ଫାଇଲ ଖୋଲିବାକୁ ଅଧିକାରୀ ଅନିଚ୍ଛୁକ

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଆଦର୍ଶ (ଟାଉନ) ଥାନା ଅଧୀନ ଗୁରୁଜଙ୍ଗରେ ୨୦୨୧ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଦିନରାତି ଏକ କରିଦେଇଥିଲା। ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ, ସାହିପଡ଼ିଶା ଲୋକଙ୍କ ବୟାନ ରେକର୍ଡ ଓ ସାଇଣ୍ଟିଫିକ ଟିମ୍‌ ଦ୍ୱାରା ଅନୁସନ୍ଧାନ ସତ୍ତ୍ୱେ ପୋଲିସ ହାତରେ କୌଣସି ସୁରାକ ଲାଗି ନ ଥିଲା। ରବିବାର ଏହି ହତ୍ୟାକାଣ୍ଡକୁ ଏକବର୍ଷ ପୂରିଛି। ତେବେ ଏପର୍ଯ୍ୟନ୍ତ ପୋଲିସ ଫେରାର ଅଭିଯୁକ୍ତଙ୍କ ସନ୍ଧାନ ପାଇପାରିନାହିଁ। ସେହି ସମୟରେ କାର୍ଯ୍ୟରତ ଥିବା ଥାନାଧିକାରୀ ଓ ସଦର ଏସ୍‌ଡିପିଓଙ୍କର ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛି। ନୂତନ ଥାନାଧିକାରୀ ଓ ନୂତନ ଏସ୍‌ଡିପିଓ କାର୍ଯ୍ୟରେ ଯୋଗଦେଇ ସାରିଛନ୍ତି। ମାତ୍ର କେହି ଏହି ମାମଲାକୁ ଆଉ ଆଗକୁ ନେଉନାହାନ୍ତି। ଫଳରେ ମାମଲାଟି ଫାଇଲ ତଳେ ଚପିଯାଇଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ୨୦୦୫ରେ ଗୁରୁଜଙ୍ଗର ବ୍ୟବସାୟୀ କାର୍ତ୍ତିକ ପ୍ରଧାନଙ୍କୁ ଇନ୍ଦିରା ପ୍ରେମ ବିବାହ କରିଥିଲେ। ଇନ୍ଦିରାଙ୍କ ପରିବାର ଗୁରୁଜଙ୍ଗ ପତିତପାବନ ଛକରେ ଭଡ଼ା ଘରେ ରହୁଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ରହିଛି। ତେବେ ପାରବାରିକ ଅଶାନ୍ତି ଲାଗିରହିବାରୁ ପୁଅ ସହ ଇନ୍ଦିରା ବାପଘରକୁ ଚାଲିଆସିଥିଲେ। କାର୍ତ୍ତିକ ଅନ୍ୟ ସ୍ଥାନରେ ଘରଭଡ଼ା ନେଇ ରହୁଥିଲେ। ହତ୍ୟାକାଣ୍ଡର ସପ୍ତାହେ ତଳେ ସେ ଶ୍ୱଶୁର ଘରକୁ ଆସି ରହିଥିଲେ। ଇନ୍ଦିରାଙ୍କୁ ଜୀବନରୁ ମାରିଦେବା ପାଇଁ କାର୍ତ୍ତିକ ପୂର୍ବରୁ ଯୋଜନା କରିଥିଲେ। ଘଟଣା ରାତିରେ ସେ ଘର ଭିତର କାନ୍ଥକୁ ଲାଗି ଏକ ଶିଢ଼ି ଆଣି ପକାଇଥିଲେ। ରାତିରେ ଖିଆପିଆ ସରିବାପରେ ପରିବାରଲୋକେ ଶୋଇଯାଇଥିଲେ। କାର୍ତ୍ତିକ ଓ ଇନ୍ଦିରା ଏକାକୀ ଗୋଟିଏ ରୁମ୍‌ରେ ଶୋଇଥିଲେ। ରାତି ପ୍ରାୟ ସାଢେ ଗୋଟାଏ ବେଳେ କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ଇନ୍ଦିରାଙ୍କ ବେକକୁ କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ପରେ ସେଠାରୁ ଶିଢି ବାଟ ଦେଇ ବାହାରକୁ ଆସି ଗୁରୁଜଙ୍ଗ ମେଲଣ ପଡ଼ିଆରେ ରହୁଥିବା ନିଜ ଘରକୁ ଯାଇ ସାନଭାଇକୁ ବାଇକ ମାଗିଥିଲେ। ବିଳମ୍ବିତ ରାତିରେ ବାଇକ କଣ ଦରକାର, କୁଆଡେ ଯିବାକୁ ବାହାରିଛ ବୋଲି ସାନଭାଇ ପଚାରିବାରୁ ସେ କିଛି ନ କହି ଦୌଡ଼ି ଚାଲିଯାଇଥିଲେ। ସାନଭାଇର ସନ୍ଦେହ ହେବାରୁ ସେ ପତିତପାବନ ଛକରେ ରହୁଥିବା ଇନ୍ଦିରାଙ୍କ ଘରକୁ ଆସି ତାଙ୍କ ଘରଲୋକଙ୍କୁ ଡାକିଥିଲେ। ସେମାନେ କବାଟ ଖୋଲିବାରୁ ଭାଉଜ କେଉଁଠି କହି ଘର ଭିତରେ ପଶି ଦେଖିବା ବେଳକୁ ବେଡ୍‌ରୁମରେ ଇନ୍ଦିରାଙ୍କ ମୃତଦେହ ପଡ଼ିରହିଥିଲା। ବେଡ୍‌ଶିଟ୍‌ ସାରା ରକ୍ତଛିଟା ପଡ଼ିଥିଲା। ତାଙ୍କ ବେକକୁ ଅତି ନୃଶଂସ ଭାବେ କଟାଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଇନ୍ଦିରାଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri