ରାଜ୍ୟରେ ୫ ଲକ୍ଷ ଛୁଇଁଲା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ହେବ। ଏଥିପାଇଁ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ୧୦ ସପ୍ତାହରେ ୧ଲକ୍ଷ କୋଭିଡ୍‌ ପରୀକ୍ଷା ହୋଇଥିଲା। ବର୍ତ୍ତମାନ ୫୪ ପରୀକ୍ଷାଗାର କାର୍ଯ୍ୟ କରୁଥିବାବେଳେ ୧୦ଦିନରେ ୧ଲକ୍ଷ ନମୁନା ପରୀକ୍ଷଣ କରାଯାଉଛି। ଫଳରେ ଇତିମଧ୍ୟରେ ରାଜ୍ୟରେ କୋଭିଡ୍‌ ଟେଷ୍ଟ୍‌ ପରିମାଣ ୫ଲକ୍ଷ ୨୩୮ରେ ପହଞ୍ଚତ୍ଛି। ରାଜ୍ୟ ସରକାର ଓ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।
ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଶାଳିନୀ କହିଛନ୍ତି, ବର୍ତ୍ତମାନ ଆଣ୍ଟିଜେନ୍‌ ଟେଷ୍ଟିଂ ମଧ୍ୟ ବହୁମାତ୍ରାରେ ଚାଲିଛି। ଗଞ୍ଜାମରେ ଦିନକୁ ୧୫୦୦ରୁ ୨୦୦୦ ଟେଷ୍ଟିଂ କରାଯାଉଥିବାବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ମଧ୍ୟ ଟେଷ୍ଟିଂ ପରିମାଣ ବୃଦ୍ଧିପାଇଛି। ମୟୂରଭଞ୍ଜ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟେଷ୍ଟିଂ ହେଉଛି। ଅଧିକ ଟେଷ୍ଟିଂ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସ୍ବାଭାବିକ। ତେଣୁ ଯେତେଶୀଘ୍ର ଆମେ ଟେଷ୍ଟିଂ ବଢ଼ାଇବା, ସେତେଶୀଘ୍ର ସଂକ୍ରମିତ ଚିହ୍ନଟ ହେବେ। ବିଗତ ଦିନରେ ଟେଷ୍ଟିଂ ସଂଖ୍ୟା ବଢ଼ିଥିବାରୁ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ହେଲେ ଗତ କିଛିଦିନ ମଧ୍ୟରେ ଜିଲାରେ ପଜିଟିଭ୍‌ ସଂଖ୍ୟା ହ୍ରାସ ପାଇଛି। ଗଞ୍ଜାମଠାରୁ ଆମ ସମସ୍ତଙ୍କୁ କିଛି ନା କିଛି ଶିଖିବାର ଅଛି। ଏବେଠୁ ଆମକୁ ଅଧିକ ସତର୍କ ଓ ଯତ୍ନବାନ୍‌ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri