ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୧୭ା୭(ଅସମାପିକା ସାହୁ): ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ (ଓଏସ୍‌ଏଏମ୍‌ ବୋର୍ଡ) ଆଗକୁ ବଢୁଛି। ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଇ-ନାମ ହେଉଛି ଏକ ପାନ୍‌ ଇଣ୍ଡିଆ ଅନ୍‌ଲାଇନ ପ୍ଲାଟଫର୍ମ। ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମ୍‌ସି (କୃଷି ଉତ୍ପାଦନ ବିପ୍ପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାର ଏକ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳେ ସମବାୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି। ଏହାକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌.ଏମ.ସିକୁ ଇ-ନାମ ପୋର୍ଟାଲରେ ସଫଳତାର ସହ ଅପ୍‌ଲୋଡିଂ କରାଯାଇଛି। ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆର୍‌ଏମ୍‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି। ୨୦୧୭ରେ ଇ-ନାମ ପ୍ଲାଟ୍‌ଫର୍ମରେ କେବଳ ୧୦ଟି ଆର୍‌ଏମ୍‌ସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆର୍‌ଏମ୍‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଗୋଟିଏ ପାଦ ଆଗକୁ ବଢ଼ି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) କୁ କୃଷି-ବଜାର ପ୍ଲାଟ୍‌ଫର୍ମରେ ସାମିଲ କରିଛି। ଏହି ଏଫ୍‌ପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନ୍‌ଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇ ପାରିବେ। ଆଣ୍ଡ୍ରଏଡ ମୋବାଇଲ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତ୍ତମାନ ବିକଶିତ ହୋଇଛି। ଆଣ୍ଡ୍ର୍ରଏଡ ଫୋନ୍‌ ଥିବା ଜଣେ କୃଷକ ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା କୃଷି ସାମଗ୍ରୀ ବଜାରକୁ ପ୍ରବେଶ କରାଇପାରିବେ ଏବଂ ନିଜ ଉତ୍ପାଦକୁ ନିଜ ପସନ୍ଦର ମୂଲ୍ୟରେ ନିଜ ଆଙ୍ଗୁଠି ଟିପ ବ୍ୟବହାର କରି ବିକ୍ରି କରିପାରିବେ
ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି। ପଞ୍ଚାୟତସ୍ତରରେ ଥିବା ଗାଁ ଗହଳିର ହାଟ ହେଉଛି ବିଭାଗର ପରବର୍ତ୍ତୀ ଲକ୍ଷ୍ୟ। ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକ୍‌ଟ୍ରୋନିକ୍‌ ପ୍ଲାଟଫର୍ମ ସହିତ ଯୋଡ଼ିବା ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର / ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନ୍‌ଲାଇନ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍‌-ସମବାୟ ଉଦ୍ୟମ ଜାରି ରଖିଛି। ଏହି ପୁରସ୍କାର ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓଏସ୍‌ଏମ୍‌ ବୋର୍ଡ ଓ ଟିମ୍‌ କୋ- ପରେଶନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ୫-ଟି ଶାସନାଦେଶ ଅନୁୟାୟୀ ସ୍ବଚ୍ଛତା ବଜାୟ ରଖି ଏହି ଟିମ୍‌ ସମାନ ଉତ୍ସାହର ସହ କାର୍ଯ୍ୟ ଜାରି ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?