ବିଧାନସଭାରେ ପାରିତ ହେଲା ପାଇକ ବିଦ୍ରୋହ ସଂକଳ୍ପ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସ୍ବାଧୀନତା ସଂଗ୍ରାମ ଦାବି ପୁଣି ଜୋର ଧରିଛି। ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ପାଇଁ ମଙ୍ଗଳବାର ବିଧାନସଭାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ଦେବା ନେଇ ସଂକଳ୍ପ ପାରିତ ହୋଇଛି। ଅପରାହ୍ନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପକୁ ବିଧାନସଭାର ଅନୁମୋଦନ ପାଇଁ ଆଗତ କରିଥିଲେ। ଏହାକୁ ଗୃହ ପାରିତ କରିଛି ।
ସଂକଳ୍ପରେ ଦର୍ଶାଯାଇଛି, ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ସ୍ବତନ୍ତ୍ର। ଇଂରେଜମାନଙ୍କ ବିରୋଧରେ ସୁସଂଗଠିତ ଏବଂ ସୁଦୂରପ୍ରସାରୀ ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇଛି। ୧୮୧୭ରୁ ଖୋର୍ଦ୍ଧା ପାଇକଙ୍କ ଏ ସଂଗ୍ରାମ ଆରମ୍ଭ ହୋଇ ୧୮୨୫ ଯାଏ ଚାଲିଥିଲା। ଏହି ଲଢ଼େଇରେ ବହୁ ଜମିଦାର, ଦଳେଇ, ଦଳବେହେରା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଇଂରେଜ ସରକାରଙ୍କ ସ୍ଥିତିକୁ ଏ ସଂଗ୍ରାମ ଦୋହଲାଇ ଦେଇଥିଲା ।
ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ୨୦୧୭ରେ ରାଜ୍ୟ କ୍ୟାବିନେଟର ଏକ ସ୍ବତନ୍ତ୍ର ବୈଠକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଜୁଲାଇ ୧୯ରେ ଏନେଇ କେନ୍ଦ୍ରକୁ ଏକ ଚିଠି ଲେଖିଥିଲେ। ହେଲେ ରାଜ୍ୟ ସଭାରେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଗୁରୁବାର କହିଥିଲେ ଯେ, ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର) ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇପାରିବ ନାହିଁ। ବରଂ ଏହା ଇଂରେଜମାନଙ୍କ ବିରୋଧରେ ହୋଇଥିବା ଜନ ଆନ୍ଦୋଳନର ଏକ ପ୍ରମୁଖ ବିଦ୍ରୋହ ଭାବେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ କେସ୍‌ ଷ୍ଟଡି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ରେଡ୍ଡୀ କହିଥିଲେ। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଏଭଳି ଅଗ୍ରାହ୍ୟ କରିଦେବା ପରେ ମଙ୍ଗଳବାର ବିଧାନସଭାରେ ପୁଣି ଥରେ ସଂକଳ୍ପ ପାରିତ ହୋଇଛି।
ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଏକ ଗ୍ୟାଲେରି ପ୍ରତିଷ୍ଠା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡେସିମିଲ ଜମିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି। ଜାତୀୟସ୍ତରରେ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ପାଇକ ବିଦ୍ରୋହ ଉପରେ ଆଲୋଚନାଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଛି।
ଇଂରେଜ ସରକାରଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବାକୁ ଯେଉଁ ପାଇକମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ। ଏ ସଂକଳ୍ପ ବିଧାନସଭାର ସଭ୍ୟମାନଙ୍କ ସମର୍ଥନରେ ପାରିତ ହୋଇଛି। କେନ୍ଦ୍ର ସରକାର ଓଡ଼ିଆଙ୍କ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ତୁରନ୍ତ ଏହି ଘୋଷଣା କରିବାକୁ ରାଜ୍ୟର ବିଭିନ୍ନ ମହଲରୁ ମଧ୍ୟ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?