Posted inଫୁରସତ

ମାଟିକୁ ମସଲା ପରି ବ୍ୟବହାର କରନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ…

ଦୁନିଆର ବିଭିନ୍ନ ଦେଶରେ ଲୋକଙ୍କ ଖାଇବା ଅଭ୍ୟାସ ଭିନ୍ନ ଅଟେ। ଏହା ସହିତ ଲୋକମାନେ ରୋଷେଇରେ ମଧ୍ୟ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ମସଲା ଭାବରେ ମାଟିକୁ ବ୍ୟବହାର କରନ୍ତି। ଏଠାକାର ମାଟି ଅତ୍ୟନ୍ତ ସ୍ବାଦିଷ୍ଟ। ତେଣୁ ଲୋକେ ଖାଦ୍ୟରେ ମସଲା ଭାବରେ ମାଟିକୁ ବ୍ୟବହାର କରିଥାନ୍ତି।

ଇରାନର ହରମୁଜ୍‌ ଦ୍ୱୀପରେ ଲୋକମାନେ ଏହା କରନ୍ତି। ସୁନ୍ଦର ପାହାଡ଼ ଯୋଗୁ ଏହି ଦ୍ୱୀପ ଲୋକଙ୍କ ପାଇଁ ସ୍ବତନ୍ତ୍ର ଅଟେ। କିନ୍ତୁ ଏହି ପାହାଡ଼ଗୁଡିକ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏଠାରେ ଥିବା ମାଟି ରଙ୍ଗୀନ, ଯେଉଁ କାରଣରୁ ଏହି ଦ୍ୱୀପକୁ ଇନ୍ଦ୍ରଧନୁ ଦ୍ୱୀପ ମଧ୍ୟ କୁହାଯାଏ। ଇରାନର ଏହି ଦ୍ୱୀପର ସୁନ୍ଦର ରଙ୍ଗୀନ ପାହାଡ଼ଗୁଡ଼ିକର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଲୋକଙ୍କୁ ଆକର୍ଷିତ କରିଥାଏ।

ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ନିଶ୍ଚିତ ଭାବରେ ଏହି ପାହାଡ଼ଗୁଡ଼ିକର ମାଟିର ସ୍ବାଦ ଚାଖନ୍ତି। ପ୍ରଥମେ ଲୋକମାନେ ମାଟି ଖାଇବା ଠାରୁ ଦୂରେଇ ଯାଆନ୍ତି, କିନ୍ତୁ ଗାଇଡ୍‌ଙ୍କ ପରାମର୍ଶରେ ସେମାନେ ନିଶ୍ଚିତ ଭାବରେ ଥରେ ଏହାକୁ ଚାଖିଥାନ୍ତି।

ଏହି ସୁନ୍ଦର ଦ୍ୱୀପ ପାରସ୍ୟ ଉପସାଗରରେ ଅବସ୍ଥିତ ଏବଂ ଏହାର ମାଟି ଖଣିଜ ପଦାର୍ଥରେ ଭରପୂର ଅଟେ। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ମାଟିରେ ବହୁ ଆଇରନ ଏବଂ ପ୍ରାୟ ୭୦ ପ୍ରକାରର ଖଣିଜ ପଦାର୍ଥ ମିଳିଥାଏ ।

ବ୍ରିଟେନର ଜିଓଲୋଜିକାଲ ରିସର୍ଚ୍ଚର ମୁଖ୍ୟ ଭୂ-ବିଜ୍ଞାନୀ ଡକ୍ଟର କ୍ୟାଥରିନ ଗୁଡେନୋଫଙ୍କ ଅନୁଯାୟୀ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପାରସ୍ୟ ଉପସାଗର ନିକଟରେ ଅବସ୍ଥିତ ଗଭୀର ସମୁଦ୍ରରେ ଲୁଣର ଏକ ଆସ୍ତରଣ ଜମିଥିଲା। ସେବେଠାରୁ ଏହା ଉପରେ ନୂଆ ସ୍ତର ଜମା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?