ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଏପରି କି କରୋନା ସତ୍ତ୍ୱେ ୫ବର୍ଷରେ ୭ଗୁଣ ବୃଦ୍ଧି ପାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ରେ ରାଜ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ୩୮୨୯ ରହିଥିବାବେଳେ ଏବେ ଏହା ୨୦,୮୫୭ରେ ପହଞ୍ଚିଲାଣି। ରାଜ୍ୟକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ତୁଳନାରେ ଏହା ଅର୍ଦ୍ଧାଧିକ। ବିଭାଗର ତଥ୍ୟ ଅନୁଯାୟୀ, ଓ୍ବେଷ୍ଟର୍ନ ୟୁରୋପ ମଧ୍ୟରେ ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ, ନେଦରଲାଣ୍ଡ, ସ୍ପେନ୍‌, ନରଓ୍ବେ, ସ୍ବିଡେନ, ସୁଇଜରଲାଣ୍ଡ, ବ୍ରିଟେନ, ଗ୍ରୀସ୍‌, ପର୍ତ୍ତୁଗାଲ ଓ ଅନ୍ୟାନ୍ୟ ଓ୍ବେଷ୍ଟର୍ନ ୟୁରୋପ ଦେଶରୁ ୨୦୨୧ରେ କରୋନା ପାଇଁ ମାତ୍ର ୮୪୫ଜଣ ଆସିଥିବାବେଳେ ୨୦୨୨ରେ ଏହା ୭୦୦୫କୁ ବୃଦ୍ଧି ପାଇଥିଲା। ୨୦୨୩ରେ ଏହା ୧୭ହଜାର ୧୨୬କୁ ବୃଦ୍ଧି ପାଇଥିବାବେଳେ ୨୦୨୪ରେ ୨୦ହଜାର ୮୫୭କୁ ବୃଦ୍ଧି ପାଇଛି। ଓଡ଼ିଶାକୁ ଗତବର୍ଷରେ ସମୁଦାୟ ୩୫ହଜାର ୯୭୧ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ସେଥିମଧ୍ୟରୁ ଓ୍ବେଷ୍ଟର୍ନ ୟୁରୋପର ପର୍ଯ୍ୟଟକଙ୍କ ସଂଖ୍ୟା ସିଂହଭାଗ ରହିଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାକୁ ୨୦୨୦ରେ ଉତ୍ତର ଆମେରିକାରୁ ୧୯୨୩ ପର୍ଯ୍ୟଟକ ଆସିଥିବାବେଳେ ଏବେ ଏହା ୭,୬୪୯ରେ ପହଞ୍ଚିଥିଲା। ସେହିପରି ଦକ୍ଷିଣ ଆମେରିକାରୁ ଏହି ଅବଧି ମଧ୍ୟରେ ୧୫୦ ପର୍ଯ୍ୟଟକରୁ ୮୮୬, ଅଷ୍ଟ୍ରେଲିଆରୁ ୫୬୮ରୁ ୨୮୫୩, ଇଷ୍ଟର୍ନ ୟୁରୋପରୁ ୪୯୧ରୁ ୩୦୬୧ ଏବଂ ଓ୍ବେଷ୍ଟ ଏସିଆରୁ ୨୫୦ରୁ ୬୬୫ଜଣକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି।
ଅନ୍ୟପକ୍ଷରେ ଦେଶର ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ଓଡ଼ିଶା ୨୦ତମ ସ୍ଥାନରେ ରହିଛି। ଓଡ଼ିଶା ପଛରେ ଆସାମ, ପଡୁଚେରୀ, ହରିୟାଣା, ସିକ୍କିମ, ମେଘାଳୟ, ଦାଦ୍ରା ଓ ନଗର ହାଭେଳି ଏବଂ ଡାମନଡିଉ, ଚଣ୍ଡୀଗଡ଼, ଅରୁଣାଞ୍ଚଳପ୍ରଦେଶ, ଏଆଣ୍ଡଏନ୍‌ ଆଇସଲାଣ୍ଡ, ତ୍ରିପୁରା, ମିଜୋରାମ, ଲଦାଖ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ ଏବଂ ମଣିପୁର ରହିଛି। ତେବେ ଉତ୍ତରପ୍ରଦେଶକୁ ଦେଶର ସର୍ବାଧିକ ପର୍ଯ୍ୟଟକ ଆସୁଥିବା ଉପମୁଖ୍ୟମନ୍ତ୍ରୀ ବିଧାୟକ ଧ୍ରୁବଚରଣ ସାହୁଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?