Posted inଫୁରସତ

ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍‌ ପାଲଟିଲେ ବାଦାମ ବିକ୍ରେତା

ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ ଡିରଡୋ ଭଳି କଳାକାର ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ପାଇଛନ୍ତି। ନିକଟରେ ସେମିତି ଏକ ଗୀତ ‘କଚ୍ଚା ବାଦାମ୍‌’କୁ ଚର୍ଚ୍ଚା ହେଉଛି। ଏହି ଗୀତ ଗାଇଥିବା ଗାୟକ ଭୁବନ ବାଦ୍ୟକର ମଧ୍ୟ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି।
ବଙ୍ଗାଳୀ ଭାଷାରେ, କଚ୍ଚା ବାଦାମ୍‌ର ଅର୍ଥ କଞ୍ଚା ବାଦାମ୍‌। ଭୁବନ ତାଙ୍କ ବାଦାମ୍‌ ବିକ୍ରୟ ପାଇଁ ଗୀତ ଗାଇ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଲୋକମାନେ ତାଙ୍କ ଶୈଳୀକୁ ପସନ୍ଦ କରିଛନ୍ତି। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ନିଜେ ‘କଚ୍ଚା ବାଦାମ୍‌’ ଗୀତ ରଚନା କରିଥିଲେ। ଭୁବନ ବୀରଭୂମ ଜଲାର ଦୁବରାଜପୁର ବ୍ଲକ ଅନ୍ତର୍ଗତ କୁରାଲଜୁରୀ ଗାଁର ବାସିନ୍ଦା। ତାଙ୍କ ପରିବାରରେ ସ୍ତ୍ରୀ, ୨ ପୁଅ ଏବଂ ଗୋଟିଏ ଝିଅ ସମେତ ମୋଟ ୫ ଜଣ ସଦସ୍ୟ ଅଛନ୍ତି। ବିଶେଷ କଥା ହେଉଛି ଭୁବନ ପାଉଁଜି, ଭଙ୍ଗା ମୋବାଇଲ୍‌, ଘରର ଅନ୍ୟ ଭଙ୍ଗା ଜିନିଷ ବଦଳରେ ବାଦାମ ଦିଅନ୍ତି। ସେ ପ୍ରତିଦିନ ୩-୪ କିଲୋଗ୍ରାମ ବାଦାମ ବିକ୍ରି କରି ୨୦୦-୨୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।କିନ୍ତୁ ଏବେ ତାଙ୍କ ଗୀତ ଭାଇରାଲ ହେବା ପରେ ତାଙ୍କର ବିକ୍ରି ବୃଦ୍ଧି ପାଇଛି।
ଭୁବନର ସ୍ବରକୁ ନେଇ ସାରା ଦେଶ ର୍ଚ୍ଚା ହେଉଛି। ତାଙ୍କ ଗୀତରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ରିଲ ତିଆରି କରୁଛନ୍ତି। କିନ୍ତୁ ଭୁବନଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ। ସେ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଚାହୁଁଛି ଲୋକମାନେ ମୋ ଗୀତ ପସନ୍ଦ କରୁଛନ୍ତି। ମୋ ପରିବାର ବଞ୍ଚିବା ପାଇଁ ସରକାର କିଛି ସ୍ଥାୟୀ ବ୍ୟବସ୍ଥା କରିବା ଉଚିତ୍‌। ମୁଁ ମୋ ପରିବାର ସଦସ୍ୟଙ୍କୁ ଭଲ ଖାଦ୍ୟ ଏବଂ ସୁନ୍ଦର ପୋଷାକର ବ୍ୟବସ୍ଥା କରିବାକୁ ଚାହୁଁଛି। ସରକାର ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri