ଼ିକରେ କମ୍ପାନୀ ଉତ୍ପାଦିତ ସମସ୍ତ ଉତ୍ପାଦ ଉପଲବ୍ଧ ହୋଇଥାଏ। ଗ୍ରାହକମାନଙ୍କୁ ସଦ୍ୟ ପ୍ରସ୍ତୁତ ନୂଆ ଡିଜାଇନ୍‌ ଆକର୍ଷିତ କରିଥାଏ। ପ୍ରାୟତଃ ଯୁବଗୋଷ୍ଠୀ ବ୍ରାଣ୍ଡେଡ୍‌ ଖୁଚୁରା ଷ୍ଟୋର୍‌ରୁ କ୍ରୟ କରିଥାଆନ୍ତି। ତେଣୁ କେତେକ ଡିସ୍‌କାଉଣ୍ଟରେ ରୁଚି ରଖୁଥିବା ଗ୍ରାହକଙ୍କୁ ଛାଡ଼ିଦେଲେ ଗୁଣବତ୍ତା ଦେଖୁଥିବା ଗ୍ରାହକମାନେ ବ୍ୟବସାୟ ଅବ୍ୟାହତ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?