ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ନ ପାରିବାରୁ ଓଡ଼ିଶା ସରକାର ଏହାର ସମୟସୀମା ବଢ଼ାଇଥିଲେ। ଏହା ସତ୍ତ୍ୱେ ସରକାର ଉକ୍ତ ଠିକାଦାରଙ୍କ ଉପରେ ଜରିମାନା ଲଗାଇଥିଲେ। ଜରିମାନା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ପରେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କାର୍ଯ୍ୟ ଶେଷ ପାଇଁ ସମୟସୀମା ବଢ଼ାଇବା ସତ୍ତ୍ୱେ ଠିକାଦାରଙ୍କୁ ନୋଟିସ ନ ଦେଇ ଏକତରଫା ଭାବେ ସରକାର ଜରିମାନା ଲଗାଇବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିବା ସହ ସରକାରଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ଠିକାଦାର ଜଣକ ନୂଆପଡ଼ା ଜିଲାରେ ଖରିଆର-ବୋଡେନ୍‌-ସିନାପାଲି ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠିକା ନେଇଥିଲେ। ଏହି କାର୍ଯ୍ୟ ୨୦୦୯ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ତେବେ ୨୦୧୪ ମାର୍ଚ୍ଚରେ କାର୍ଯ୍ୟ ଶେଷ ହୋଇଥିଲା। କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଠିକାଦାର କରିଥିବା ଆବେଦନକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ଏଥିସହିତ ବର୍ଦ୍ଧିତ ସମୟରେ କାର୍ଯ୍ୟ ବ୍ୟୟ ଅଟକଳ ଉପରେ ୦.୨୫ ପ୍ରତିଶତ ପେନାଲ୍ଟି ଲଗାଇଥିଲେ। ୨୦୧୯ରେ ଠିକାଦାର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟ ଲଗାଇଥିବା ଜରିମାନାକୁ ହାଇକୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଆଉ ୩ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍‌ଡୁମା ଏଚ୍‌ବି କଲୋନୀ ଅଞ୍ଚଳର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍‌...

ଜଙ୍ଗଲ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ଆହ୍ବାନ

ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର ଘାଟିକିଆସ୍ଥିତ ବନପାଳ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡ଼ିଶା...

ମହାକାଶରେ ବଢିଲା ଭାରତର ଦବଦବା, ଇସ୍ରୋ ଉତକ୍ଷେପଣ କଲା ସିଙ୍ଗାପୁରର ଦୁଇଟି ଉପଗ୍ରହ

ନୂଆଦିଲ୍ଲୀ,୨୨।୪: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍‌ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି। ଏହି...

ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର...

ଗ୍ରାମ ସଭାପତିଙ୍କୁ ସାମାଜିକ ବାସନ୍ଦ, ଗାଁରେ ଉତ୍ତେଜନା

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତରେ ସାମାଜିକ ବାସନ୍ଦ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମର ସଭାପତି ପୁରୁଷୋତ୍ତମ...

ଆତଙ୍କ ଖେଳାଉଥିଲା ବିହାରୀ ନଟ୍‌ ଗ୍ୟାଙ୍ଗ

ଭୁବନେଶ୍ୱର,୨୨।୩(ବ୍ୟୁରୋ):ରାଜଧାନୀରେ ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌ ସହ ଆତଙ୍କ ଖେଳାଉଥିବା ବିହାରୀ ନଟ୍‌ ଗ୍ୟାଙ୍ଗ ଶେଷରେ ଧରାପଡିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ଜଣଙ୍କୁ କମିଶନରେଟ ପୋଲିସର...

ଅନୁଭୂତିରେ ବାଲିଯାତ୍ରା: ପାଦ ଥକିଯାଏ, ମନ ଥକେନି

କଟକ ଅଫିସ,୫ା୧୧: ବାଲିଯାତ୍ରାରେ ବୁଲିଲେ ପାଦ ଥକି ଯାଏ, ମନ କେବେ ଥକେନି। ଯେହେତୁ ମୁଁ ଜଣେ କଟକବାସୀ, ଏଣୁ ପ୍ରତିବର୍ଷ ବାଲିଯାତ୍ରା ଯିବା ଥୟ।...

ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି।...

Advertisement
Archives

Model This Week