ଆଉ ଦୁଇ ଅଭିଯୁକ୍ତଙ୍କୁ ୱାଣ୍ଟେଡ୍‌ ଘୋଷଣା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଫେରାର ଥିବା ଆଉ ଦୁଇ ଅଭିଯୁକ୍ତଙ୍କୁ କ୍ରାଇବ୍ରାଞ୍ଚ ୱାଣ୍ଟେଡ୍‌ ଘୋଷଣା କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଫ୍‌)ର ପୃଥକ ମାମଲାରେ ଉଭୟ ଅଭିଯୁକ୍ତ ଥିଲେ॥ ଇଓଡବ୍ଲ୍ୟୁ ମାମଲାରେ ୱାଣ୍ଟେଡ୍‌ ହେଲେ ବରଗଡ଼ ଜିଲା ସଦର ଥାନା ଅଞ୍ଚଳର ହରପାଲ୍‌ ସିଂ ଓ ଏସ୍‌ଟିଫ୍‌ ମାମଲାରେ ୱାଣ୍ଟେଡ୍‌ ହେଲେ ଗଞ୍ଜାମ ଜିଲା କୋଦଳା ଥାନା ଜଗନ୍ନାଥପୁର ଗ୍ରାମର ଅନିଲ ପାଣ୍ଡି। ଏମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପୃଥକ ଫୋନ୍‌ ନମ୍ବର ଜାରି କରିଛି। ଅଭିଯୁକ୍ତ ହରପାଲ୍‌ଙ୍କ ପାଇଁ ୯୪୩୭୦୯୩୪୧୪ ଏବଂ ଅଭିଯୁକ୍ତ ଅନିଲଙ୍କ ପାଇଁ ୭୮୯୪୪୨୩୬୧୦ ମୋବାଇଲ ନମ୍ବରରେ ସୂଚନା ଦେବା ପାଇଁ କୁହାଯାଇଛି। ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ। ଏଥିସହ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଏମ୍‌/ଏସ୍‌ ହର୍‌ପାଲ ଫାର୍ମ ଏକ୍ୟୁପ୍‌ମେଣ୍ଟ୍‌ସର ମାଲିକ ହେଉଛନ୍ତି ଅଭିଯୁକ୍ତ ହରପାଲ। ସେ ନିଜ ସଂସ୍ଥା ମାଧ୍ୟମରେ ବିଭିନ୍ନ ଚାଷୀଙ୍କୁ କୃଷି ଉପକରଣ ଯୋଗାଉଥିଲେ। ୨୦୧୮ରୁ ୨୦୨୦ ମଧ୍ୟରେ ୨୮୧ଜଣ ଚାଷୀଙ୍କୁ ଚାଷୀ ଉପକରଣ ଦେଇଛନ୍ତି ବୋଲି ଜାଲ କାଗଜପତ୍ରରେ ଦର୍ଶାଇ ୩ କୋଟି ୫୦ ଲକ୍ଷ ଟଙ୍କା ସବ୍‌ସିଡି ଟଙ୍କା ଉଠାଇ ନେଇଥିଲେ। ଏନେଇ ଅଭିଯୋଗକ୍ରମେ ଗତ ଏପ୍ରିଲ ୨୩ରେ ଇଓଡବ୍ଲ୍ୟୁ ମାମଲା(ନଂ.୭/୨୧) ରୁଜୁ କରିଥିଲା। ଏହାପରେ ସେ ଫେରାର ହୋଇଯାଇଥିଲେ। ସେହପିର ଏସ୍‌ଟିଏଫ୍‌ ପାଇଁ ୱାଣ୍ଟେଡ୍‌ ଥିବା ଅଭିଯୁକ୍ତ ଅନିଲ ଜଣେ ନିଶା ବେପାରୀ। ସେ ବ୍ରାଉନସୁଗାର, ଗଞ୍ଜେଇ ଏବଂ ଅନ୍ୟାନ୍ୟ ନିଶା କାରବାର କରନ୍ତି। ତାଙ୍କ ନାମରେ ଏସ୍‌ଟିଫ୍‌ ମାମଲା (ନଂ.୨୯/୨୧) ରୁଜୁ କରିବାପରେ ସେ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?