କରୋନା ପରଠୁ ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଛି

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟନ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ ହୃଦ୍‌ରୋଗୀଙ୍କ ସଂଖ୍ୟା ୧୦ରୁ ୨୦% ବୃଦ୍ଧିପାଇଛି। ଚିକିତ୍ସାରେ ଅବହେଳା ଓ ବିଳମ୍ବରେ ରୋଗ ଚିହ୍ନଟ ଯୋଗୁ ଅଧିକ ସଂଖ୍ୟକ ହୃଦ୍‌ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଠିକ୍‌ ସମୟରେ ଚିକିତ୍ସା ପାଇଥିଲେ ସେମାନେ ସୁସ୍ଥ ହୋଇପାରିଥାନ୍ତେ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ ହୃଦ୍‌ରୋଗ ହୋଇଥିବାବେଳେ ଦେଶରେ ପ୍ରତ ୪ଜଣରେ ଜଣେ ଏଥିପାଇଁ ଜୀବନ ହରାଇଥାନ୍ତି।
ଏ ସମ୍ପର୍କରେ କେୟାର ହସ୍ପିଟାଲ୍‌ର ବରିଷ୍ଠ କନସଲଟାଣ୍ଟ୍‌ ଡ. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଡ. ଗିରିଧର ଜେନା କହିଛନ୍ତି, ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି କୋଭିଡ୍‌ ମହାମାରୀ କାରଣରୁ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ। ହୃଦ୍‌ରୋଗୀମାନେ ଶାରୀରିକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର। ସେହିଭଳି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ପ୍ରୋଟୋକଲ୍‌ ମାନି ଚଳିବା ଦରକାର। ଯୋଗ, ବ୍ୟାୟାମ କରିବା, ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା, ଶୋଇବା, ଔଷଧ ନିୟମିତ ଖାଇବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ରଖିବା ଦ୍ୱାରା ହୃଦ୍‌ରୋଗୀମାନେ ନିଜକୁ ସୁସ୍ଥ ରଖିପାରିବେ ଏବଂ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେବାରୁ ନିଜକୁ ସୁରକ୍ଷା ଦେଇପାରିବେ ବୋଲି ଡ. ତ୍ରିପାଠୀ କହିଛନ୍ତି। କେୟାର ହସ୍ପିଟାଲସ୍‌ର ଇଣ୍ଟରଭେନ୍‌ଶନାଲ୍‌ କାର୍ଡିଓଲୋଜିଷ୍ଟ ଡ. ଗିରିଧର ଜେନା କହିଛନ୍ତି, କୋଭିଡ୍‌ ପାଇଁ ହୃଦ୍‌ ଓ ତତ୍‌ ସଂକ୍ରାନ୍ତୀୟ ରୋଗରେ ପିଡ଼ିତ ଥିବା ପ୍ରାୟ ଅଧା ରୋଗୀ ମେଡିକାଲ୍‌ ଚିକିତ୍ସା ପାଇପାରୁନାହାନ୍ତି କିମ୍ବା ହସ୍ପିଟାଲ ଯିବାକୁ ଚାହୁଁନାହାନ୍ତି। ତେଣୁ ହସ୍ପିିଟାଲ୍‌ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ହୃଦ୍‌ଘାତ ଯୋଗୁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିନ୍ତାର ସବୁଠାରୁ ବଡ଼ କାରଣ ହେଉଛି, ଗମ୍ଭୀର ହୃଦ୍‌ ସମସ୍ୟା ସତ୍ତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଥିବା ସେ କହିଛନ୍ତି। ତେଣୁ ହୃଦ୍‌ରୋଗରେ ପୀଡ଼ିତ ଲୋକମାନେ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri