ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛି। ଏନ୍‌ଏସ୍‌ଏ ଲାଗୁ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ରାଜାଙ୍କର ସମସ୍ତ କେସ୍‌ ରେକର୍ଡ ଯାଞ୍ଚ କରିବା ପରେ କୋର୍ଟ ଉକ୍ତ ଆବେଦନକୁ କୋର୍ଟ ମଞ୍ଜୁର କରିଥିଲେ।
ଦାଦାବଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଗତ ଅକ୍ଟୋବରରୁ ‘ଦାଦାବଟିକୁ ନା’ ମିଶନ ଆରମ୍ଭ କରିଛି। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍‌-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ରାଜାଙ୍କୁ ଗିରଫ କରିଥିଲା। ଜୁଡୋ କୋଚ୍‌ ବିରଞ୍ଚତ୍ ଦାସ ହତ୍ୟା ମାମଲାରେ ୧୦ବର୍ଷ ସଜା କାଟି ଫେରିବାର କିଛି ମାସପରେ ତାଙ୍କୁ ପୁଣି ଜେଲ୍‌ ଯିବାକୁ ପଡ଼ିଥିଲା। ରାଜାଙ୍କ ସହିତ ଦୁଇ ସହଯୋଗୀ ଶିରିପୁରର ନୃସିଂହ ବେହେରା ଓ ବିଜେବି ନଗରର ବିନୟ ଦାସ ମଧ୍ୟ ଗିରଫ ହୋଇଥିଲେ। ରାଜାର ନିର୍ଦ୍ଦେଶକ୍ରମେ ଏମାନେ ୟୁନିଟ୍‌-୧ ଓ ୟୁନିଟ୍‌-୨ ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ଦାଦାବଟି ନେଉଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଟ୍‌-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା

ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ...

ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ....

ବିବାଦରୁ ଦୂରେଇ ରହି ସଙ୍ଗଠନ କଥା ବୁଝ

ଭୁବନେଶ୍ୱର,୭ା୬(ବ୍ୟୁରୋ):ରାଜ୍ୟ ମନ୍ତ୍ରିମଣ୍ଡଳର ବିଦା ହୋଇଥିବା ମନ୍ତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ପ୍ରତାପ ଜେନା, ଦିବ୍ୟଶଙ୍କର...

ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌...

ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ

ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍‌ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି...

ସିଡିଏମ୍‌ଓଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ: ଭବିଷ୍ୟତରେ ଓଡ଼ିଶାରେ ଡାକ୍ତର ଅଭାବ ରହିବ ନାହିଁ, ସମସ୍ତଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜ୍ୟରେ ନୂତନ ସ୍ବାସ୍ଥ୍ୟନୀତି ପ୍ରଣୟନ ସହ ଖୁବ୍‌ଶୀଘ୍ର ଭିଜନ-୨୦୨୫ ଅନୁଯାୟୀ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏ ଦିଗରେ ରାଜ୍ୟ ସରକାର...

ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି।...

ବିଶ୍ୱାସ ଦେଇଥାଏ ବ୍ୟବସାୟକୁ ବଳ

ଭୁବନେଶ୍ୱର,୨୩।୧୦: ଇତିହାସ ସାଙ୍ଗକୁ ପୁରାଣରେ ବର୍ଣ୍ଣତ ରହିଛି ଯେ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଜନ୍ମଦିବସକୁ ଧନ୍‌ତେରସ ଭାବେ ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଥିବା ବେଳେ ସମୟକ୍ରମେ...

Advertisement
Archives

Model This Week