କଟକ ମେୟରଙ୍କୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସମସ୍ତ ଦଳରେ ଅଙ୍କ କଷା ଜାରି ରହିଛି। ଆଶାୟୀଙ୍କ ତାଲିକା ଲମ୍ବା ରହିଛି ସତ ହେଲେ ଦଳ କାହାକୁ ଟିକେଟ ଦେବ ସେ ନେଇ ଏବେ ନାନା କଳ୍ପନା ଜଳ୍ପନା ଚାଲିଛି। ନିର୍ବାଚନକୁ ନେଇ ସମସ୍ତେ ନିଜ ନିଜ ସଙ୍ଗଠନ ମଜଭୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ବୁଧବାର ପଖାଳ ଦିବସ ପାଳନ କରାଯାଇଥିବାବେଳେ ଏହି ଦିବସକୁ ପ୍ରଥମକରି ବ୍ୟକ୍ତିଗତ ଭାବେ ବାରବାଟୀ କିଲ୍ଲା ପରିସରରେ ଥିବା ନିଜ ସରକାରୀ କ୍ବାର୍ଟର୍ସରେ ପାଳନ କରିବାକୁ ପଛାଇ ନାହାନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। ଏଥିରେ ସାମିଲ ହେବା ଲାଗି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ବାରବାଟୀ-କଟକ, ଚୌଦ୍ୱାର-କଟକ ବିଜେଡିର ନେତୃବୃନ୍ଦଙ୍କ ସମେତ ସିଏମ୍‌ସିର ସମସ୍ତ କର୍ପୋରେଟର, ଶାନ୍ତି କମିଟି କର୍ମକର୍ତ୍ତା, ସମସ୍ତ ପୂଜା କମିଟି କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏଥିରେ ଦେବାଶିଷଙ୍କ ସମେତ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ନେତୃବୃନ୍ଦ ଉପସ୍ଥିତ ନ ଥିଲେ। ସେହିପରି ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଆସି ନ ଥିବାବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ। ତେବେ ମେୟର ସୁବାସ ପୂର୍ବରୁ କେବେ ଏପରି ଆଡମ୍ବର ସହ ପଖାଳ ଦିବସ ପାଳନ କରି ନ ଥିବାବେଳେ ଏବେ ନିର୍ବାଚନ ସମୟରେ ଏପରି ଭାବେ ପାଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ପୂର୍ବରୁ କୌଣସି ରାଜନେତା ଏଭଳି ଢଙ୍ଗରେ ପଖାଳ ଦିବସ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବା କଟକରେ ପ୍ରଥମ ବୋଲି କେତେଜଣଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ତେବେ ନିର୍ବାଚନକୁ ନେଇ ବାରବାଟୀ-କଟକ ଆସନରୁ ଭାଗ୍ୟ ପରୀକ୍ଷା ଲାଗି ମେୟର ସୁବାସଙ୍କ ପାଇଁ ସୁଯୋଗ ରହିଥିବାବେଳେ ପଖାଳ ଦିବସ ମାଧ୍ୟମରେ ସେ ବନ୍ଧୁମିଳନ କରି ଲୋକଙ୍କ ନିକଟତର ହେବାଲାଗି ଏକ ପ୍ରୟାସ ବୋଲି ଲୋକେ ବେଶ୍‌ ଟୁପୁରୁଟାପର ହେଉଛନ୍ତି। ହେଲେ ମେୟର ଏହି ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ପଖାଳ ହେଉଛି ଓଡ଼ିଆଙ୍କ ପରିଚୟ। ଏହା ସ୍ବାସ୍ଥ୍ୟକର ଖାଦ୍ୟ। ସବୁବର୍ଗର ଲୋକଙ୍କୁ ଏକଜୁଟ୍‌ କରିବା ସହ ଏହି ଦିବସକୁ ମିଶି ପାଳିବା ପାଇଁ ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝି, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ‘ସମାଜ’ର ପ୍ରକାଶକ ଡ. ପ୍ରଭାସ ରଞ୍ଜନ ଆଚାର୍ଯ୍ୟ, ସମ୍ପାଦକ ଡ. ପ୍ରମୋଦ ମହାପାତ୍ର, ଆଇନଜୀବୀ ଶଶିଭୂଷଣ ଦାସ, ସାହିତି୍ୟକ ତରୁଣ ସାହୁ, ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂ, ବିଶ୍ୱଜିତ୍‌ ମହାନ୍ତିଙ୍କ ସମେତ ସମସ୍ତ କର୍ପୋରେଟର, ବୁଦ୍ଧିଜୀବୀଙ୍କ ସହ ସମସ୍ତ ସମ୍ପ୍ରଦାୟର ଲୋକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri