ହଜିଯାଉଛି ଶୈଶବ

ଖୋର୍ଦ୍ଧା ଅଫିସ,୧୦ା୧୦: ଶିଶୁଙ୍କ ବିକାଶରେ ଶିଶୁ ଶ୍ରମିକ ପ୍ରଥା ଏକ ବଡ ବାଧକ। ଯଦି ଶିଶୁ ଶିକ୍ଷାଲାଭ ସମୟରେ କୌଣସି କାର୍ଯ୍ୟରେ ନିଯୁକ୍ତ ରହିଥାଏ, ତାହାକୁ ଏକ ଅପରାଧ ଭାବେ ଧରି ନିଆଯିବ। ତେଣୁ ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ ଆକଳନ ଅନୁସାରେ ଦେଶରେ ଶିଶୁ ଶ୍ରମକଙ୍କ ସଂଖ୍ୟା ୫ କୋଟିରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ପ୍ରାୟ ୮ଲକ୍ଷ ହେବ। ସେଥିରୁ ଖୋର୍ଦ୍ଧା ଜିଲା(ବିଏମ୍‌ସିକୁ ବାଦ୍‌ ଦେଇ)ରେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ବିପଦସଙ୍କୁଳ ସ୍ଥିତିରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ପକ୍ଷରୁ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ଏମାନେ ବିଭିନ୍ନ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, କ୍ରଶର ଶିଳ୍ପ, ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଖାଦ୍ୟ ପ୍ରସ୍ତୁତିକରଣ କମ୍ପାନୀ, ଶିଳ୍ପାନୁଷ୍ଠାନ, ଇଟାଭାଟି ଆଦି ସ୍ଥାନରେ ଶ୍ରମିକଭାବେ କାର୍ଯ୍ୟ କରୁଛନ୍ତି। ପଢିବା ଓ ଖେଳିବା ବୟସରେ ଏମାନେ ବିଭିନ୍ନ କାରଣରୁ ବାହାରେ କାମ କରିବାରେ ନିୟୋଜିତ ହେଉଥିବାରୁ ଏମାନଙ୍କ ଶୈଶବ ହଜିଯାଉଛି। ପ୍ରଶାସନ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ ଶିଶୁ ଶ୍ରମିକ ଉଚ୍ଛେଦ ପ୍ରହସନ ପାଲଟିଛି।
ଶିଳ୍ପାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଅନେକ ଶିିଶୁ ପେଟ ପାଇଁ ମୂଲ ମଜୁରି ଲାଗିବା ସହ ଛୋଟ ବଡ କମ୍ପାନୀରେ କାମ କରୁଛନ୍ତି। ଦାରିଦ୍ର୍ୟତା, ମା ଓ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇଯିବା ପ୍ରଭୃତି ବିଭିନ୍ନ କାରଣରୁ ପିଲାମାନେ ପର ଦୁଆରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଏମାନଙ୍କ ପ୍ରତି ଜିଲା ପ୍ରଶାସନ, ଜିଲା ଶ୍ରମ ବିଭାଗ ଏବଂ ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବିଶେଷ ନଜର ପଡୁନାହିଁ। ଫଳରେ ଖୋର୍ଦ୍ଧା ଜିଲାରେ ଶିଶୁ ଶ୍ରମିକ ଉଚ୍ଛେଦ ପ୍ରହସନରେ ପରିଣତ ହୋଇଛି। କୌଣସି ସ୍ଥାନରେ ଶିଶୁ ଦୟନୀୟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଜଣେ ଅନ୍ୟ ଜଣକଙ୍କ ଉପରେ ଦୋଷ ଲଦି ଖସି ଯାଉଛନ୍ତି ଅଧିକାରୀ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବିଭିନ୍ନ ରୁଟି ଫାକ୍ଟ୍ରି, ଇଟାଭାଟି ଏପରକି କ୍ରଶର ୟୁନିଟ ଏବଂ ପଥର ବାଡିଆ କାର୍ଯ୍ୟରେ ଶିଶୁ ମାନେ ନିୟୋଜିତ ହେଉଛନ୍ତି। ଶିଶୁଙ୍କ ଶୈକ୍ଷିକ ବିକାଶ, ଯତ୍ନ, ସ୍ବାସ୍ଥ୍ୟ ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ରାଜ୍ୟ ଠାରୁ ପଞ୍ଚାୟତ ସ୍ତର ପଯ୍ୟନ୍ତ ସଚେତନତା ଉଦ୍ଦେଶ୍ୟରେ ଟଙ୍କା ଖର୍ଚ୍ଚ କରାଯାଉଛି। ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଦିଗରେ ଜିଲା ପ୍ରଶାସନର ପଦକ୍ଷେପ କେବଳ ବୈଠକ, ଆଲୋଚନା ଏବଂ ସଭାସମିିତିରେ ସୀମିତ ରହିଯାଉଛି। ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ କେବଳ ସରକାରୀ ନାଲି ଫିତା ତଳେ ଚାପି ହୋଇ ରହିଯାଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଜିଲାରେ ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷାବୃତ୍ତି ବଢିଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଶିଶୁ ସୁରକ୍ଷା କେବଳ ବୈଠକରେ ସୀମିତ ନ ରଖି ବ୍ୟାପକ ପଦକ୍ଷେପ ନେବାକୁ ବୁଦ୍ଧୀଜୀବୀ ମହଲରେ ମତ ପ୍ରକାଶ ପାଉଛି। କଂଗ୍ରେସ ନେତା ଶିଶିର ପରିଡ଼ା କହିଛନ୍ତି, ଜିଲା ପ୍ରଶାସନ ଏବଂ ଶିଶୁ ସୁରକ୍ଷା ୟୁନିଟର ଅବହେଳା ଏଥିପାଇଁ ଉତ୍ତରଦାୟୀ। ଅନ୍ୟପକ୍ଷରେ ଏସବୁ ଅଭିଯୋଗକୁ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର ଖଣ୍ଡନ କରି କହିଛନ୍ତି, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଲାଗି ଜିଲାସ୍ତରରେ ଏକ ଟାସ୍କ ଫୋର୍ସ ରହିଛି। ଏହି ଟାସ୍କଫୋର୍ସ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏତଦ୍‌ବ୍ୟତୀତ ପ୍ରତିବର୍ଷ ଜିଲା ପ୍ରଶାସନ ସହଯୋଗରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଘରୋଇ ଉଦ୍ୟୋଗ ସଂସ୍ଥା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଶିକ୍ଷାନୁଷ୍ଠାନ, ସ୍ବେଚ୍ଛସେବୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri