ଶୋଷରେ ନୟାପଲ୍ଲୀବାସୀ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଓ୍ବାର୍ଡ ନଂ.୩୭ର ନୟାପଲ୍ଲୀ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଲାଗି ରହିଛି। ବିଶେଷକରି ନୟାପଲ୍ଲୀର ବେହେରାସାହି, ଆଖଣ୍ଡଳମଣି ମନ୍ଦିର ଅଞ୍ଚଳ, କଳିଙ୍ଗ ଷ୍ଟାଡିୟମ ପଛରେ ରହୁଥିବା ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିକଟକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ମୂତାବକ, ଦୀର୍ଘ ଦିନ ହେବ ନରାଜରୁ ପାନୀୟ ଜଳ ଭୁବନେଶ୍ୱରକୁ ପାଇପ୍‌ ଯୋଗେ ଆସୁଛି। ନୟାପଲ୍ଲୀର କିଛି ସ୍ଥାନରେ ଲୋକଙ୍କୁ ପାଣି ମିଳୁ ନ ଥିବା ବେଳେ ଆସୁଥିବା ପାଣି ଅଞ୍ଚଳକୁ ପର୍ଯ୍ୟାପ୍ତ ହେଉନାହିଁ। ପୂର୍ବରୁ ବାସିନ୍ଦାଙ୍କ ଦାବି ମୁତାବକ ନୟାପଲ୍ଲୀ ଅଞ୍ଚଳରେ ଏକ ଓଭରହେଡ ଟ୍ୟାଙ୍କ ପାଇଁ ବିଲ ମଞ୍ଜୁରି ହୋଇଥିଲା। ହେଲେ ସ୍ଥାନ ନିରୂପଣ ହୋଇ ନ ପାରିବାରୁ ଏହି କାର୍ଯ୍ୟ ଏଯାବତ୍‌ ସ୍ଥଗିତ ରହିଛି। ଏପରି ସ୍ଥିତିରେ ଉକ୍ତ ପାଇପ୍‌ରେ କେତେଜଣ ଅସାଧୁ ପାଣି ପମ୍ପ ସଂଯୋଗ କରିଛନ୍ତି। ଫଳରେ ଯେତିକି ସମୟ ସରକାରୀ ପାଣି ଆସୁଛି ତାହା ମଧ୍ୟ ଠିକ୍‌ରେ ଆସିପାରୁନାହିଁ। ଫଳରେ ପାଣି ଠିକ୍‌ରେ ମିଳିପାରୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ଅର୍ଜୁନ ବେହେରା କହିଛନ୍ତି, ଏହି ସମସ୍ୟା ବହୁ ଦିନରୁ ଲାଗି ରହିଥିବାବେଳେ ଏଯାବତ୍‌ ଏହାର ସମାଧାନ ହୋଇପାରି ନାହିଁ। ବର୍ଷାଜଳ ନିଷ୍କାସନ ସମସ୍ୟା ଘେରରେ ବିଭାଗୀୟ ଅଧିକାରୀ ପିଇବା ପାଣି ସମସ୍ୟା ଦୂର କରିବା କଥା ଭୂଲିଯାଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଓ ଅନ୍ୟ ସହକାରୀ ବିଭାଗ ସହ ସମସ୍ତ ଆଲୋଚନା ସରିଛି। ଏହି ବ୍ୟବସ୍ଥା ସୁଧାରିବାକୁ ସମସ୍ତ ନିଷ୍ପତ୍ତି ସରିଛି ବୋଲି ବିଏମ୍‌ସି ଡ୍ରେନେଜ୍‌ ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। କାର୍ଯ୍ୟ ହେବା ପାଇଁ ଫାଇଲ୍‌ଟି ବିଏମ୍‌ସି କମିଶନରଙ୍କ ଡେସ୍କରେ ପଡ଼ି ରହିଥିବା ଜଣାପଡ଼ିଛି। ନୂତନ ପାଇପ ଲାଇନରେ ପାଣି ଯୋଗାଇଦେବା ସହ ବିଧାୟକ ଓ ବିଏମ୍‌ସି ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ଅର୍ଜୁନଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?