ଭୁବନେଶ୍ୱରରୁ ପୁଣେ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ରବିବାର ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଏୟାର ଏସିଆ ଏହି ସେବା ପ୍ରଦାନ କରୁଥିବାବେଳେ ପ୍ରଥମ ଦିନରେ ୧୫-୯୧୧ ନମ୍ବର ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ୧୨୦ଜଣ ପୁଣେ ଯାତ୍ରା କରିଛନ୍ତି। ବିମାନଟି ଭୁବନେଶ୍ୱର ବିମାନବନ୍ଦରରୁ ଅପରାହ୍ଣ ୧ଟା ୫୦ରେ ଉଡ଼ାଣ କରି ପୁଣେଠାରେ ଅପରାହ୍ନ ୩ଟା ୫୫ରେ ପହଞ୍ଚତ୍ବ। ସେହିପରି ପୁଣେରୁ ଅପରାହ୍ନ ୪ଟା ୩୫ରେ ଉଡ଼ାଣ ଭରି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ଅବତରଣ କରିବ। ଶନିବାର ବ୍ୟତୀତ ସପ୍ତାହରେ ଅନ୍ୟ ୬ ଦିନ ଏହି ବିମାନସେବା ଉପଲବ୍ଧ ରହିବ।
ଏହି ନୂତନ ବିମାନ ସେବାର ଶୁଭାରମ୍ଭ କରି ମନ୍ତ୍ରୀ କହିଲେ, ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବ। ଏଥିସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଦୁଇ ସହରର ବିମାନ ଯାତ୍ରା ଆଶାୟୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଏୟାର ଏସିଆ (ଇଣ୍ଡିଆ) ଲିଃର ବାଣିଜି୍ୟକ ମୁଖ୍ୟ ଅଙ୍କୁର ଗର୍ଗ, ଗ୍ରାଉଣ୍ଡ ଅପରେଶନ ମୁଖ୍ୟ ସଲିମ୍‌ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ, ୨୩।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସିପଡ଼ି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ...

ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମାନସଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ)- ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଏହି ଘଟଣାରେ ମୃତ ମାନସଙ୍କ ସ୍ତ୍ରୀ ଆଇନ...

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ...

ଡଙ୍ଗାବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ଆଳିରେ ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ...

ଆଜି ଶପଥ ଗ୍ରହଣ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବାବେଳେ...

ବିଜେଡି-ଭାଜପା ଟଣାଓଟରା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି। ଓଡ଼ିଶାର କେତେକ ସ୍ଥାନରେ...

ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ: ଚାହାଣି ମଣ୍ଡପରେ ଯୁବକ ଫୋନରେ କଥା ହେବା ଫଟୋ ଭାଇରାଲ

ପୁରୀ ଅଫିସ,୨୧।୧୨: ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେବାର ଫଟୋ ଶନିବାର ଭାଇରାଲ ହୋଇଛି। ଫଳରେ ମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ...

Advertisement
Archives

Model This Week