Posted inଜାତୀୟ

କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ୍‌, ୧୦ ଗିରଫ…

ନୂଆଦିଲ୍ଲୀ, ୨।୬ : ଦିଲ୍ଲୀର ଦକ୍ଷିଣ ଜିଲାର ହୌଜଖାସ ପୋଲିସ ଷ୍ଟେଶନ ପକ୍ଷରୁ ଏକ ବଡ଼ କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଓଟି ଟେକ୍ନିସିଆନ, ଦୁଇ ଡାକ୍ତରଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କର ବ୍ୟବସାୟ ଚଳାଉଥିଲେ। କିଡନୀ ଡୋନରଙ୍କ ନାମରେ ବିଭିନ୍ନ ପେଜ୍‌ ସୋସିଆଲ ମିଡ଼ିଆରେ ତିଆରି କରାଯାଇଥିଲା । ଗରିବଙ୍କ ଅସହାୟତାର ସୁଯୋଗ ନେଇ ଅଭିଯୁକ୍ତମାନେ କିଛି ଟଙ୍କା ଦେଇ ସେମାନଙ୍କର କିଡ୍‌ନୀ ବିକ୍ରି କରୁଥିଲେ।

ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣଙ୍କ କିଡ୍‌ନୀକୁ ବାହାର କରି ବିକ୍ରି କରିଥିବା ଜଣାପଡ଼ିଛି। ଦକ୍ଷିଣ ଜିଲ୍ଲା ପୋଲିସର ଡେପୁଟି କମିଶନର ବେନିଟା ମେରି ଜ୍ୟାକର୍‌ କହିଛନ୍ତି ଯେ ହୌଜଖାସ ଅଞ୍ଚଳରେ ଏକ କିଡ୍‌ନୀ ର଼୍ୟାକେଟ ଚାଲିଥିବାର ସୂଚନା ସ୍ଥାନୀୟ ପୋଲିସ ଷ୍ଟେଶନକୁ ମେ ୨୬ରେ ମିଳିଥିଲା।

ଏହି ଗ୍ୟାଙ୍ଗ ଅଭାବୀ ଏବଂ ଗରିବ ଲୋକଙ୍କୁ ଟାର୍ଗେଟ କରି ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କର କିଡ୍‌ନୀ କାଢ଼ି ବିକ୍ରି କରୁଥିଲେ। ଏହା ପରେ, ଅନ୍ୟ ଲୋକଙ୍କୁ ଅଧିମ ଦାମରେ ଏହାକୁ ବିକ୍ରି କରୁଥିଲେ।

ସୂଚନା ପରେ ଇନ୍ସପେକ୍ଟର ଭରତଲାଲ, ଇନ୍ସପେକ୍ଟର ରୋହିତ ଏବଂ ଏସଆଇ ଦୀପକଙ୍କର ଏକ ସ୍ବତନ୍ତ୍ର ଦଳ ହୌଜଖାସ ଏସଏଚଓ ଶିବାନୀ ସିଂଙ୍କ ତତ୍ତ୍ୱାବଧାନରେ ଗଠନ କରାଯାଇଥିଲା। ପୋଲିସ ଟିମ ଜାଣିବାକୁ ପାଇଥିଲେ ଯେ ଗ୍ୟାଙ୍ଗର ସଦସ୍ୟମାନେ ଡାକ୍ତରୀ ପରୀକ୍ଷା ପାଇଁ ହୌଜଖାସର ଏକ ଲ୍ୟାବକୁ ଜଣେ ଡୋନରଙ୍କୁ ନେଇଛନ୍ତି। ପୋଲିସ ଲ୍ୟାବ ନିକଟରେ ପିଣ୍ଟୁ କୁମାର ଯାଦବଙ୍କୁ ପାଇଥିଲେ। ପେଟ ଯନ୍ତ୍ରଣା ହେବାର ବାହାନା କରି ସରବଜିତ ଏବଂ ଭିପିନ ତାଙ୍କୁ ଆଣିଥିଲେ। ପରେ ଯେତେବେଳେ ପିଣ୍ଟୁ ଜାଣିବାକୁ ପାଇଲେ ଯେ ତାଙ୍କ କିଡ୍‌ନୀ ଅପସାରିତ ହେବ, ସେ ସେହି ସ୍ଥାନ ଛାଡି ଭୟରେ ଚାଲିଯାଇଥିଲେ। ହୌଜଖାସ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସରବଜିତଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ପରେ ରଘୁଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଭେଟିଥିଲେ। ରଘୁ କହିଛନ୍ତି ଯେ ଏହି ଗ୍ୟାଙ୍ଗ ତାଙ୍କ କିଡ୍‌ନୀକୁ ବାହାର କରି ବିକ୍ରି କରିଛି। ରଘୁଙ୍କ ସହାୟତାରେ ପୋଲିସ ଟିମ ପଶ୍ଚିମ ବିହାରରେ ଏକ ଫ୍ଲାଟରେ ପହଞ୍ଚିଥିଲେ। ପୋଲିସ ସେଠାରେ ଶୈଳେଶ ପଟେଲଙ୍କ ସମେତ ୪ ଜଣଙ୍କ ସନ୍ଧାନ ପାଇଥିଲେ। କିଡନୀ ଅପସାରଣ ପାଇଁ ଆବଶ୍ୟକ ଔପଚାରିକତା ଶୈଳେଶ, ଦିବାକର, ସରକାର, ଅଶ୍ୱିନୀ ପାଣ୍ଡେ ଏବଂ ରିଜୱାନ ପୂରଣ କରୁଥିଲେ। କାଗଜପତ୍ର ପ୍ରସ୍ତୁତ କରିବା ବ୍ୟତୀତ ଏଠାରେ ଡାକ୍ତରୀ ପରୀକ୍ଷା କରାଯାଉଥିଲା।

ତଦନ୍ତ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶୈଳେଶ ପଟେଲ, ସରବଜିତ ଜୈସୱାଲ, ମହମ୍ମଦ ଲତିଫ, ବିକାଶ, ରଣଜିତ୍‌ ଗୁପ୍ତା, ଡାକ୍ତର ସୋନୁ ରୋହିଲାକ୍‌, ଡାକ୍ତର ସୌରଭ ମିତ୍ତଲ, କୁଲଦୀପ ରାୟ ବିଶ୍ୱକର୍ମା, ଓମପ୍ରକାଶ ଶର୍ମା ଏବଂ ମନୋଜ ତିୱାରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri