୭ ହାଇୱେ ଲୁଟେରା ଗିରଫ

ଖୋର୍ଦ୍ଧା ଅଫିସ,୧୦ା୧୦: ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ୧୬ନମ୍ବର ଜାତୀୟ ରାଜପଥରେ ଲୁଟପାଟ ଓ ଡକାୟତି କରୁଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ତୋଟାପଡ଼ା ଖୋର୍ଦ୍ଧା ଟାଉନ ଷ୍ଟେଶନ ନିକଟରେ ଏକ ଗ୍ୟାଙ୍ଗ ରାଜପଥରେ ମାଲବାହୀ ଟ୍ରକ ସମେତ ଡ୍ରାଇଭରଙ୍କୁ ଅପହରଣ ଲାଗି ଯୋଜନା କରୁଥିବା ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ କାର୍‌, ନଗଦ ୮୦ହଜାର ଟଙ୍କା, ୨ଟି ଚାପଡ଼, ଲୁହାରଡ, ପ୍ଲାଷ୍ଟିକ ପାଇପ, ୩ଟି କାଠବାଡି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲାର ଏସ୍‌.କେ. ଜାଫର ଓରଫ ରାଜା (୨୭), ଡ୍ରାଇଭର ଶୁଭମ ମହାପାତ୍ର (୨୧), ପ୍ରତାପ କୁମାର ସାହୁ(୨୨), ଖୋର୍ଦ୍ଧା ଥାନା ଅଧୀନ ତରତୁଆର ଅଲିମ ଖାନ(୨୧) ଓ ଚନ୍ଦନ କୁମାର ବେହେରା (୪୧), ଭୁବନେଶ୍ୱର ଖଣ୍ଡିଗିରି ଥାନା ଅଧୀନ ଯଦୁପୁରର ଅବଦୁଲ୍‌ ଜାହିର ଖାନ (୨୫) ଏବଂ ଏମ୍‌.ଡି. ସାଜିଦ୍‌(୨୬)। ଏମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ପୋଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, ଅନ୍ଧାର ରାତିର ସୁଯୋଗ ନେଇ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଲୁଟେରା ଗ୍ୟାଙ୍ଗ ମାରଣାସ୍ତ୍ର ଦେଖାଇ ଗତ କିଛି ଦିନ ଧରି ମାଲବାହୀ ଟ୍ରକ, ଯାନବାହନ ପ୍ରଭୃତି ଅଟକାଇ ଲୁଟ୍‌ପାଟ୍‌ କରୁଥିଲେ। ଏହି ଖବର ପୋଲିସ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ହାଇୱେ ପାଟ୍ରୋଲିଂ ଏବଂ ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡି କରାଯାଇଥିଲା। ଶନିବାର ରାତିରେ ଟାଉନ ଥାନା ଏସ୍‌ଆଇ ସୁକାନ୍ତ କୁମାର ଦଳାଇ ପାଟ୍ରୋଲିଂ କରୁଥିବା ବେଳେ ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବା ଖବର ପାଇଥିଲେ। ତାଙ୍କ ସହିତ ଏସ୍‌ଆଇ ସସ୍ମିତା ବେହେରା, ଏଏସ୍‌ଆଇ ପି.କେ. ପ୍ରଧାନ, ହାବିଲଦାର ବି.କେ. ପାତାଳସିଂ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ ଏବଂ ଏମ୍‌.ଖାନ ପ୍ରମୁଖ ସାମିଲ ହୋଇଥିଲେ। ଲୁଟେରାମାନେ ଏକ ନମ୍ବର ବିହୀନ କାର୍‌ରେ ମାରଣାସ୍ତ୍ର ସହ ଲୁଟ୍‌ ଯୋଜନା କରୁଥିବେଳେ ପୋଲିସ ସେମାନଙ୍କୁ ଘେରିଯାଇ କାବୁ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ରାଜପଥରେ ଲୁଟ୍‌ ଯୋଜନା ସମ୍ପର୍କରେ ପୋଲିସ ଆଗରେ ସ୍ବୀକାର କରିଥିବା ଏସ୍‌ଆଇ ଦଲାଇ କହିଛନ୍ତି। ଏହି ଗ୍ୟାଙ୍ଗର ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?