ଅଳ୍ପ ବର୍ଷାରେ ବଳିପଡୁଛି ୫ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା

କୋରାପୁଟ,୮ା୧୦(ଅମିତାଭ ବେହେରା)କୋରାପୁଟ ସହରଠାରୁ ମାତ୍ର ୭ କି.ମି. ଦୂରରେ ରହିଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ରହିଛନ୍ତି ୫ଖଣ୍ଡ ଗ୍ରାମର ବାସିନ୍ଦା । ରାସ୍ତା ସୁବିଧା ନ ଥିବାରୁ ବଜ଼ାରଘାଟଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ପୌର ପରିଷଦର ମାସିପୁଟ ଗାଁ ଥିବା ବେଳେ କୋରାପୁଟ ବ୍ଲକ ଲଙ୍କାପୁଟ ପଞ୍ଚାୟତର କୋଲାବ, ଚଣ୍ଡାଳଗୁଡା, ଡୁମୁରିଗୁଡା ଓ ଥାଟୁଗୁଡା ଗ୍ରାମ ରହିଛି l ଏହି ୫ ଗ୍ରାମରେ ୩ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି l ଗ୍ରାମଗୁଡିକୁ ଯିବା ପାଇଁ ଏଯାଏ ଭଲ ରାସ୍ତାଟିଏ ନାହିଁ। ସାଧାରଣତଃ ଚାଷକରି ପରିବାର ଚଳାଉଥିବା ଏହି ଗ୍ରାମବାସୀ ସେମାନଙ୍କ ଉତ୍ପାଦିତ ଫସଲକୁ ବଜ଼ାରରେ ବିକ୍ରି କରିବାକୁ ନେବା ପାଇଁ ରାସ୍ତା ସାଜୁଛି ପ୍ରତିବନ୍ଧକ। ଭଲ ରାସ୍ତାଟିଏ ନ ଥିବାରୁ ୭ କି.ମି. ବାଟ ଚାଲିଚାଲି ଆସି କୋରାପୁଟ ସହରରେ ନିଜ ସାମଗ୍ରୀ ବିକ୍ରିକରି ସନ୍ଧ୍ୟାରେ ଫେରୁଛନ୍ତି। ଟିକେ ବର୍ଷା ହେଲେ ସେମାନଙ୍କ ସମସ୍ୟା ବଢ଼ିଯାଏ। ବର୍ଷାଦିନରେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି ବୋଲି ମସିପୁଟ ଗ୍ରାମର ନୀଳ ମୁଦୁଲି ଓ କୋଲାବ ଗ୍ରାମର ବିମଳ ମାଝି କହିିଛନ୍ତି। ଗ୍ରାମକୁ ପକ୍କା ରାସ୍ତାଟିଏ ତିଆରି କରିଦେବାକୁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ଜିଲା ପ୍ରଶାସନ ନିକଟରେ ଅଭିଯୋଗକରି ଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳିନାହିଁ । ଏନେଇ ବ୍ଲକରେ ହେଉଥିବା ଅଭିଯୋଗ ଶୁଣାଣିରେ ବ୍ଲକ ଅଧ୍ୟକ୍ଷା ନମିତା ମାଝି ବାରମ୍ବାର ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ଅବଗତ କରାଇବା ପରେ ମଧ୍ୟ ତାଙ୍କ କଥାକୁ ଅଧିକାରୀମାନେ କୌଣସି ଗୁରୁତ୍ୱ ଦେଇନାହାନ୍ତି। ଗ୍ରାମବାସୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ । ସେସମୟରେ ଉପଜିଲାପାଳ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାଶୁଝା କରି ଭୋଟ ଦେବାକୁ କହିଥିଲେ। ଖୁବ୍‌ କମ୍‌ ଦିନ ଭିତରେ ରାସ୍ତା କାମ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନକୁ ଏବେ ପାଖାପାଖି ୨ ବର୍ଷ ବିତିଗଲାଣି ଆଉ ଉପଜିଲାପାଳଙ୍କ ପ୍ରତିଶ୍ରୁତି ମନେପଡୁନି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କୁ ପଚାରିବାରୁ ସେ କହିଲେ, ଆମ ପୌର ପରିଷଦ ପକ୍ଷରୁ କେତେକ ରାସ୍ତାର ଟେଣ୍ଡର ଡକାହୋଇଛି। ଯେଉଁ ରାସ୍ତାର ଟେଣ୍ଡର ହୋଇନାହିଁ ଦଶହରା ପରେ ହେବ। ତେବେ ମସ୍ତିପୁଟ ଗ୍ରାମ ରାସ୍ତା ପାଇଁ ବ୍ୟକ୍ତିଗତ ଜମି ସମସ୍ୟା ରହିଛି। ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ହେଲେ ବ୍ୟକ୍ତିଗତ ଜମି ଥିବା ଜମିମାଲିକଙ୍କୁ ଡାକି ଦଶହରା ପରେ ବୈଠକ କରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri