ଏକ୍‌ଜାମ୍‌ ଓ୍ବାରିୟର୍ସର ଓଡ଼ିଆ ସଂସ୍କରଣ ଏକ ପ୍ରେରଣାଦାୟୀ ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ବର,୨୩ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ ଏକ୍‌ଜାମ୍‌ ଓ୍ବାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରୀଛାତ୍ରଙ୍କ ସମେତ ସେମାନଙ୍କ ଅଭିଭାବକମାନଙ୍କ ଲାଗି ମଧ୍ୟ ଏକ ପ୍ରେରଣାଦାୟୀ ପୁସ୍ତକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି। ସେ ତାଙ୍କ ଟୁଇଟ୍‌ରରେ ଉଲ୍ଲେଖ କରିଛନ୍ତି ଯେ, ପରୀକ୍ଷା ଚାପକୁ କମ୍‌ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ। ଏକ୍‌ଜାମ୍‌ ଓ୍ବାରିୟର୍ସକୁ ପଢ଼ି ଛାତ୍ରୀଛାତ୍ରମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବେ ପାଳନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏକ୍‌ଜାମ ଓ୍ବାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂଲିଶ ସମେତ ୧୩ଟି ଭାରତୀୟ ଭାଷାରେ ପ୍ରକାଶିତ ହେଉଛି। ଆସନ୍ତା ୨୭ରେ ଦେଶର ଛାତ୍ରୀଛାତ୍ରଙ୍କ ସହ ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସଫଳତାର ମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ-୧ ବନ୍ଦ

ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

କୋରିଅରରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟ୍ରେନ୍‌ରେ ଯାଞ୍ଚ କଡ଼ାକଡ଼ି ହେଉଥିବାରୁ କୋରିଅରରେ ଗଞ୍ଜେଇ ଚାଲାଣ ହେଉଛି। ଭୁବନେଶ୍ୱରରେ ଭଡ଼ାରେ ରହି ଅଣଓଡ଼ିଆ ଯୁବକମାନେ ଏହି ବେଆଇନ ବେପାର କରୁଛନ୍ତି। ଗଜପତିରୁ...

ଅଭିବୃଦ୍ଧିରେ ସହାୟକ ହେବ ବଜେଟ୍‌ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚେନ୍ନାଇ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଆସିବା ପରେ ଏହା...

ଧଉଳି ପାଇଁ ୧ କୋଟି ମଞ୍ଜୁର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଧଉଳି ଶାନ୍ତି ସ୍ଥୂପର ମରାମତି, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଏବଂ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା...

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୬୬କୁ ବୃଦ୍ଧି...

ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା...

ପରୀକୁ ନ୍ୟାୟ ବିରୋଧୀଙ୍କ ଦାବି

ଭୁବନେଶ୍ୱର,୨୭।୧୧(ବ୍ୟୁରୋ):ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ଜିଦ୍‌ରେ ବିରୋଧୀ ଅଟଳ। ବୁଧବାର ପରୀ ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି...

ପରୀକୁ ନେଇ ଥମୁନି ତାତି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ...

Advertisement
Archives

Model This Week