Posted inଫୁରସତ

୨୧ବର୍ଷ ଧରି ବନ୍ଦ ପଡ଼ିଛି ପାର୍କ

ବର୍ଲିନ୍‌: ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଇଁ ଅନେକ ପାର୍କ ରହିଥାଏ। ହେଲେ ବର୍ଲିନ୍‌ରେ ଏପରି ଏକ ପାର୍କ ରହିଛି, ଯାହା ଦୀର୍ଘ ୨୧ ବର୍ଷ ଧରି ବନ୍ଦ ପଡ଼ିଛି। ପାର୍କର ନାମ ସ୍ପ୍ରି ପାର୍କ ଏବଂ ଏହା ଏକ ମନୋରଞ୍ଜନ ଭିତ୍ତିକ ପାର୍କ। ପାର୍କଟି ଖାଲି ପଡ଼ିବାରୁ ଏବେ ଏହାର ଥିମ୍‌ ବହୁ ଆତଙ୍କଜନକ ଭଳି ଲାଗୁଛି। ଏଠାରେ ଥିବା ବଡ଼ ବଡ଼ ଜିନିଷରେ କଳଙ୍କି ଲାଗି ଗଲାଣି। ରିପୋର୍ଟ ମୁତାବକ, ଏହି ପାର୍କ ୧୯୬୯ରେ ନିର୍ମାଣ କରାଯାଇଥିଲା। ପୂର୍ବରୁ ଏଠାକୁ ଅନେକ ଲୋକ ବୁଲିବାକୁ ଆସୁଥିଲେ। ହେଲେ ଥରେ ସେଠାରେ ଏକ ବଡ଼ ଧରଣର ଡ୍ରଗ୍ସ କାରବାର ଧରା ପଡ଼ିବାରୁ ପାର୍କକୁ ସେପରି ଛାଡ଼ି ଦିଆଗଲା। ବର୍ଲିନର ସ୍ପ୍ରି ନଦୀର ପାଖରେ ଥିବା ଏହି ପାର୍କରେ ଏବେ ବି ଅନେକ ପ୍ରକାର ଖେଳନା ଥିବା ଦେଖିବାକୁ ମିଳିବ। ପୂର୍ବରୁ ଏହାର ନାମ କୁଲଟୁର୍‌ ପାର୍କ ପ୍ଲାଣ୍ଟରୱାଲର୍‌ଡ ରଖାଯାଇଥିଲା। ୭୦ ଦଶକରେ ଏହି ପାର୍କ ଅଧିକ ଜଣାଶୁଣା ଥିଲା। ବହୁତ ସଂଖ୍ୟାରେ ଲୋକ ଏଠାକୁ ବୁଲିବାକୁ ଆସୁଥିଲେ। ସେତେବେଳେ ପାର୍କକୁ ପୂର୍ବ ଜର୍ମାନୀର କମ୍ୟୁନିଷ୍ଟ ସରକାର ଦେଖାଶୁଣା କରୁଥିଲା। ୧୯୯୧ରେ ପାର୍କର ସଞ୍ଚାଳକ ନୋର୍ବେର୍ଟ ୱିଟେ ଏହାକୁ ତାଙ୍କ ଅଧୀନକୁ ନେଇଗଲେ। ପରେ ସେ ଏହି ପାର୍କର ନାମ ବଦଳାଇ ସ୍ପ୍ରି ପାର୍କ ରଖିଦେଲେ। ଏହାପରେ ଅନେକ ମନୋରଞ୍ଜନ ଭିତ୍ତିକ ପାର୍କ ତିଆରି ହେବାରୁ ସରକାର ମଧ୍ୟ ଏହାର ଦେଖାଶୁଣା କରିବା ବନ୍ଦ କରିଦେଲେ। ଧୀରେ ଧୀରେ ପାର୍କରେ ଲୋକଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଲା। ପରେ ୱିଟେ ଡ୍ରଗ୍ସ ମାମଲାରେ ଧରାପଡ଼ିଲେ। ଏହାପରେ ୨୦୦୨ରେ ଏହି ପାର୍କକୁ ବନ୍ଦ କରିଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?