ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍‌ କରିପାରିବେନି ମାଲିକ

ଲିସ୍‌ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଘରୁ କାମ କରିବା ଅଭ୍ୟାସ ଯଥେଷ୍ଟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ମଧ୍ୟ ଦୀର୍ଘ ସମୟ ଧରି କାମ କରିବାକୁ ପଡୁଛି ବୋଲି ଅଭିଯୋଗ ଆସୁଛି। ଅଫିସ ସମୟ ସରିବା ପରେ ମଧ୍ୟ କାମ ଶେଷ ହୁଏ ନାହିଁ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ଦେଶ ଘରୁ କାମ ସମ୍ବନ୍ଧରେ ଆଇନ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ଦୁନିଆର ଏଭଳି ଏକ ଦେଶ ହେଉଛି ପର୍ତ୍ତୁଗାଲ, ଯାହା ଏକ ନୂତନ ନିୟମ ପ୍ରଣୟନ କରିଛି। ଅଫିସ ସମୟ ସରିବା ପରେ କର୍ମଚାରୀଙ୍କୁ କଲ୍‌, ମେସେଜ୍‌ କିମ୍ବା ଇମେଲ କରିବା ମାଲିକଙ୍କ ପାଇଁ ବେଆଇନ ଘୋଷିତ ହୋଇଛି। କେବଳ ଏତିକି ନୁହେଁ, ମାଲିକ ଏପରି କଲେ ଦଣ୍ଡ ମଧ୍ୟ ପାଇବେ।

ପର୍ତ୍ତୁଗାଲର ସଂସଦ ଦ୍ୱାରା ପାରିତ ହୋଇଥିବା ନୂତନ ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକ କେବଳ ଅଫିସ ସମୟ ପରେ ନୁହେଁ ବରଂ ସପ୍ତାହ ଶେଷରେ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ କଲ୍‌ କିମ୍ବା ଇମେଲ କରିପାରିବେ ନାହିଁ। ଯଦି ସେମାନେ ଏପରି କରନ୍ତି, ତେବେ ସେମାନେ ଦଣ୍ଡର ସାମ୍ନା କରିବେ।

ଏହି ନୂତନ ଆଇନ ବିଷୟରେ ପର୍ତ୍ତୁଗାଲର ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, କରୋନା ଅବଧି ସମୟରେ ଘରୁ କାମ ଏକ ନୂତନ ବାସ୍ତବତାରେ ପରିଣତ ହୋଇଛି। ସେଥିପାଇଁ କାମକୁ ସହଜ କରିବା ପାଇଁ ଏହି ନିୟମ ଅଣାଯାଇଛି। ଏଥି ସହିତ ସେ କହିଛନ୍ତି, ମହାମାରୀ ସମୟରେ ଲୋକଙ୍କ ବିକଳ୍ପ ପୂରଣ କରିବା ପାଇଁ ନୂତନ ଦ୍ୱାର ଖୋଲାଯାଇଛି କିନ୍ତୁ ଏଥିପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଲଗାଣ ବର୍ଷା ସହ ବନ୍ୟା, ୫ ମୃତ

ପେନସିଲଭାନିଆ,୧୭।୭: ଆମେରିକାର ପୂର୍ବ ପେନସିଲଭାନିଆରେ ବର୍ଷା ଓ ବନ୍ୟାର ପ୍ରକୋପ ଜାରି ରହିଛି। ଦ ହିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ହଠାତ୍‌ ଆସିଥିବା ବନ୍ୟାରେ...

ମଙ୍ଗଳରେ ଜୀବନ

ନ୍ୟୁୟର୍କ, ୨୧।୧୧: ମଙ୍ଗଳରେ ଜୀବସତ୍ତା ସମ୍ଭବ କି ବୋଲି ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ ଜୀବନ ସମ୍ପର୍କିତ କେତେକ ତଥ୍ୟ ସାମ୍ନାକୁ ଆଣିଛନ୍ତି...

ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ...

କରୋନା ବିଜୟୀ ପୋଖରୀ ମାନବ

ବେଙ୍ଗାଲୁରୁ: କରୋନାକୁ ଭୟ ନ ଥିଲା। କିନ୍ତୁ ଗାଁରେ ଥିବା ପୋଖରୀ ଓ ଗଛଗୁଡ଼ିକର ସୁରକ୍ଷାକୁ ନେଇ ୧୪ଦିନ ଧରି ମୁଁ ଚିନ୍ତାରେ ଥିଲି। ହସ୍ପିଟାଲରେ...

ପବ୍‌ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ...

ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣିଲା ଶିଶୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ପ୍ରଶଂସକଙ୍କ ସହ ମଜାଳିଆ ଓ ଆକର୍ଷଣୀୟ ଫଟୋ ଏବଂ ଭିଡିଓମାନ...

ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ...

କଳା କୁଶଳୀ ନିକୁଞ୍ଜ ବିହାରୀ

ଯେକୌଣସି କଳା ରୂପରେ ନିଜ ମାଟିର ସୁଗନ୍ଧ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ହେଉଛି ଯଥାର୍ଥ ଶିଳ୍ପୀ ଯାହାର ମୌଳିକତା ସ୍ବଭୂମିରୁ ବିକଶିତ ହୋଇଥାଏ...

Advertisement
Archives

Model This Week