ଶୋଷରେ ନୟାପଲ୍ଲୀବାସୀ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଓ୍ବାର୍ଡ ନଂ.୩୭ର ନୟାପଲ୍ଲୀ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଲାଗି ରହିଛି। ବିଶେଷକରି ନୟାପଲ୍ଲୀର ବେହେରାସାହି, ଆଖଣ୍ଡଳମଣି ମନ୍ଦିର ଅଞ୍ଚଳ, କଳିଙ୍ଗ ଷ୍ଟାଡିୟମ ପଛରେ ରହୁଥିବା ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିକଟକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ମୂତାବକ, ଦୀର୍ଘ ଦିନ ହେବ ନରାଜରୁ ପାନୀୟ ଜଳ ଭୁବନେଶ୍ୱରକୁ ପାଇପ୍‌ ଯୋଗେ ଆସୁଛି। ନୟାପଲ୍ଲୀର କିଛି ସ୍ଥାନରେ ଲୋକଙ୍କୁ ପାଣି ମିଳୁ ନ ଥିବା ବେଳେ ଆସୁଥିବା ପାଣି ଅଞ୍ଚଳକୁ ପର୍ଯ୍ୟାପ୍ତ ହେଉନାହିଁ। ପୂର୍ବରୁ ବାସିନ୍ଦାଙ୍କ ଦାବି ମୁତାବକ ନୟାପଲ୍ଲୀ ଅଞ୍ଚଳରେ ଏକ ଓଭରହେଡ ଟ୍ୟାଙ୍କ ପାଇଁ ବିଲ ମଞ୍ଜୁରି ହୋଇଥିଲା। ହେଲେ ସ୍ଥାନ ନିରୂପଣ ହୋଇ ନ ପାରିବାରୁ ଏହି କାର୍ଯ୍ୟ ଏଯାବତ୍‌ ସ୍ଥଗିତ ରହିଛି। ଏପରି ସ୍ଥିତିରେ ଉକ୍ତ ପାଇପ୍‌ରେ କେତେଜଣ ଅସାଧୁ ପାଣି ପମ୍ପ ସଂଯୋଗ କରିଛନ୍ତି। ଫଳରେ ଯେତିକି ସମୟ ସରକାରୀ ପାଣି ଆସୁଛି ତାହା ମଧ୍ୟ ଠିକ୍‌ରେ ଆସିପାରୁନାହିଁ। ଫଳରେ ପାଣି ଠିକ୍‌ରେ ମିଳିପାରୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ଅର୍ଜୁନ ବେହେରା କହିଛନ୍ତି, ଏହି ସମସ୍ୟା ବହୁ ଦିନରୁ ଲାଗି ରହିଥିବାବେଳେ ଏଯାବତ୍‌ ଏହାର ସମାଧାନ ହୋଇପାରି ନାହିଁ। ବର୍ଷାଜଳ ନିଷ୍କାସନ ସମସ୍ୟା ଘେରରେ ବିଭାଗୀୟ ଅଧିକାରୀ ପିଇବା ପାଣି ସମସ୍ୟା ଦୂର କରିବା କଥା ଭୂଲିଯାଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଓ ଅନ୍ୟ ସହକାରୀ ବିଭାଗ ସହ ସମସ୍ତ ଆଲୋଚନା ସରିଛି। ଏହି ବ୍ୟବସ୍ଥା ସୁଧାରିବାକୁ ସମସ୍ତ ନିଷ୍ପତ୍ତି ସରିଛି ବୋଲି ବିଏମ୍‌ସି ଡ୍ରେନେଜ୍‌ ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। କାର୍ଯ୍ୟ ହେବା ପାଇଁ ଫାଇଲ୍‌ଟି ବିଏମ୍‌ସି କମିଶନରଙ୍କ ଡେସ୍କରେ ପଡ଼ି ରହିଥିବା ଜଣାପଡ଼ିଛି। ନୂତନ ପାଇପ ଲାଇନରେ ପାଣି ଯୋଗାଇଦେବା ସହ ବିଧାୟକ ଓ ବିଏମ୍‌ସି ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ଅର୍ଜୁନଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri