ପୋତିହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

ଚଣ୍ଡିଖୋଲ,୬ା୫(ଡି.ଏନ.ଏ.): କଟକ ଜଗତପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଯାଜପୁର ଜିଲା ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣରେ ଏହି କେନାଲ ଶଯ୍ୟା ପୋତି ହୋଇଗଲେ କେନ୍ଦ୍ରାପଡ଼ା ପାଇଁ ଜଳସେଚନରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏଥିନେଇ ଜଳ ସମ୍ପଦ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ଆଗାମୀ ଦିନରେ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରିବ ନାହିଁ।
ସୂଚନା ଥାଉକି, ଜଗତପୁରଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲର ବାମ ପାର୍ଶ୍ୱରେ ବିରୂପା ନଦୀବନ୍ଧ ରହିଛି। ଏହା କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ହୋଇଥିବା ବେଳେ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏହି ନଦୀ ବନ୍ଧଟି ତିନୋଟି ଜିଲାକୁ ସଂଯୋଗ କରିଛି। ଏହି କେନାଲଟି ଜଳ ସମ୍ପଦ ବିଭାଗର ୨ଟି ଡିଭିଜନ ଅଧୀନରେ ରହିଛି। ଜଗତପୁରଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ଏହା ମହାନଦୀ ନର୍ଥ ଡିଭିଜନ୍‌ ଅଧୀନରେ ରହିଥିବାବେଳେ ବାଲିଚନ୍ଦ୍ରପୁରଠାରୁ ଅଳଭା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଡିଭିଜନ୍‌ ଅଧୀନରେ ରହିଛି। ଏହାମଧ୍ୟରେ ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ବିରୂପା ନଦୀର ଦକ୍ଷିଣ କେନାଲ ବନ୍ଧ ନଂ.(୩୪)କୁ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପରେ ଏହି ନଦୀବନ୍ଧକୁ ପ୍ରଶସ୍ତୀକରଣ କରାଯାଇ ୧୫ କୋଟି ଟଙ୍କା ବିନିମୟରେ ୧୦ କି.ମି. ୨୦୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନଦୀ ବନ୍ଧର ବାମ ପାର୍ଶ୍ୱକୁ ପ୍ରଶସ୍ତୀକରଣ କରାଯିବ, ଯଦ୍ଦ୍ବାରା ନଦୀବନ୍ଧଟି ଅଧିକ ସୁଦୃଢ ହୋଇପାରିବା ସହ ଓସାରିଆ ରାସ୍ତା ନିର୍ମାଣ କରାଯାଇପାରିବ। ଏହାର ଦକ୍ଷିଣ ପାର୍ଶ୍ୱରେ ପଟ୍ଟାମୁଣ୍ଡାଇ କେନାଲ ଯାଇଥିବା ହେତୁ କେବେବି ଦକ୍ଷିଣ ପାର୍ଶ୍ୱକୁ ରାସ୍ତାର ଚଉଡ଼ା ବୃଦ୍ଧି ହୋଇପାରିବ ନାହିଁ। ତେବେ ଏହି ରାସ୍ତାକୁ ଦୁଇଟି ଠିକା କମ୍ପାନୀ ନେଇଥିବା ବେଳେ ସେମାନେ ଏବେ କେନାଲ ପାର୍ଶ୍ୱରେ ମାଟି ପକାଉଛନ୍ତି। କେନାଲର ଦକ୍ଷିଣ ପାର୍ଶ୍ୱରେ ମାଟି ପଡ଼ିବା ଦ୍ୱାରା ଆଗାମୀ ଦିନରେ କେନାଲଟି ପୋତିହୋଇଯିବ; ଯଦ୍ଦ୍ବାରା କେନ୍ଦ୍ରାପଡ଼ା ଜିଲା ସର୍ବାଧିକ ପ୍ରଭାବିତ ହେବ। ଏହି କେନାଲଟି ଦେକୁରୀଠାରୁ ଅଳଭା ପର୍ଯ୍ୟନ୍ତ ଦୀର୍ଘ ୩୫ କିଲୋମିଟର କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଛି।
ବ୍ରିିଟିଶ ସରକାରଙ୍କ ଅମଳରେ ୧୮୯୩ରେ ନିର୍ମାଣ ହୋଇଥିବା ଏହି କେନାଲଟି ଜମିର ଜଳସେଚନ ପାଇଁ ପ୍ରମୁଖ କେନାଲ ଭାବେ ପରିଗଣିତ। ୨୦୧୬ରେ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଜରିଆରେ କେନାଲ ପୁନରୁଦ୍ଧାର ପାଇଁ ୩୬୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୮ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କେନାଲର ମୂଳ ଶଯ୍ୟାକୁ ଖନନ କରାଯାଇ ସମ୍ପୂର୍ଣ୍ଣ ୮୨ କିଲୋମିଟର କାର୍ଯ୍ୟ ହୋଇଥିଲା। ଏବେ କେନାଲର ଦକ୍ଷିଣ ପାର୍ଶ୍ୱରେ ମାଟି ପକାଇ ପ୍ରଶସ୍ତୀକରଣ କାମ କରି ବିଭାଗକୁ ମାପ ଦେଖାଇବା ପାଇଁ ଠିକାଦାର ଏଭଳି ମନମୁଖି କାର୍ଯ୍ୟ କରୁଛନ୍ତି। ବର୍ଷାଋତୁ ଆସିଲେ ଏଠାରେ ପଡ଼ିଥିବା ମାଟିଗୁଡ଼ିକ କେନାଲ ମଧ୍ୟକୁ ପଶିଯିବ। ପରେ ଏହାର ମୂଳ ଶଯ୍ୟା ପୋତି ହୋଇଯିବ। ଶଯ୍ୟା ପୋତି ହୋଇଗଲା ପରେ କେନାଲରେ ପ୍ରବାହିତ ଜଳ ଶେଷ ମୁଣ୍ଡରେ ପହଞ୍ଚତ୍ପାରିବ ନାହିଁ, ଯଦ୍ଦ୍ବାରା କେନାଲ ଜଳ ପ୍ରବାହରେ ବାଧା ଉପୁଜିବ। ହଜାରହଜାର ହେକ୍ଟର ଚାଷଜମି ଜଳସେଚନ ସୁବିଧାରୁ ବଞ୍ଚତ୍ତ ହେବ। ଏନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହିତ ଜଳ ସମ୍ପଦ ବିଭାଗକୁ ଜଣାଇଛନ୍ତି। ତୁରନ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ପୂର୍ବରୁ ସୂଚନା ପାଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଟି ନ ପକାଇ କେବଳ କେନାଲ ପାର୍ଶ୍ୱ ରାସ୍ତା ସମାନ କରିବା ପାଇଁ କହିଥିଲେ। ଏବେ ସୂଚନା ମିଳୁଛି ଯେ କେନାଲ ପାର୍ଶ୍ୱ ୬ରୁ ୮ଫୁଟ ମାଟି ପଡୁଛି। ତେଣୁ ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଇ ଏହାକୁ ବନ୍ଦ କରାଯିବ ବୋଲି ଯନ୍ତ୍ରୀ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri