ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ଜୁନ ୨୦ରେ ରଥଯାତ୍ରା, ୨୮ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୧ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ସହ ନିବିଘ୍ନରେ ସମ୍ପନ୍ନ କରିବା ନିମନ୍ତେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। ଘୋଷଯାତ୍ରା ସମୟରେ ଘୋଷ ଘଣ୍ଟୁଆଙ୍କ ବିଶେଷ ଭୂମିକା ରହିଥାଏ। ମହାପ୍ରଭୁଙ୍କ ପହଣ୍ଡି ସହ ରଥ ଚାଲିବା ସମୟରେ ଘୋଷ ଘଣ୍ଟୁଆମାନେ ଘଣ୍ଟ ନାଦ କରିଥାନ୍ତି। ଚଳିତ ବର୍ଷ ନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଘଣ୍ଟୁଆ ନିଯୋଗ ସହ ଆଲୋଚନା କରିଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକ ସମ୍ପର୍କରେ ପୁରୀ ଘଣ୍ଟୁଆ ନିଯୋଗର ସଭାପତି ଗିରିଶ ଚନ୍ଦ୍ର ନାୟକ ସୂଚନା ଦେଇ କହିଛନ୍ତି, ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘଣ୍ଟସେବା ସମ୍ପର୍କରେ ଆଲୋଚନା ହୋଇଥିଲା।
ରଥ ଉପରେ କେତେଜଣ ଘଣ୍ଟୁଆ ରହି ସେବା କରିବେ ସେନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ରଥର ଚକ ଅନୁଯାୟୀ ରଥ ଉପରେ ଘଣ୍ଟୁଆ ରହିବାକୁ ନିଷ୍ପତ୍ତି ହୋଇଛି। ଯେପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ସଂଖା ୧୬ ହୋଇଥିବାରୁ ସେହି ରଥରେ ୧୬ ଜଣ ଘଣ୍ଟୁଆ ରହିବେ। ତେବେ ୧୬ ଘଣ୍ଟୁଆଙ୍କ ମଧ୍ୟରେ ପୁରୀ ଘଣ୍ଟୁଆ ଓ ଭଟିମୁଣ୍ଡା ଘଣ୍ଟୁଆ ନିର୍ଦ୍ଦିଷ୍ଟ ଅନୁପାତରେ ରହିବେ। ଅର୍ଥାତ୍‌ ନନ୍ଦିଘୋଷ ରଥରେ ୧୦ ଜଣ ପୁରୀ ଘଣ୍ଟୁଆ ଓ ୬ଜଣ ଭଟିମୁଣ୍ଡା ଘଣ୍ଟୁଆ ରହିବେ। ସେହିପରି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୪ଟି ଚକ ଥିବାରୁ ରଥରେ ୧୪ ଜଣ ଘଣ୍ଟୁଆ ରହିବେ। ସେମାନଙ୍କ ମଧ୍ୟରୁ ୯ ଜଣ ପୁରୀ ଘଣ୍ଟୁଆ ଓ ୫ଜଣ ଭଟିମୁଣ୍ଡା ଘଣ୍ଟୁଆ। ମା’ସୁଭଦ୍ରାଙ୍କ ଦେବଦଳନ ରଥରେ ୧୨ଟି ଚକ ଥିବାରୁ ୧୨ ଜଣ ଘଣ୍ଟୁଆ ରହିବେ। ସେମାନଙ୍କ ମଧ୍ୟରୁ ୮ ଜଣ ପୁରୀ ଘଣ୍ଟୁଆ ଓ ୪ ଜଣ ଭଟିମୁଣ୍ଡା ଘଣ୍ଟୁଆ ରହି ଘଣ୍ଟ ସେବା କରିବେ। ସେହିପରି ଠାକୁରଙ୍କ ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡି ସମୟରେ ୭୫ ଜଣ ଘଣ୍ଟୁଆ ରହି ସେବା କରିବା ପାଇଁ ନିଷ୍ପତ୍ତି ହୋଇଥିବା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri