କରୋନା ପରଠୁ ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଛି

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟନ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ ହୃଦ୍‌ରୋଗୀଙ୍କ ସଂଖ୍ୟା ୧୦ରୁ ୨୦% ବୃଦ୍ଧିପାଇଛି। ଚିକିତ୍ସାରେ ଅବହେଳା ଓ ବିଳମ୍ବରେ ରୋଗ ଚିହ୍ନଟ ଯୋଗୁ ଅଧିକ ସଂଖ୍ୟକ ହୃଦ୍‌ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଠିକ୍‌ ସମୟରେ ଚିକିତ୍ସା ପାଇଥିଲେ ସେମାନେ ସୁସ୍ଥ ହୋଇପାରିଥାନ୍ତେ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ ହୃଦ୍‌ରୋଗ ହୋଇଥିବାବେଳେ ଦେଶରେ ପ୍ରତ ୪ଜଣରେ ଜଣେ ଏଥିପାଇଁ ଜୀବନ ହରାଇଥାନ୍ତି।
ଏ ସମ୍ପର୍କରେ କେୟାର ହସ୍ପିଟାଲ୍‌ର ବରିଷ୍ଠ କନସଲଟାଣ୍ଟ୍‌ ଡ. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଡ. ଗିରିଧର ଜେନା କହିଛନ୍ତି, ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି କୋଭିଡ୍‌ ମହାମାରୀ କାରଣରୁ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ। ହୃଦ୍‌ରୋଗୀମାନେ ଶାରୀରିକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର। ସେହିଭଳି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ପ୍ରୋଟୋକଲ୍‌ ମାନି ଚଳିବା ଦରକାର। ଯୋଗ, ବ୍ୟାୟାମ କରିବା, ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା, ଶୋଇବା, ଔଷଧ ନିୟମିତ ଖାଇବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ରଖିବା ଦ୍ୱାରା ହୃଦ୍‌ରୋଗୀମାନେ ନିଜକୁ ସୁସ୍ଥ ରଖିପାରିବେ ଏବଂ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେବାରୁ ନିଜକୁ ସୁରକ୍ଷା ଦେଇପାରିବେ ବୋଲି ଡ. ତ୍ରିପାଠୀ କହିଛନ୍ତି। କେୟାର ହସ୍ପିଟାଲସ୍‌ର ଇଣ୍ଟରଭେନ୍‌ଶନାଲ୍‌ କାର୍ଡିଓଲୋଜିଷ୍ଟ ଡ. ଗିରିଧର ଜେନା କହିଛନ୍ତି, କୋଭିଡ୍‌ ପାଇଁ ହୃଦ୍‌ ଓ ତତ୍‌ ସଂକ୍ରାନ୍ତୀୟ ରୋଗରେ ପିଡ଼ିତ ଥିବା ପ୍ରାୟ ଅଧା ରୋଗୀ ମେଡିକାଲ୍‌ ଚିକିତ୍ସା ପାଇପାରୁନାହାନ୍ତି କିମ୍ବା ହସ୍ପିଟାଲ ଯିବାକୁ ଚାହୁଁନାହାନ୍ତି। ତେଣୁ ହସ୍ପିିଟାଲ୍‌ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ହୃଦ୍‌ଘାତ ଯୋଗୁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିନ୍ତାର ସବୁଠାରୁ ବଡ଼ କାରଣ ହେଉଛି, ଗମ୍ଭୀର ହୃଦ୍‌ ସମସ୍ୟା ସତ୍ତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଥିବା ସେ କହିଛନ୍ତି। ତେଣୁ ହୃଦ୍‌ରୋଗରେ ପୀଡ଼ିତ ଲୋକମାନେ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri