Posted inଫୁରସତ

ମାଟିକୁ ମସଲା ପରି ବ୍ୟବହାର କରନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ…

ଦୁନିଆର ବିଭିନ୍ନ ଦେଶରେ ଲୋକଙ୍କ ଖାଇବା ଅଭ୍ୟାସ ଭିନ୍ନ ଅଟେ। ଏହା ସହିତ ଲୋକମାନେ ରୋଷେଇରେ ମଧ୍ୟ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ମସଲା ଭାବରେ ମାଟିକୁ ବ୍ୟବହାର କରନ୍ତି। ଏଠାକାର ମାଟି ଅତ୍ୟନ୍ତ ସ୍ବାଦିଷ୍ଟ। ତେଣୁ ଲୋକେ ଖାଦ୍ୟରେ ମସଲା ଭାବରେ ମାଟିକୁ ବ୍ୟବହାର କରିଥାନ୍ତି।

ଇରାନର ହରମୁଜ୍‌ ଦ୍ୱୀପରେ ଲୋକମାନେ ଏହା କରନ୍ତି। ସୁନ୍ଦର ପାହାଡ଼ ଯୋଗୁ ଏହି ଦ୍ୱୀପ ଲୋକଙ୍କ ପାଇଁ ସ୍ବତନ୍ତ୍ର ଅଟେ। କିନ୍ତୁ ଏହି ପାହାଡ଼ଗୁଡିକ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏଠାରେ ଥିବା ମାଟି ରଙ୍ଗୀନ, ଯେଉଁ କାରଣରୁ ଏହି ଦ୍ୱୀପକୁ ଇନ୍ଦ୍ରଧନୁ ଦ୍ୱୀପ ମଧ୍ୟ କୁହାଯାଏ। ଇରାନର ଏହି ଦ୍ୱୀପର ସୁନ୍ଦର ରଙ୍ଗୀନ ପାହାଡ଼ଗୁଡ଼ିକର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଲୋକଙ୍କୁ ଆକର୍ଷିତ କରିଥାଏ।

ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ନିଶ୍ଚିତ ଭାବରେ ଏହି ପାହାଡ଼ଗୁଡ଼ିକର ମାଟିର ସ୍ବାଦ ଚାଖନ୍ତି। ପ୍ରଥମେ ଲୋକମାନେ ମାଟି ଖାଇବା ଠାରୁ ଦୂରେଇ ଯାଆନ୍ତି, କିନ୍ତୁ ଗାଇଡ୍‌ଙ୍କ ପରାମର୍ଶରେ ସେମାନେ ନିଶ୍ଚିତ ଭାବରେ ଥରେ ଏହାକୁ ଚାଖିଥାନ୍ତି।

ଏହି ସୁନ୍ଦର ଦ୍ୱୀପ ପାରସ୍ୟ ଉପସାଗରରେ ଅବସ୍ଥିତ ଏବଂ ଏହାର ମାଟି ଖଣିଜ ପଦାର୍ଥରେ ଭରପୂର ଅଟେ। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ମାଟିରେ ବହୁ ଆଇରନ ଏବଂ ପ୍ରାୟ ୭୦ ପ୍ରକାରର ଖଣିଜ ପଦାର୍ଥ ମିଳିଥାଏ ।

ବ୍ରିଟେନର ଜିଓଲୋଜିକାଲ ରିସର୍ଚ୍ଚର ମୁଖ୍ୟ ଭୂ-ବିଜ୍ଞାନୀ ଡକ୍ଟର କ୍ୟାଥରିନ ଗୁଡେନୋଫଙ୍କ ଅନୁଯାୟୀ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପାରସ୍ୟ ଉପସାଗର ନିକଟରେ ଅବସ୍ଥିତ ଗଭୀର ସମୁଦ୍ରରେ ଲୁଣର ଏକ ଆସ୍ତରଣ ଜମିଥିଲା। ସେବେଠାରୁ ଏହା ଉପରେ ନୂଆ ସ୍ତର ଜମା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri