ପୋତିହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

ଚଣ୍ଡିଖୋଲ,୬ା୫(ଡି.ଏନ.ଏ.): କଟକ ଜଗତପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଯାଜପୁର ଜିଲା ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣରେ ଏହି କେନାଲ ଶଯ୍ୟା ପୋତି ହୋଇଗଲେ କେନ୍ଦ୍ରାପଡ଼ା ପାଇଁ ଜଳସେଚନରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏଥିନେଇ ଜଳ ସମ୍ପଦ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ଆଗାମୀ ଦିନରେ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରିବ ନାହିଁ।
ସୂଚନା ଥାଉକି, ଜଗତପୁରଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲର ବାମ ପାର୍ଶ୍ୱରେ ବିରୂପା ନଦୀବନ୍ଧ ରହିଛି। ଏହା କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ହୋଇଥିବା ବେଳେ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏହି ନଦୀ ବନ୍ଧଟି ତିନୋଟି ଜିଲାକୁ ସଂଯୋଗ କରିଛି। ଏହି କେନାଲଟି ଜଳ ସମ୍ପଦ ବିଭାଗର ୨ଟି ଡିଭିଜନ ଅଧୀନରେ ରହିଛି। ଜଗତପୁରଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ଏହା ମହାନଦୀ ନର୍ଥ ଡିଭିଜନ୍‌ ଅଧୀନରେ ରହିଥିବାବେଳେ ବାଲିଚନ୍ଦ୍ରପୁରଠାରୁ ଅଳଭା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଡିଭିଜନ୍‌ ଅଧୀନରେ ରହିଛି। ଏହାମଧ୍ୟରେ ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ବିରୂପା ନଦୀର ଦକ୍ଷିଣ କେନାଲ ବନ୍ଧ ନଂ.(୩୪)କୁ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପରେ ଏହି ନଦୀବନ୍ଧକୁ ପ୍ରଶସ୍ତୀକରଣ କରାଯାଇ ୧୫ କୋଟି ଟଙ୍କା ବିନିମୟରେ ୧୦ କି.ମି. ୨୦୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନଦୀ ବନ୍ଧର ବାମ ପାର୍ଶ୍ୱକୁ ପ୍ରଶସ୍ତୀକରଣ କରାଯିବ, ଯଦ୍ଦ୍ବାରା ନଦୀବନ୍ଧଟି ଅଧିକ ସୁଦୃଢ ହୋଇପାରିବା ସହ ଓସାରିଆ ରାସ୍ତା ନିର୍ମାଣ କରାଯାଇପାରିବ। ଏହାର ଦକ୍ଷିଣ ପାର୍ଶ୍ୱରେ ପଟ୍ଟାମୁଣ୍ଡାଇ କେନାଲ ଯାଇଥିବା ହେତୁ କେବେବି ଦକ୍ଷିଣ ପାର୍ଶ୍ୱକୁ ରାସ୍ତାର ଚଉଡ଼ା ବୃଦ୍ଧି ହୋଇପାରିବ ନାହିଁ। ତେବେ ଏହି ରାସ୍ତାକୁ ଦୁଇଟି ଠିକା କମ୍ପାନୀ ନେଇଥିବା ବେଳେ ସେମାନେ ଏବେ କେନାଲ ପାର୍ଶ୍ୱରେ ମାଟି ପକାଉଛନ୍ତି। କେନାଲର ଦକ୍ଷିଣ ପାର୍ଶ୍ୱରେ ମାଟି ପଡ଼ିବା ଦ୍ୱାରା ଆଗାମୀ ଦିନରେ କେନାଲଟି ପୋତିହୋଇଯିବ; ଯଦ୍ଦ୍ବାରା କେନ୍ଦ୍ରାପଡ଼ା ଜିଲା ସର୍ବାଧିକ ପ୍ରଭାବିତ ହେବ। ଏହି କେନାଲଟି ଦେକୁରୀଠାରୁ ଅଳଭା ପର୍ଯ୍ୟନ୍ତ ଦୀର୍ଘ ୩୫ କିଲୋମିଟର କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଛି।
ବ୍ରିିଟିଶ ସରକାରଙ୍କ ଅମଳରେ ୧୮୯୩ରେ ନିର୍ମାଣ ହୋଇଥିବା ଏହି କେନାଲଟି ଜମିର ଜଳସେଚନ ପାଇଁ ପ୍ରମୁଖ କେନାଲ ଭାବେ ପରିଗଣିତ। ୨୦୧୬ରେ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଜରିଆରେ କେନାଲ ପୁନରୁଦ୍ଧାର ପାଇଁ ୩୬୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୮ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କେନାଲର ମୂଳ ଶଯ୍ୟାକୁ ଖନନ କରାଯାଇ ସମ୍ପୂର୍ଣ୍ଣ ୮୨ କିଲୋମିଟର କାର୍ଯ୍ୟ ହୋଇଥିଲା। ଏବେ କେନାଲର ଦକ୍ଷିଣ ପାର୍ଶ୍ୱରେ ମାଟି ପକାଇ ପ୍ରଶସ୍ତୀକରଣ କାମ କରି ବିଭାଗକୁ ମାପ ଦେଖାଇବା ପାଇଁ ଠିକାଦାର ଏଭଳି ମନମୁଖି କାର୍ଯ୍ୟ କରୁଛନ୍ତି। ବର୍ଷାଋତୁ ଆସିଲେ ଏଠାରେ ପଡ଼ିଥିବା ମାଟିଗୁଡ଼ିକ କେନାଲ ମଧ୍ୟକୁ ପଶିଯିବ। ପରେ ଏହାର ମୂଳ ଶଯ୍ୟା ପୋତି ହୋଇଯିବ। ଶଯ୍ୟା ପୋତି ହୋଇଗଲା ପରେ କେନାଲରେ ପ୍ରବାହିତ ଜଳ ଶେଷ ମୁଣ୍ଡରେ ପହଞ୍ଚତ୍ପାରିବ ନାହିଁ, ଯଦ୍ଦ୍ବାରା କେନାଲ ଜଳ ପ୍ରବାହରେ ବାଧା ଉପୁଜିବ। ହଜାରହଜାର ହେକ୍ଟର ଚାଷଜମି ଜଳସେଚନ ସୁବିଧାରୁ ବଞ୍ଚତ୍ତ ହେବ। ଏନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହିତ ଜଳ ସମ୍ପଦ ବିଭାଗକୁ ଜଣାଇଛନ୍ତି। ତୁରନ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ପୂର୍ବରୁ ସୂଚନା ପାଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଟି ନ ପକାଇ କେବଳ କେନାଲ ପାର୍ଶ୍ୱ ରାସ୍ତା ସମାନ କରିବା ପାଇଁ କହିଥିଲେ। ଏବେ ସୂଚନା ମିଳୁଛି ଯେ କେନାଲ ପାର୍ଶ୍ୱ ୬ରୁ ୮ଫୁଟ ମାଟି ପଡୁଛି। ତେଣୁ ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଇ ଏହାକୁ ବନ୍ଦ କରାଯିବ ବୋଲି ଯନ୍ତ୍ରୀ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?