ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ହଜାରେ ଡେଇଁଲା

ଭୁବନେଶ୍ୱର, ୧୨।୮(ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ କ୍ଷୀପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ଜ୍ୱର ହେବା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଗତ କିଛିବର୍ଷ ହେବ ରାଜଧାନୀ ଲଗାତାର ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଚଳିତବର୍ଷ ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତ ବର୍ଷ ଏଯାଏ ରାଜ୍ୟରେ ମୋଟ୍‌ ୨୮ହଜାର ୯ଶହ ୫୩ ନମୁନା ଟେଷ୍ଟ କରାଯାଇଥିବାବେଳେ ସେଥିରୁ ୧୬୭୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲା ସର୍ବାଗ୍ରେ ରହୁଥିବାବେଳେ ୯୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ଗତ ଜାନୁୟାରୀରୁ ଅଗଷ୍ଟ ୧୧ ମଧ୍ୟରେ ସହରରେ ଡେଙ୍ଗୁ ରୋଗୀ ସଂଖ୍ୟା ୧ହଜାର ପାର୍‌ କରିଛି। ସେଥିମଧ୍ୟରୁ ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ପୋଖରୀପୁଟ, ନୀଳାଦ୍ରୀବିହାର ଆଦି ଅଞ୍ଚଳ ଡେଙ୍ଗୁର ଗନ୍ତାଘର ପାଲଟିଛି।
ସହରରେ ସଫେଇଠାରୁ ଆରମ୍ଭ କରି ଘରଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକାଧିକ ସଫେଇ ସଂସ୍ଥା, ଏନ୍‌ଜିଓଙ୍କ ସମେତ ସ୍ବଚ୍ଛସାଥି, ସୁପରଭାଇଜର ପ୍ରମୁଖ ନିଯୁକ୍ତ ହୋଇଛନ୍ତି। ମାସକୁ ଲକ୍ଷଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିଦିନ ସହରରୁ ୪୦ରୁ ୫୦ ମଧ୍ୟରେ ରୋଗୀ ଚିହ୍ନଟ ହେବା ବିଏମ୍‌ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ରୋକିବାକୁ ବିଏମ୍‌ସି ପକ୍ଷରୁ ଡ୍ରାଏ ଡେ’ ପାଳନ, ଘରଘର ସମ୍ପର୍କ ଅଭିଯାନ, ମଶାଧୂଆଁ, ଘାସକାଟିବା ଭଳି ବିଭିନ୍ନ ପଦକ୍ଷେପ ନିଆଯିବା ପରେ ବି ମଶା ନିୟନ୍ତ୍ରଣ ଫେଲ୍‌ ମାରିଛି। ତେଣୁ ଅନ୍ୟ ଉପାୟ ନ ପାଇ ମଶାବଂଶ ଲୋପ କରିବା ପାଇଁ ପୁଣିଥରେ ଡ୍ରୋନ୍‌ର ସହାୟତା ନେବାକୁ ଅଣ୍ଟା ଭିଡିଛି ବିଏମ୍‌ସି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ ବ୍ୟବହାର କରିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନ ବିଶେଷକରି ସହରର ଅପହଞ୍ଚ ଜଳଉତ୍ସ ଗୁଡିକରେ ଡ୍ରୋନ ମାଧ୍ୟମରେ ମଶାମରା ରାସାୟନିକ ସ୍ପ୍ରେ କରାଯିବ। ଅଗଷ୍ଟ ୧୫ ପରେ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ମେୟର ସୂଚନା ଦେଇଛନ୍ତି। ଗତବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଡ୍ରୋନ୍‌ ଅଣାଯାଇଥିଲା। ପ୍ରଥମେ ପରୀକ୍ଷାମୂଳକ ଭାବେ ଏବଂ ପରେ ହାତଗଣତି କେତେକ ସ୍ଥାନରେ ଏବଂ ପୋଖରୀ କେନାଲରେ କୀଟନାଶକ ସିଞ୍ଚନ କରାଗଲା। ଏଥିରେ ମଶା ନ ମରିବାରୁ ବିଭିନ୍ନ ଆଡୁ ଅଭିଯୋଗ ଓ ସମାଲୋଚନା ପରେ ଡ୍ରୋନ୍‌ ଉଡାଣକୁ ଅଧାରୁ ବନ୍ଦ କରାଯାଇଥିଲା। ଏପରିକି ଆକାଶମାର୍ଗରେ ଡ୍ରୋନ୍‌ ଉଡାଣ ନେଇ ଅନୁମତି ନିଆଯାଇ ନ ଥିବାରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଆଇଏ) ବିଏମ୍‌ସିକୁ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ତେବେ ବିଫଳତା ପରେ ପୁଣି କାହିଁକି ବିଏମ୍‌ସି ଡ୍ରୋନ ଉଡାଣକୁ ପ୍ରାଧାନ୍ୟ ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏପରି ସ୍ଥିତିରେ ସହରରେ ବଢୁଥିବା ଡେଙ୍ଗୁ ସଂକ୍ରମଣ ରୋକିବାକୁ ସଚେତନ ରହିବା ପାଇଁ ଅତିରିକ୍ତ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅନ୍ତର୍ଯ୍ୟାମୀ ମିଶ୍ର ପରାମର୍ଶ ଦେଇଛନ୍ତି। ସେହିପରି ସହରରେ ଦୈନିକ ୨୬୦ରୁ ୩ଶହ ଟେଷ୍ଟିଂ ହେଉଥିବାବେଳେ ସେଥିରୁ ୪୦ରୁ ୫୦ ଭିତରେ ପଜିଟିଭ୍‌ ବାହାରୁଥିବା ସେ କହିଛନ୍ତି। ତେବେ ସ୍ଥିତି ଆୟତ୍ତରେ ଥିବାରୁ ଭୟଭୀତ ନ ହେବା ପାଇଁ ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?