Posted inଜାତୀୟ

ମଣିପୁର ବିଧାନସଭା ଅଧିବେଶନେରେ ଯୋଗଦେବେନି ମହିଳା କୁକି ମନ୍ତ୍ରୀ

ଇମ୍ଫାଲ,୨୫।୮: ମଣିପୁର ବିଧାନସଭା ଅଧିବେଶନରେ ଯୋଗ ଦେବେନି କୁକି ସମ୍ପ୍ରଦାୟର ମହିଳା ମନ୍ତ୍ରୀ ନେମଚା କିପଗେନ। ତେବେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପାହାଡ ଜିଲା ପାଇଁ ପୃଥକ ପ୍ରଶାସନ ଦାବି କରୁଥିବା ସମସ୍ତ ଦଶ ଜଣ କୁକି ବିଧାୟକଙ୍କୁ ସୁରକ୍ଷା ଦିଆଯିବ ବୋଲି ଆଶ୍ୱସନା ଦେଇଛନ୍ତି।

ରାଜ୍ୟ କ୍ୟାବିନେଟରେ ନେମଚା କିପଗେନ ହେଉଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ। ସେ ବିଧାନସଭା ଅଧିବେଶନରେଅନୁପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। ମଣିପୁର ବିଧାନସଭା ବାଚସ୍ପତି ସତ୍ୟବ୍ରତଙ୍କୁ ଲେଖିଥିବା ଚିଠିରେ କିପଗେନ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ସେ ଇମ୍ଫାଲ ଯିବାକୁ ଚାହୁଁ ନାହାନ୍ତି। ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବା ପରଠାରୁ ସୁରକ୍ଷା ଦୃଷ୍ଟିରୁ ସେ ଏବଂ ତାଙ୍କ ପରିବାର ସଦସ୍ୟ ଇମ୍ଫାଲରେ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି।

ସେ ଆହୁରି କହିଛନ୍ତି, ମୁଁ ସୁରକ୍ଷା କର୍ତ୍ତାଙ୍କ ସହିତ ପରାମର୍ଶ କରିଛି। ସେମାନେ ମୋତେ ସତର୍କ କରିବା ସହ ଇମ୍ଫାଲ ର ଆଇନ ଶୃଙ୍ଖଳା ପରିସ୍ଥିତି ଅସ୍ଥିର ଥିବା ହେତୁ ଅଧିବେଶନରେ ଯୋଗଦେବାକୁ ବାରଣ କରିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି, ରାଜ୍ୟରେ କୌଣସି ପୃଥକ ବିଭାଜନ ହେବ ନାହିଁ। ପାହାଡ ଜିଲା ପାଇଁ ପୃଥକ ପ୍ରଶାସନ ଦାବି କରୁଥିବା ସମସ୍ତ ଦଶ ଜଣ କୁକି ବିଧାୟକଙ୍କ ପାଇଁ ସୁରକ୍ଷା ନିଶ୍ଚିତ କରାଯାଇଛି।

ସୂଚନାଯୋଗ୍ୟ ଯେ ପାହାଡ ଜିଲା ପାଇଁ ପୃଥକ ମୁଖ୍ୟ ସଚିବ ଏବଂ ପୋଲିସ ମୁଖ୍ୟ ଦାବି କରି ଦଶ ଜଣ ବିଧାୟକ ଅଗଷ୍ଟ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏଥିସହ ମେଇତି ଗୋଷ୍ଠୀର ଜୀବନ ପ୍ରତି ବିପଦ ଥିବା ସେ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?