ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

ନୂଆପଡ଼ା,୯।୭(ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଗଡଗଡବାହାଲି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଭଙ୍ଗା ଦଦରା କେନ୍ଦ୍ରରେ ପାଠ ପଢୁଛନ୍ତି କୋମଳମତି ଶିଶୁମାନେ। ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେବାର ଆଜକୁ ପ୍ରାୟ ୪୦ ବର୍ଷ ହେବ। ଏହି କେନ୍ଦ୍ର ଉପରେ ୩୪ଜଣ କୁନି ଶିଶୁମାନେ ଅଧ୍ୟୟନ କରୁଥିବା ବେଳେ ୨ଜଣ ପ୍ରସ୍ତୁତି, ୫ଜଣ ଗର୍ଭବତୀ ଓ ୫୭ଜଣ କିଶୋରୀ ନର୍ଭର କରିଥାନ୍ତ। ଅଙ୍ଗନୱାଡି କେନ୍ଦ୍ରର ଛାତରୁ ବର୍ଷା ଦିନରେ ପାଣି ଗଳୁଛି। ଛାତରୁ ସିମେଣ୍ଟ ଅତଡା ଖସୁଛି। ଛାତର ସିମେଣ୍ଟ ଖସି ରଡ ସବୁ ବାହାରି ଗଲାଣି। ଛାତ ମଧ୍ୟ ପଡିବା ଉପରେ ହୋଇ ଗଲାଣି। ଅନ୍ୟ କୌଣସି ସୁବିଧା ନ ଥିବାରୁ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଢା ଚାଲିଛି। କେତେବେଳେ କ’ଣ ହୋଇଯିବ ସ୍ବୟଂ ଭଗବାନ ମଧ୍ୟ ଜାଣି ପାରିବେ ନାହିଁ। ରୋଷେଇ ଘର ନ ଥିବାରୁ ବାଣ୍ଡାରେ ରନ୍ଧା ଚାଲିଛି। ଶିକ୍ଷାଦାନ ପାଖରେ ରୋଷେଇ କରାଯାଉଥିବାରୁ କେନ୍ଦ୍ର ସବୁବେଳେ ଧୂଆଁମୟ ହୋଇ ଥାଏ। ଧୂଆଁ ଯୋଗୁ ଶିଶୁମାନଙ୍କୁ ଚକ୍ଷୁ ରୋଗ ହେବାର ସମ୍ଭାବନା ରହିଛି। ମୁଖ୍ୟ ରାସ୍ତାକୁ ଲାଗି କେନ୍ଦ୍ର ରହିଛି। ପାଚେରି ନ ଥିବାରୁ ସମୟ ସମୟେ ଛୋଟ ଛୋଟ ଦୁର୍ଘଟଣା ଘଟି ଯାଉଛ। ଅଙ୍ଗନୱାଡି କେନ୍ଦ୍ର କେତେ ବେଳେ ଭାଙ୍ଗି ଯାଇ ପରେ ବୋଲି ଆମେ ଭୟ କରି ଆମ ଛୁଆକୁ ଛାଡୁନାହୁଁ। ୩୪ ପିଲାରୁ କାଁ ଭଁା ୧୦ଟା ଭିତରେ ପିଲା କେନ୍ଦ୍ରକୁ ଆସୁଛନ୍ତି। ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେଲେ ୩୪ ପିଲା କ’ଣ ୫୦ ପିଲା ହୋଇଯିବେ। ଲୋକେ ଭୟରେ ପିଲାକୁ ଛାଡୁ ନାହାନ୍ତି ବୋଲି ଗ୍ରାମର ହେମଲାଲ ରଣା କହିଛନ୍ତ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ, ସୁପରଭାଇଜର, ସିଡିପିଓ, ବିଡିଓଙ୍କୁ ଅନେକ ଥର ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏ ସଂକ୍ରାନ୍ତରେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ମନ କୁମାରୀ ଲମ୍ବୁଙ୍କୁ ପଚାରିବାରୁ ବର୍ଷା ଦିନ ଆସିବା ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଥିବା କେନ୍ଦ୍ରକୁ ଛାଡି ଦିଅ। ଘର ଭଡା ନେଇ ପିଲାମାନଙ୍କୁ ରଖନ୍ତୁ ବୋଲି ସମସ୍ତ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଛୁ ବୋଲି କହିଥିଲେ। ଗ୍ରାମବାସୀ ଅନେକ ଥର ଅଭିଯୋଗ ପରେ ମଧ୍ୟ କେହି ଶୁଣୁନାହାନ୍ତ। ସବୁ ପିଲାଙ୍କୁ ପଢିଯିବା ବନ୍ଦ କରି ମା’ମାନେ ଯାଇ ରାସ୍ତା ଉପରେ ବସିବୁ ବୋଲି ୱାର୍ଡ ସଭ୍ୟା ଯୋଗେସିନି ରଣା, ବନିତା ଶବର, ରେମତି ରଣା, ଭୂମିସୁତା ରଣା, କୁମୁଦିନି ଶବର, ଉତ୍ରା ଅହିର, ଜାନକି ମାଝି, କୋଶଲ୍ୟା ଶବର, କୁମାରୀ ଶବର, ସୁରତି ରଣା ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?