ପାନ୍ଥନିବାସରେ ଅସ୍ଥାୟୀ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ

ଭୁବନେଶ୍ୱର/ସାକ୍ଷୀଗୋପାଳ,୪।୮(ଅନୁରାଧା ମହାରଣା/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ୨୦୨୩-୨୪ ଶିକ୍ଷାବର୍ଷରୁ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନାମଲେଖା, ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ହେଲେ ଏବେ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ଓ ଭିତ୍ତିଭୂମି ନିର୍ମାଣ ଚାଲିଥିବାରୁ ସାକ୍ଷୀଗୋପାଳ ପାନ୍ଥନିବାସରେ ଅସ୍ଥାୟୀ ଭାବେ ଏହାର କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ପାନ୍ଥ ନିବାସକୁ ୩ ମାସ ପାଇଁ ଭଡ଼ା ସୂତ୍ରରେ ନେବା ସହ ବିଭିନ୍ନ ଆସବାବପତ୍ର ଓ ଆନୁଷଙ୍ଗିକ ବନ୍ଦୋବସ୍ତ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ସେହିପରି ବିଶ୍ୱବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ପଦବୀ ପୂରଣ ହୋଇନାହିଁ। ତେଣୁ ସାକ୍ଷୀଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି (ଡିଗ୍ରୀ) ମହାବିଦ୍ୟାଳୟ (ୟୁଜିଏସ୍‌ କଲେଜ)ରୁ ୨ଜଣ କିରାଣି ଓ ଜଣେ ପିଅନଙ୍କୁ ବିଶ୍ୱବିଦ୍ୟାଳୟରେ ୩ ମାସ ପାଇଁ ନିୟୋଜିତ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ୟୁଜିଏସ୍‌ କଲେଜରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଖୋଲିବା ଲାଗି ପ୍ରଥମେ ପ୍ରସ୍ତାବ ରହିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗତମାସ ୩ ତାରିଖରେ ସତ୍ୟବାଦୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲା। ଏଥିସହ ବିଶ୍ୱବିଦ୍ୟାଳୟର କୋଠା ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାରକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଏବଂ ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ଆଦି ୩ଟି ବିଷୟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବ। ଏହି ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଅଗଷ୍ଟ ୧୩ରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ଆଦି ୪ଟି ଜୋନରେ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ୭ ଅଗଷ୍ଟରେ https://ssbodisha.ac.inରେ ଲଗଇନ୍‌ କରି ଏସ୍‌ଏସ୍‌ବି ଓ୍ବେବସାଇଟ୍‌ କିମ୍ବା ସାମସ୍‌ ଓ୍ବେବ୍‌ସାଇଟରୁ ଆବେଦନକାରୀ ଆଡମିଟ୍‌ କାର୍ଡ ବା ହଲ ଟିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ। ୨୩ ଅଗଷ୍ଟରେ ବିଷୟ ଆଧାରରେ ମେଧା ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

ପ୍ରଚାରରେ ପିଲାଙ୍କୁ ଲଗାଇବା ମନା

ଭୁବନେଶ୍ୱର,୨୯ା୪ (ପି.ଟି.):ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri