ଫାଇଲ ଖୋଲିବାକୁ ଅଧିକାରୀ ଅନିଚ୍ଛୁକ

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଆଦର୍ଶ (ଟାଉନ) ଥାନା ଅଧୀନ ଗୁରୁଜଙ୍ଗରେ ୨୦୨୧ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଦିନରାତି ଏକ କରିଦେଇଥିଲା। ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ, ସାହିପଡ଼ିଶା ଲୋକଙ୍କ ବୟାନ ରେକର୍ଡ ଓ ସାଇଣ୍ଟିଫିକ ଟିମ୍‌ ଦ୍ୱାରା ଅନୁସନ୍ଧାନ ସତ୍ତ୍ୱେ ପୋଲିସ ହାତରେ କୌଣସି ସୁରାକ ଲାଗି ନ ଥିଲା। ରବିବାର ଏହି ହତ୍ୟାକାଣ୍ଡକୁ ଏକବର୍ଷ ପୂରିଛି। ତେବେ ଏପର୍ଯ୍ୟନ୍ତ ପୋଲିସ ଫେରାର ଅଭିଯୁକ୍ତଙ୍କ ସନ୍ଧାନ ପାଇପାରିନାହିଁ। ସେହି ସମୟରେ କାର୍ଯ୍ୟରତ ଥିବା ଥାନାଧିକାରୀ ଓ ସଦର ଏସ୍‌ଡିପିଓଙ୍କର ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛି। ନୂତନ ଥାନାଧିକାରୀ ଓ ନୂତନ ଏସ୍‌ଡିପିଓ କାର୍ଯ୍ୟରେ ଯୋଗଦେଇ ସାରିଛନ୍ତି। ମାତ୍ର କେହି ଏହି ମାମଲାକୁ ଆଉ ଆଗକୁ ନେଉନାହାନ୍ତି। ଫଳରେ ମାମଲାଟି ଫାଇଲ ତଳେ ଚପିଯାଇଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ୨୦୦୫ରେ ଗୁରୁଜଙ୍ଗର ବ୍ୟବସାୟୀ କାର୍ତ୍ତିକ ପ୍ରଧାନଙ୍କୁ ଇନ୍ଦିରା ପ୍ରେମ ବିବାହ କରିଥିଲେ। ଇନ୍ଦିରାଙ୍କ ପରିବାର ଗୁରୁଜଙ୍ଗ ପତିତପାବନ ଛକରେ ଭଡ଼ା ଘରେ ରହୁଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ରହିଛି। ତେବେ ପାରବାରିକ ଅଶାନ୍ତି ଲାଗିରହିବାରୁ ପୁଅ ସହ ଇନ୍ଦିରା ବାପଘରକୁ ଚାଲିଆସିଥିଲେ। କାର୍ତ୍ତିକ ଅନ୍ୟ ସ୍ଥାନରେ ଘରଭଡ଼ା ନେଇ ରହୁଥିଲେ। ହତ୍ୟାକାଣ୍ଡର ସପ୍ତାହେ ତଳେ ସେ ଶ୍ୱଶୁର ଘରକୁ ଆସି ରହିଥିଲେ। ଇନ୍ଦିରାଙ୍କୁ ଜୀବନରୁ ମାରିଦେବା ପାଇଁ କାର୍ତ୍ତିକ ପୂର୍ବରୁ ଯୋଜନା କରିଥିଲେ। ଘଟଣା ରାତିରେ ସେ ଘର ଭିତର କାନ୍ଥକୁ ଲାଗି ଏକ ଶିଢ଼ି ଆଣି ପକାଇଥିଲେ। ରାତିରେ ଖିଆପିଆ ସରିବାପରେ ପରିବାରଲୋକେ ଶୋଇଯାଇଥିଲେ। କାର୍ତ୍ତିକ ଓ ଇନ୍ଦିରା ଏକାକୀ ଗୋଟିଏ ରୁମ୍‌ରେ ଶୋଇଥିଲେ। ରାତି ପ୍ରାୟ ସାଢେ ଗୋଟାଏ ବେଳେ କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ଇନ୍ଦିରାଙ୍କ ବେକକୁ କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ପରେ ସେଠାରୁ ଶିଢି ବାଟ ଦେଇ ବାହାରକୁ ଆସି ଗୁରୁଜଙ୍ଗ ମେଲଣ ପଡ଼ିଆରେ ରହୁଥିବା ନିଜ ଘରକୁ ଯାଇ ସାନଭାଇକୁ ବାଇକ ମାଗିଥିଲେ। ବିଳମ୍ବିତ ରାତିରେ ବାଇକ କଣ ଦରକାର, କୁଆଡେ ଯିବାକୁ ବାହାରିଛ ବୋଲି ସାନଭାଇ ପଚାରିବାରୁ ସେ କିଛି ନ କହି ଦୌଡ଼ି ଚାଲିଯାଇଥିଲେ। ସାନଭାଇର ସନ୍ଦେହ ହେବାରୁ ସେ ପତିତପାବନ ଛକରେ ରହୁଥିବା ଇନ୍ଦିରାଙ୍କ ଘରକୁ ଆସି ତାଙ୍କ ଘରଲୋକଙ୍କୁ ଡାକିଥିଲେ। ସେମାନେ କବାଟ ଖୋଲିବାରୁ ଭାଉଜ କେଉଁଠି କହି ଘର ଭିତରେ ପଶି ଦେଖିବା ବେଳକୁ ବେଡ୍‌ରୁମରେ ଇନ୍ଦିରାଙ୍କ ମୃତଦେହ ପଡ଼ିରହିଥିଲା। ବେଡ୍‌ଶିଟ୍‌ ସାରା ରକ୍ତଛିଟା ପଡ଼ିଥିଲା। ତାଙ୍କ ବେକକୁ ଅତି ନୃଶଂସ ଭାବେ କଟାଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଇନ୍ଦିରାଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?