ପୋଲିସ ହାତରେ ହତ୍ୟା କରାଇ ପାଗଳ କହୁଛନ୍ତି

ଭୁବନେଶ୍ୱର,୩୦।୧(ବ୍ୟୁରୋ):ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ସର୍ଭିସ ବନ୍ଧୁକରେ ଗୁଳି କରି ସର୍ବସମ୍ମୁଖରେ ହତ୍ୟା କରିଛନ୍ତି। ଏହା ଦୁଃଖଦ ଘଟଣା। ଏହି ଘଟଣାରେ ବ୍ୟକ୍ତିଗତ ଭାବେ ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଉଛି। ଅନ୍ୟପକ୍ଷେ ରାଜ୍ୟ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁ ନ ଥିବାବେଳେ ଜନସାଧାରଣଙ୍କୁ କିଭଳି ସୁରକ୍ଷା ଦେବେ। ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରି ଯୋଜନା ବଦ୍ଧ ଭାବେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏବେ ଗୁଳି କରିଥିବା ପୋଲିସକୁ ପାଗଳ କହିବା ଓ ପ୍ରମାଣ କରିବାରେ ସମସ୍ତେ ପୂରାଦମ୍‌ରେ ଲାଗିପଡ଼ିଛନ୍ତି। ଯଦି ପୋଲିସ ପୂର୍ବରୁ ପାଗଳ ଥାଇ ମେଡିସିନ ଖାଉଥିଲେ ତାହା ହେଲେ ତାଙ୍କୁ ସର୍ଭିସ ବନ୍ଧୁକ ଦେଲା କିଏ। କିଭଳି ଭାବେ କାମ କରିବାକୁ ତାଙ୍କୁ ଅନୁମତି ଦିଆଯାଇଥିଲା। ପୋଲିସକୁ ପାଗଳ କହି ଯୋଜନାବଦ୍ଧ ଷଡଯନ୍ତ୍ର କରି ହତ୍ୟାକୁ ସରକାର ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ଏଥିରେ ବଡ ବଡ ମୁଣ୍ଡଙ୍କ ସମ୍ପୃକ୍ତି ରହିଛି। ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ରାଜ୍ୟ ସରକାର ଅଧୀନରେ କାମ କରେ। ଯେଉଁ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ସେ ବିଜେଡି କର୍ମୀମାନଙ୍କ ଭଳି କାମ କରନ୍ତି। ପୂର୍ବରୁ ଅନେକ ଉଦାହରଣ ରହିଛି। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ। ନିଶ୍ଚିତ ଭାବେ ସବୁ ସତ୍ୟାସତ୍ୟ ସାମ୍‌ନାକୁ ଆସିଯିବ ଏବଂ ବଡ ମୁଣ୍ଡ ଗିରଫ ହେବେ।
– ଜୟନାରାୟଣ ମିଶ୍ର, ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନେଇଥାନ୍ତେ ଅବସର, ହେଲେ…

ଗୁଣପୁର,୨୯ା୧୦(ଡି.ଏନ୍‌.ଏ.): ଅବସର ଗ୍ରହଣ କରିବାର ମାତ୍ର ୨ ଦିନ ପୂର୍ବରୁ ଜଣେ ଶିକ୍ଷକଙ୍କ ନାମରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ରାୟଗଡ଼ା...

ପଞ୍ଚାୟତ ପରେ ହୋଇପାରେ ପୌର ଭୋଟ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇ ରବିବାର ସୁଦ୍ଧା ନାମାଙ୍କନ କାଏମ ତାଲିକା ପ୍ରକାଶ ପାଇସାରିଛି। ସବୁଦଳର ପ୍ରାର୍ଥୀ...

ରେକର୍ଡ ପଛରେ ଭାଙ୍ଗୁଛି ପରମ୍ପରା

ପୁରୀ ଅଫିସ, ୧୬।୭: ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ଘୋଷଯାତ୍ରାରେ ଏକାଧିକ ରେକର୍ଡ କରିଛି। ରଥଯାତ୍ରା ଏବଂ ବାହୁଡ଼ାର ପହଣ୍ଡି ହେଉ କି ରଥଟଣା ବେଶ୍‌ ସଅଳ...

ବନ୍ଦ ଡାକରାରେ ବଡ଼ବିଲ ପ୍ରଭାବିତ

ବଡ଼ବିଲ,୧୫।୭(ସ୍ବ.ପ୍ର.): ପେଟ୍ରୋଲିୟମ୍‌ ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ଡାକରା...

ଆ’ ଡାକିଲେ ମାଡ଼ି ଆସୁଛନ୍ତି ମୟୂର

ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକ୍‌କ ମ୍ୟାନ ନାମରେ ଡାକୁଛନ୍ତି। କାହ୍ନୁ ବି ମୟୂରଙ୍କ...

ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ: କର୍ମଚାରୀଙ୍କୁ ଅଫିସ ମନା

ଖୋର୍ଦ୍ଧା ଅଫିସ,୨।୭: ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ପୌର...

କ୍ୱାର୍ଟର୍ସ ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ: ବାଚସ୍ପତି

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି। ତେଣୁ ତୁରନ୍ତ କ୍ୱାର୍ଟରସ ଛାଡ଼ିବାକୁ ବାଚସ୍ପତି...

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ...

Advertisement
Archives

Model This Week