ପିସି ଆଣ୍ଡ୍‌ ପିଏନ୍‌ଡିଟି ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର, ୧୨୧୨(ବ୍ୟୁରୋ): ଚଳିତ ବର୍ଷରୁ ରାଜ୍ୟ ସରକାର ଗର୍ଭଧାରଣ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ (ପିସି ଆଣ୍ଡ୍‌ ପିଏନ୍‌ଡିଟି) ସମ୍ବନ୍ଧୀୟ ଅଲ୍‌ଟ୍ରାସାଉଣ୍ଡ୍‌ର ପଞ୍ଜୀକରଣ ଏବଂ ନବୀକରଣ ସୁବିଧାକୁ ଲୋକସେବା ଆଇନ ଅଧିକାର ପରିସରଭୁକ୍ତ କରିଛନ୍ତି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପିସି ଆଣ୍ଡ୍‌ ପିଏନ୍‌ଡିଟି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଗର୍ଭଧାରଣ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ ସମ୍ବନ୍ଧୀୟ ଅଲଟ୍ରାସାଉଣ୍ଡ ପଞ୍ଜୀକରଣ ଏବଂ ନବୀକରଣ ନିମନ୍ତେ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ କରିହେବ। ଏହି ପୋର୍ଟାଲକୁ ଭର୍ଚୁଆଲ ମୋଡ୍‌ରେ ଲୋକାର୍ପଣ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲାପାଳଙ୍କୁ (ଯେଉଁମାନେ ପିସି ଏବଂ ପିଏନ୍‌ଡିଟି ଜିଲାସ୍ତରୀୟ କର୍ତ୍ତୃପକ୍ଷ) ଏ ସମ୍ବନ୍ଧୀୟ ଦରଖାସ୍ତ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକ୍‌ ସମୟରେ ପଞ୍ଜୀକରଣ, ନବୀକରଣ ଓ ସ୍ବଚ୍ଛତା ମାଧ୍ୟମରେ ଅଲ୍‌ଟ୍ରାସାଉଣ୍ଡ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ ଏକ ଉପଯୁକ୍ତ ମାଧ୍ୟମ। ଏଥିପାଇଁ ୭୦ ଦିନ ସମୟ ଧାର୍ଯ୍ୟ ହୋଇଛି। ଦରଖାସ୍ତ ଦାଖଲ କରିବା, ଟଙ୍କା ପଇଠ କରିବା ଏବଂ ଦରଖାସ୍ତର ସ୍ଥିତି ଆବେଦନକାରୀ ଅନ୍‌ଲାଇନ୍‌ରେ ଜାଣିପାରିବେ। ସମସ୍ତ ଆବଶ୍ୟକ ତଥ୍ୟ ୱେବ୍‌ ପୋର୍ଟାଲ୍‌ www.pndtodisha.gov.inରେ ଅପ୍‌ଲୋଡ୍‌ କରାଯାଇଛି।
କାର୍ଯ୍ୟକ୍ରମରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଓଡ଼ିଶା ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଅଶୋକ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ଶାସନ ସଚିବ ବିଶିକେଶନ ଦେହୁରୀ, ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ କସ୍ତୁରୀ ଦାଶ, ପିସି ଏବଂ ପିଏନ୍‌ଡିଟିର ରାଜ୍ୟ ନୋଡାଲ୍‌ ଅଧିକାରୀ ଡ. ପ୍ରତିଭା ପ୍ରଧାନ, ଷ୍ଟେଟ୍‌ ଫେସିଲିଟେଟର ଡ. ଶ୍ରାବଣୀ ଦାସ, ଆଇନ ପରାମର୍ଶଦାତା ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri