ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍‌ କରିପାରିବେନି ମାଲିକ

ଲିସ୍‌ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଘରୁ କାମ କରିବା ଅଭ୍ୟାସ ଯଥେଷ୍ଟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ମଧ୍ୟ ଦୀର୍ଘ ସମୟ ଧରି କାମ କରିବାକୁ ପଡୁଛି ବୋଲି ଅଭିଯୋଗ ଆସୁଛି। ଅଫିସ ସମୟ ସରିବା ପରେ ମଧ୍ୟ କାମ ଶେଷ ହୁଏ ନାହିଁ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ଦେଶ ଘରୁ କାମ ସମ୍ବନ୍ଧରେ ଆଇନ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ଦୁନିଆର ଏଭଳି ଏକ ଦେଶ ହେଉଛି ପର୍ତ୍ତୁଗାଲ, ଯାହା ଏକ ନୂତନ ନିୟମ ପ୍ରଣୟନ କରିଛି। ଅଫିସ ସମୟ ସରିବା ପରେ କର୍ମଚାରୀଙ୍କୁ କଲ୍‌, ମେସେଜ୍‌ କିମ୍ବା ଇମେଲ କରିବା ମାଲିକଙ୍କ ପାଇଁ ବେଆଇନ ଘୋଷିତ ହୋଇଛି। କେବଳ ଏତିକି ନୁହେଁ, ମାଲିକ ଏପରି କଲେ ଦଣ୍ଡ ମଧ୍ୟ ପାଇବେ।

ପର୍ତ୍ତୁଗାଲର ସଂସଦ ଦ୍ୱାରା ପାରିତ ହୋଇଥିବା ନୂତନ ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକ କେବଳ ଅଫିସ ସମୟ ପରେ ନୁହେଁ ବରଂ ସପ୍ତାହ ଶେଷରେ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ କଲ୍‌ କିମ୍ବା ଇମେଲ କରିପାରିବେ ନାହିଁ। ଯଦି ସେମାନେ ଏପରି କରନ୍ତି, ତେବେ ସେମାନେ ଦଣ୍ଡର ସାମ୍ନା କରିବେ।

ଏହି ନୂତନ ଆଇନ ବିଷୟରେ ପର୍ତ୍ତୁଗାଲର ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, କରୋନା ଅବଧି ସମୟରେ ଘରୁ କାମ ଏକ ନୂତନ ବାସ୍ତବତାରେ ପରିଣତ ହୋଇଛି। ସେଥିପାଇଁ କାମକୁ ସହଜ କରିବା ପାଇଁ ଏହି ନିୟମ ଅଣାଯାଇଛି। ଏଥି ସହିତ ସେ କହିଛନ୍ତି, ମହାମାରୀ ସମୟରେ ଲୋକଙ୍କ ବିକଳ୍ପ ପୂରଣ କରିବା ପାଇଁ ନୂତନ ଦ୍ୱାର ଖୋଲାଯାଇଛି କିନ୍ତୁ ଏଥିପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri