Posted inଫୁରସତ

ସବୁଠୁ ପୁରୁଣା ହାଣ୍ଡବ୍ୟାଗ୍‌

ମହିଳାଙ୍କ ଫ୍ୟାଶନେବଲ ଆସେସରିଜ୍‌ ମଧ୍ୟରେ ହାଣ୍ଡବ୍ୟାଗ୍‌ ଅନ୍ୟତମ। ଅକେଜନ୍‌ ଅନୁସାରେ ହାଣ୍ଡବ୍ୟାଗ୍‌ର ପ୍ରକାର ବି ବଦଳିଥାଏ। ହେଲେ କେବେ ଭାବିଛନ୍ତି କି କେବେଠାରୁ ଏହାର ବ୍ୟବହାର ଆରମ୍ଭ ହୋଇଛି? ଯଦିଓ ଏହାର ଠିକ୍‌ ସମୟ ଜଣା ନାହିଁ, ତେବେ ନିକଟରେ ଉଦ୍ଧାର ହୋଇଛି ସବୁଠାରୁ ପୁରୁଣା ହାଣ୍ଡବ୍ୟାଗ୍‌। ଅନୁମାନ କରାଯାଉଛି ଏହା ୭୦୦ ବର୍ଷ ପୁରାତନ। ଲଣ୍ଡନର କୋର୍ଟଉଲ୍ଡ ଗ୍ୟାଲେରିରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ବ୍ୟାଗଟି ଉତ୍ତର ଇରାକର ମୋସୁଲ ସହରର ବୋଲି କୁହାଯାଉଛି। ବ୍ରାସ୍‌ର ଏହି ବ୍ୟାଗ୍‌ ଏକ କ୍ଲଚ୍‌ ବ୍ୟାଗ୍‌ ଭଳି ଦେଖାଯାଏ। ପ୍ରଥମେ ଉକ୍ତ ବ୍ୟାଗକୁ ଘୋଡ଼ାଚାଳନା କରୁଥିବା ପୁରୁଷଙ୍କର ସ୍ୟାଡଲ୍‌ବ୍ୟାଗ୍‌ ଅବା ପୁରୁଷଙ୍କର ଓ୍ବାଲେଟ୍‌ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ମିଳିଥିବା କିଛି ପ୍ରମାଣରୁ ଜଣାପଡୁଛି ଯେ, ଏହା ମହିଳାଙ୍କ ହାଣ୍ଡବ୍ୟାଗ୍‌। ଏଥିରେ ହୋଇଥିବା କାରୁକାର୍ଯ୍ୟ ବେଶ୍‌ ଉଚ୍ଚକୋଟୀର। ଏଥିରେ ମଙ୍ଗୋଲ ଦରବାରର ଦୃଶ୍ୟ ଦେଖିବାକୁ ମିଳେ। କାରୁକାର୍ଯ୍ୟରେ ଦେଖିପାରିବେ ଦାମୀ ପୋଷାକ ପିନ୍ଧିଥିବା ପୁରୁଷ ଓ ମହିଳା ମଝିରେ ଥିବା ଖାଇବା ଟେବୁଲରେ ବସିଛନ୍ତି ଓ ତାଙ୍କ ଚାରିପଟେ ମଙ୍ଗୋଲ ପୋଷାକ ପିନ୍ଧିଥିବା ଆଟେଣ୍ଡାଣ୍ଟ ତାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି। ତାଙ୍କ ପାଖରେ ଜଣେ ମହିଳା ହାତରେ ଦର୍ପଣ ଧରିଥିବା ସହ ଡାହାଣ କାନ୍ଧରୁ ଛାତି ଦେଇ ବାମ ଅଣ୍ଟା ଆଡକୁ ଝୁଲୁଥିବା ଏକ ବ୍ୟାଗ ଦେଖିବାକୁ ମିଳେ। ଏଇଥିରୁ ଅନୁମାନ କରାଯାଉଛି ଯେ, ଏହି ହାଣ୍ଡବ୍ୟାଗ ମହିଳାଙ୍କର ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri