ଧାନ ଅମଳ ଆରମ୍ଭରୁ ଅଡୁଆ

ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଲାଣି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କରୁଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲିବା ତ ଦୂରର କଥା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି) ବୈଠକ ବସିନାହିଁ। ଆସନ୍ତା ୧୦ତାରିଖ ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଉକ୍ତ ବୈଠକରେ ମଣ୍ଡି ଖୋଲିବା ନେଇ ତାରିଖ ତଥା ଅନ୍ୟ ବ୍ୟବସ୍ଥା ଉପରେ ନୀତି ନିର୍ଦ୍ଧାରଣ କରାଯିବ। କିନ୍ତୁ ବୈଠକ ବସି ସାରି ନ ଥିବାବେଳେ ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍‌ ସମ୍ଭବତଃ ଆସନ୍ତା ୨୪ତାରିଖରୁ ଜିଲାରେ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲିବା ନେଇ ପ୍ରଶାସନିକ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ଚାଲିଛି। ମଣ୍ଡି ଖୋଲିବା ଯେତେ ବିଳମ୍ବିତ ହେଉଛି ଚାଷୀମାନଙ୍କୁ ଧାନ ବିକ୍ରି ସେତେ ଚିନ୍ତା ଘାରିଛି। ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଯୋଗୁ ସେମାନଙ୍କ କ୍ଷେତ୍ରରେ ଏହି ଚିନ୍ତା ବଢିଯାଇଛି। ଅନ୍ୟପଟେ ବେପାରୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି ଏବଂ ମଣ୍ଡି ଖୋଲି ନ ଥିବାରୁ କେତେକ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ସେମାନଙ୍କୁ ଧାନ ବିକ୍ରି କରି ଦେଉଛନ୍ତି। ବେପାରୀମାନେ ମଧ୍ୟ ଟ୍ରକ, ଟ୍ରାକ୍ଟର ଯୋଗେ ଅନାୟାସରେ ଧାନ କିଣି ନେଉଥିବା ପରିଲକ୍ଷିତ ହେଉଛି। ଏଥିପ୍ରତି ଜନ ପ୍ରତିନିଧି ଏବଂ ଜିଲା ଯୋଗାଣ ବିଭାଗର ନୀରବତା ସଭିଁଙ୍କୁ ଚକିତ କରିଛି।
ତେବେ ଚାଷୀଙ୍କ ପ୍ରତି ଏଭଳି ଆନ୍ତରିକତା ଅଭାବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ଉଦାସୀନତାକୁ ନେଇ ଆନ୍ଦୋଳନ ତେଜି ଉଠୁଛି। ଆସନ୍ତା ୮ତାରିଖରେ ପଦ୍ମପୁରରେ ବିଶାଳ ଚାଷୀ ସମାବେଶ କାର୍ଯ୍ୟକ୍ରମ ରହିଛି। ଜିଲାର ଅନେକ ଚାଷୀଙ୍କୁ ପଞ୍ଜୀକରଣରୁ ବଞ୍ଚତ୍ତ କରାଯିବା ଏବଂ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ପ୍ରତିବାଦରେ ଆସନ୍ତା ୧୦ତାରିଖରେ ହେବାକୁ ଥିବା ଧାନ ସଂଗ୍ରହ କମିଟି ବୈଠକକୁ ମଧ୍ୟ ଜୋରଦାର୍‌ ବିରୋଧ କରିବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ବିଭିନ୍ନ ଚାଷୀ ସଙ୍ଗଠନ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଏଥର ସମସ୍ତ ଚାଷୀଙ୍କ ବିକ୍ରିଯୋଗ୍ୟ ଧାନ କିଣା ନ ଗଲେ କିମ୍ବା ଧାନ ବିକ୍ରି ଅବ୍ୟବସ୍ଥା ଦେଖାଦେଲେ ସ୍ଥାନୀୟ ସାଂସଦ, ବିଧାୟକଙ୍କ ଘର ଏବଂ ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପ୍ରାଥମିକ କୃଷି ସମବାୟ ସମିତି, ତହସିଲଦାର, ସମବାୟ ଉପନିବନ୍ଧକ, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଳ ଧାନ ଗଦା କରାଯିବ ବୋଲି ଗତ କିଛିଦିନ ତଳେ ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସଂଯୁକ୍ତ କୃଷକ ସଙ୍ଗଠନ ଘୋଷଣା କରିଛି। ଏହାସହିତ ରାଇସ୍‌ ମିଲ୍‌ ଗୋଦାମରେ ଭର୍ତ୍ତି ହୋଇ ରହିଥିବା ଚାଉଳ ଖାଲି କରିବା ସହିତ ବିଭିନ୍ନ ଦାବି ପୂରଣ ନ ହେଲେ ଧାନକିଣାରେ ସହଯୋଗ କରିବ ନାହିଁ ବୋଲି ଅନ୍ୟ ଏକ ଖବରଦାତା ସମ୍ମିଳନୀରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ଚେତାବନୀ ଦେଇ ସାରିଛି। ଏସବୁକୁ ଦେଖିଲେ ଏଥର ଅନ୍ୟବର୍ଷ ତୁଳନାରେ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ଜଟିଳ ହେବ ଏବଂ ଚାଷୀ ଆନ୍ଦୋଳନ ମଧ୍ୟ ଜୋର୍‌ ଧରିବ ବୋଲି ଏବେଠାରୁ ଆଶଙ୍କା କରାଯାଉଛି।
ଚାଷୀ ନେତାଙ୍କ ଉପରେ ଚାପ
ଧାନବିକ୍ରି ଅବ୍ୟବସ୍ଥା ଏଥର ସରକାରଙ୍କୁ ଅଡ଼ୁଆରେ ପକାଇପାରେ। ଏହି ଆଶଙ୍କା ଏବେଠାରୁ ପରିଲକ୍ଷିତ ହେଲାଣି। ଧାନ କିଣାବିକା ଆରମ୍ଭ ନ ହେଉଣୁ ଚାଷୀ ସଙ୍ଗଠନ ଗୁଡ଼ିକ ଆନ୍ଦୋଳନ ଚେତାବନୀ ଦେଲେଣି। ଚାଷୀଙ୍କ ହକ୍‌ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ସଙ୍ଗଠନ ଗୁଡ଼ିକ ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି। ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାରୀ କଳ ମଧ୍ୟ ଚାଷୀନେତାଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ୟମ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ଉପତ୍ନ୍ନ କୁମାର ଭୋଇ, ସୁଦାମ ପାତ୍ର, କାରଣ ସାହୁ, ଅଭିମନ୍ୟୁ ପ୍ରଧାନ, ଶଙ୍କର ଖମାରୀଙ୍କୁ ଅଭ୍ୟାସଗତ ବିଶୃଙ୍ଖଳକାରୀ ବୋଲି ଅଭିହିତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍‌)ର ଧାରା ୧୨୯ରେ ମାମଲା ରୁଜୁ କରାଯାଇଛି। ତେବେ ନୋଟିସ୍‌ ପାଇବା ପରେ ସମ୍ପୃକ୍ତ ଚାଷୀନେତାମାନେ ସବ୍‌ଡ଼ିଭିଜନାଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିସାରିଥିବା ସୂଚନା ମିଳିଛି।
ଆଦେଶ, ଅଣଦେଖା ନା ଭୟ
ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେବା ପାଇଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ପ୍ରଶାସନିକ ଅଧିକାରୀ, ଚାଷୀ ଓ ମିଲର୍ସ ପ୍ରତିନିଧି, ବିଭାଗୀୟ ଅଧିକାରୀଙ୍କୁ ଚିଠି କରିଛନ୍ତି। ତେବେ ଉକ୍ତ ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୨୦ଜଣଙ୍କୁ ସେହି ଚିଠି କରାଯାଇଥିବା ଉଲ୍ଲେଖ ରହିଛି। ଚିଠିରେ ଅତିରିକ୍ତ ଜିଲାପାଳ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଉପଜିଲାପାଳ, ସିଟି ଜିଏସ୍‌ଟି ସର୍କଲର ଯୁଗ୍ମ କମିଶନର, ଏଫ୍‌ସିଆଇର ଡିଭିଜନାଲ ମ୍ୟାନେଜର, ଡିଆର୍‌ସିଏସ୍‌, ସିଡ଼ିଏଓ, ଡିଏସ୍‌ଡବ୍ଲ୍ୟୁଓ, ମିଶନ ଶକ୍ତିର ଡିପିସି, ଲିଡ୍‌ ବ୍ୟାଙ୍କ ମ୍ୟାନେଜର, ଆର୍‌ଏମ୍‌ସି ସମ୍ପାଦକ, ମାଇନର ଇରିଗେଶନ ଡିପାର୍ଟମେଣ୍ଟର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର, ପଦ୍ମପୁର ପାକ୍ସ ସଭାପତିଙ୍କ ସମେତ ୩ ଜଣ ଚାଷୀ ପ୍ରତିନିଧି କେଶବ ପ୍ରଧାନ, ହଳପାଣି ମାଝି, ବିରେନ କର, ୩ ମିଲର୍ସ ଜୟପ୍ରକାଶ ଲାଠ, ଶ୍ୟାମସୁନ୍ଦର ଅଗ୍ରୱାଲ, ରମାକାନ୍ତ ଧରଙ୍କ ନାଁ ରହିଛି। ହେଲେ ଚିଠିରେ ଜିଲାର ବିଧାୟକ, ସାଂସଦ କିମ୍ବା ଜିଲାପାଳ ନାହାନ୍ତି। ପୂର୍ବରୁ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇ ଆସୁଥିଲା ଏବଂ ବୈଠକକୁ ଜିଲାର ସମସ୍ତ ବିଧାୟକ, ସାଂସଦ, ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ଡକାଯାଉଥିଲା। ମାତ୍ର ଏହି ଚିଠିରେ ସେ ସମସ୍ତଙ୍କୁ ଊହ୍ୟ ରଖାଯିବା ଯୋଗୁ ଚର୍ଚ୍ଚା ଜୋର୍‌ ଧରିଛି। ଫଳରେ ଧାନ ସଂଗ୍ରହ କମିଟି ବୈଠକରେ ସେମାନଙ୍କ ଉପସ୍ଥିତି ରହିବ କି ନାହିଁ ତାକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ଅନ୍ୟପଟେ ସେମାନଙ୍କୁ ଆଉ ଏକ ଚିଠି କରାଯାଇଥାଇପାରେ କିମ୍ବା ବୈଠକ ଦିନ ସମ୍ଭାବ୍ୟ ଚାଷୀ ଆନ୍ଦୋଳନରୁ ଦୂରରେ ରହିବା ଅଥଚ ତାକୁ ଏଡ଼ାଇବା ପାଇଁ ସେମାନଙ୍କ ନାମ ଚିଠିରେ ଉଲ୍ଲେଖ ହୋଇ ନ ଥିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?