ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୦ ଛୁଇଁଲା

ଭୁବନେଶ୍ୱର, ୨୯।୭ (ବନ୍ଦନା ସେଠୀ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟ୍‌ସ୍ପଟ୍‌ ପାଲଟୁଛି। ୨୬ ତାରିଖ ସୁଦ୍ଧା ସହରରୁ ୩୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୪୮ ଘଣ୍ଟାରେ ଏହା ୪୫୦ ଛୁଇଁଛି। ଦୈନିକ ହାରାହାରି ୫୦ ରୋଗୀ ଚିହ୍ନଟ ହେଉଥିବା ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଗତ ୨୪ ଘଣ୍ଟାରେ ମୋଟ ୧୪୦ ଟେଷ୍ଟ କରାଯାଇଥିବାବେଳେ ସେଥିରୁ ୩୦ଜଣଙ୍କ ନମୁନା ପଜିଟିଭ ଆସିଛି। ସହରସାରା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜୟଦେବ ବିହାର, ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୫୭ଜଣ ରହିଛନ୍ତି। ସେହିପରି ୩୯୩ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୧ ରହିଥିବାବେଳେ ବାକି ଆକ୍ରାନ୍ତ ସହରର ବିଭିନ୍ନ ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ଏଯାବତ୍‌ ୨୬୦ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତବର୍ଷ କମ୍‌ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ଏବେ କ୍ୟାପିଟାଲ ହସ୍ପିଟାଲରେ ୩୦ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ୧୦ଟି ବେଡ୍‌ ରିଜର୍ଭ ରଖାଯାଇଛି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍‌ଦ୍ଧି ପାଇଲେ ବେଡ୍‌ ସଂଖ୍ୟାକୁ ୬୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏବେସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ କୌଣସି ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇନାହିଁ କିମ୍ବା କେହି ଅତ୍ୟନ୍ତ ଗୁରୁତର ନାହାନ୍ତି। କିଛି ରୋଗୀଙ୍କ ପ୍ଲେଟ୍‌ଲେଟ୍‌ ସାମାନ୍ୟ କମ୍‌ ରହୁଛି, କିନ୍ତୁ ମେଡିକାଲରେ ଆବଶ୍ୟକ ସମସ୍ତ ସାମଗ୍ରୀ ମହଜୁଦ ରହିଛି। ଏବେ ଦୈନିକ ହସ୍ପିଟାଲରେ ୮୦ ନମୁନା ସଂଗ୍ରହ କରାଯାଉଥିବାବେଳେ ୧୨ରୁ ୧୫ ଜଣ ପଜିଟିଭ ଚିହ୍ନଟ ହେଉଥିବା ଡା. ସାହୁ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ‘ଆଗ୍ରେସିଭ ଆୱାରନେସ୍‌’ ଆରମ୍ଭ କରିଛି। ସହରର ୨୨ ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଡେଙ୍ଗୁ ଚିହ୍ନଟ ହେଉଥିବା ଅଞ୍ଚଳକୁ ଯାଇ ଲୋକଙ୍କ ଘର ଭିତର ଓ ବାହାର ଯାଞ୍ଚ କରିବା ସହ ସଚେତନ କରୁଛନ୍ତି। ମୌସୁମୀଜନିତ ଲଗାଣ ବର୍ଷା ମଶାବଂଶ ବୃଦ୍ଧିରେ ସହାୟକ ହୋଇଥିବାରୁ ସହରରେ ଫଗିଙ୍ଗ, ମଶାତେଲ ଓ ଧୂଆଁ ଛାଡ଼ିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍‌ ଘରଘର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ମାତ୍ର ଏତେ ପରେ ବି ସହରରେ ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ବିଏମ୍‌ସିର ସବୁ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିଛି ଅଞ୍ଚଳରେ ବିଏମ୍‌ସି ମଶା ତେଲ ପକାଇ ଫଟୋ ଛାଡି ବାହାବା ନେଉଥିବାବେଳେ ଏବେ ମଧ୍ୟ ଏକାଧିକ ୱାର୍ଡକୁ ମଶା ଧୂଆଁ ଗାଡ଼ି ଯାଇ ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଥିବାବେଳେ ଆଗକୁ ସ୍ଥତି ଭୟାବହ ହେବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?