ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପୋଷା କୁକୁରକୁ ଦେଖିବାକୁ ମିଳୁଛି। ପୋଷା କୁକୁରଟି ସାଧାରଣତଃ ବାହାର ଲୋକଙ୍କୁ ଦେଖି କାମୁଡ଼ିବାକୁ ଗୋଡ଼ାଉ ଥିବା ବେଳେ ଉକ୍ତ କୁକୁରଟି ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ କୋଳକୁ ଚାଲି ଯାଉଛି । ପରେ ତାଙ୍କୁ ଗେଲ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Someone else’s pet dog approaches a homeless man & hugs him…
One simple hug joins two hearts 💕(As shared) pic.twitter.com/kLSFNmq38C
— Susanta Nanda IFS (@susantananda3) December 29, 2021