୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୨୬ା୬(ସୁନିତ୍‌ ମିଶ୍ର): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ବେଳେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଜିତା ଟୁଇଟ୍‌ କରି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କରାଯାଉଛି, ତେବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପାଇଁ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯିବ କୁହନ୍ତୁ। ଯଦି ଜଣେ ବ୍ୟକ୍ତି ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ଯାଉଛନ୍ତି ତେବେ ତାଙ୍କୁ କାହିଁକି ଏତେ ଭୟ ଏବଂ ଅସୁରକ୍ଷିତ ମନେ ହେଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏହାସହ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ରହୁଥିବା ପୋଲିସ କର୍ମଚାରୀମାନଙ୍କ ଡ୍ରେସ୍‌ କୋର୍ଡକୁ ନେଇ ମଧ୍ୟ ଅପରାଜିତା ବର୍ଷିଛନ୍ତି।
ଏକ ଭିଏଚ୍‌ଏଫ୍‌ ଦ୍ୱାରା ବରଗଡ଼ ଜିଲାର ସଦର ଟାଉନ, ପଦମ୍‌ପୁର, ଅମ୍ବାଭୋନା, ଅତାବିରା ଏବଂ ଭଟ୍‌ଲି ପୋଲିସ ଷ୍ଟେଶନର ଆଇଆଇସିମାନଙ୍କୁ ଏକ ମେସେଜ୍‌ ଜାରି କରାଯାଇଛି। ୫-ଟି ସଚିବ ରବିବାର ସକାଳ ୭ଟାରେ ବରଗଡ଼ ଯାଉଥିବା ସେଥିରେ ଉଲ୍ଲେଖ କରାଯାଇଛି। ଏଥିରେ ଉପସ୍ଥିତ ରହିବା ପାଇଁ ଯେଉଁ ୨୫ ଜଣ ପୋଲିସ କର୍ମଚାରୀଙ୍କ ନାଁ ଦିଆଯାଇଛି ସେମାନଙ୍କୁ ସମୟ ପୂର୍ବରୁ ସେଠାରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦେବାକୁ ଏହି ୫ ଥାନାର ଆଇଆଇସିମାନଙ୍କୁ କୁହାଯାଇଛି। ଏହାସହ ସେମାନେ ବ୍ଲୁ କିମ୍ବା ବ୍ଲାକ୍‌ ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଶାର୍ଟ ପିନ୍ଧିବା ପାଇଁ କୁହାଯାଇଛି। ଏହି ଭିଏଚ୍‌ଏଫ୍‌ ମେସେଜ୍‌କୁ ନେଇ ବିରୋଧୀମାନେ ପୁଣି ସରକାରଙ୍କ ଶାସନ ବ୍ୟବସ୍ଥା ଆଡକୁ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବାବେଳେ ପୁରପଲ୍ଲୀରେ ରହୁଥିବା ଅସହାୟ ଶିକ୍ଷୟିତ୍ରୀମାନଙ୍କୁ ଗୋଲାପୀ ଶାଢ଼ି ପିନ୍ଧିବାକୁ ବାଧ୍ୟ କରିଥିଲେ।
ସେହିପରି ପାଣ୍ଡିଆନଙ୍କ ଗସ୍ତକୁ ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆର୍‌ଟିଓ ବରଗଡ଼ଙ୍କୁ ଗତ ୨୩ ତାରିଖରେ ଏକ ଚିଠି ଜାରି କରାଯାଇଛି। ରବିବାରରୁ ମଙ୍ଗଳବାର ବରଗଡ଼ରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଆର୍‌ଟିଓଙ୍କୁ ୫-ଟି ସଚିବଙ୍କ କାର୍ଯ୍ୟକ୍ରମସ୍ଥଳୀରେ ୮ଟି ଗାଡ଼ି ପହଞ୍ଚାଇବାକୁ କୁହାଯାଇଛି। ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ୫-ଟି ସଚିବଙ୍କ ବିଭିନ୍ନ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ସେ ଗସ୍ତ କରୁଛନ୍ତି ନା ନାହିଁ ଏନେଇ ତାଙ୍କୁ ପ୍ରଶ୍ନ କରାଯାଇଛି। ଆର୍‌ଟିଆଇ ତଥ୍ୟରେ ସିଏମ୍‌ଓ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କୁହାଯାଉଛି। ଯଦି ଏହା ସତ୍ୟ, ତେବେ ଏହା ଏକ ଜଘନ୍ୟ କଥା। କାରଣ ସରକାରଙ୍କ ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଛନ୍ତି, ତାଙ୍କ ପାଇଁ ପୋଲିସ ବନ୍ଦୋବସ୍ତ ହେଉଛି ଏବଂ ମାଳମାଳ ଗାଡ଼ିର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଯଦି ଏହା ହେଉଛି, ତେବେ ଏହା ତାଙ୍କ କଣ୍ଡକ୍ଟ ରୁଲ୍‌ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri