ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର,୧୩।୧୦ (ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ଇତିମଧ୍ୟରେ ୬ଦିନ ବିତିଯାଇଥିବାବେଳେ ଏହି ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଭାରତ ସରକାରଙ୍କ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିଶନ ଆଧାରରେ ଏନ୍‌ଏଚ୍‌ଆର୍‌ସି ଉକ୍ତ ରିପୋର୍ଟ ତଲବ କରିବା ସହ ଏଥିନିମନ୍ତେ ଚାରି ସପ୍ତାହ ସମୟ ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ଉକ୍ତ ବିସ୍ଫୋରଣରେ କେତେଜଣଙ୍କର ମୃତ୍ୟୁ ଘଟିଛି ଓ କେତେଜଣ ନିଖୋଜ ରହିଛନ୍ତି ସେନେଇ କିଛିବି ସ୍ପଷ୍ଟ ତଥ୍ୟ ଦିଆଯାଉନାହି। ଉକ୍ତ ପେଟ୍ରୋଲ ପମ୍ପର ଅନ୍ୟତମ କର୍ମଚାରୀ ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମଧ୍ୟ ମିଳୁନାହିଁ। ତାଙ୍କର ମୃତ୍ୟୁ ଘଟିଛି କି ନାହି
ତାହା ମଧ୍ୟ ପୋଲିସ ସ୍ପଷ୍ଟ କରୁନି। ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ ବୋଲି ତ୍ରିପାଠୀ ତାଙ୍କ ପିଟିଶନ୍‌ରେ ଉଲ୍ଲେଖ କରିଛନ୍ତି।

ନ୍ୟାୟିକ ତଦନ୍ତ ଦାବିରେ ଏଡିଏମ୍‌ ଅଫିସ ଘେରାଉ

ଅନ୍ୟପଟେ ପୋଲିସ, ଫରେନ୍‌ସିକ୍‌ ଟିମ୍‌, ଆଇଓସିଏଲ୍‌ ଓ ପେସୋ ମିଳିତ ଭାବେ ବିସ୍ଫୋରଣର କାରଣ ଖୋଜୁଛନ୍ତି। ଏଥିସହ କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଫରେନ୍‌ସିକ୍‌ ରିପୋର୍ଟ ଏବଂ ଏକ୍ସପର୍ଟ ଟିମ୍‌ ରିପୋର୍ଟ ମିଳିବାପରେ ପୋଲିସ ବିସ୍ଫୋରଣର କାରଣ ପ୍ରକାଶ କରିବ। ଏହାସହ କ୍ୟାପିଟାଲ ଥାନାରେ ରୁଜୁ ହୋଇଥିବା ମାମଲାରେ ପୋଲିସ ପୋଟ୍ରୋଲ ପମ୍ପର କର୍ମଚାରୀ ଓ ଉଚ୍ଚ ଅଧିକାରୀଙ୍କୁ ପଚରାଉଚରା କରୁଛି। ଏପରି କି ପୋଲିସ ଏହି ମାମଲାରେ ଦଫା ୩୦୪ ଲଗାଇ ପେଟ୍ରୋଲ ପମ୍ପର ଉଚ୍ଚ ଅଧିକାରୀଙ୍କୁ ଗିରଫ କରିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଡିଏନ୍‌ଏ ଟେଷ୍ଟ୍‌ ମ୍ୟାଚିଂ ପାଇଁ ନିଖୋଜ କର୍ମଚାରୀ ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକଙ୍କୁ ଦୁଇଦିନ ଭିତରେ ଡକାଯିବ। ଏହାପରେ ସଂଗୃହୀତ ମାଂସ ଓ ହାଡ଼ ନିଖୋଜ ସୀମାଞ୍ଚଳଙ୍କର କି ନୁହେଁ ଜଣାପଡିବ। ଖୁବଶୀଘ୍ର ବିସ୍ଫୋରଣର କାରଣ ବି ଖୁଲାସା ହେବ।

ମୃତ୍ୟୁ ପୂର୍ବରୁ ଘରକୁ ଭିଡିଓ ପଠାଇଥିଲେ ସଦାନନ୍ଦ

ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାକୁ ନେଇ ସିପିଆଇଏମ୍‌ ଆନ୍ଦୋଳନକୁ ଓହ୍ଲାଇଛି। ଏହାର ନ୍ୟାୟିକ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା, ଉକ୍ତ ଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପର ନିରାପତ୍ତା ଦାବିରେ ସୋମବାର ଭୁବନେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ଏଡିଏମ୍‌ ଅଫିସ ଘେରାଉ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ପରେ ଏକ ୭ ଦଫା ଦାବିପତ୍ର ଏଡିଏମ୍‌ଙ୍କୁ ପ୍ରଦାନ କରଯାଇଥିଲା। ଦଳର ରାଜ୍ୟ କମିଟି ନେତା ସୁରେଶ ପାଣିଗ୍ରାହୀ ଓ ଭୁବନେଶ୍ୱର ମହାନଗର ନେତା ପ୍ରଦୀପ୍ତ ନାୟକ ଏହି ଦାବିପତ୍ର ଦେଇଥିଲେ।

 

ମୃତ ଇଂ. ସଦାନନ୍ଦ ନାୟକ ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ସେଠାରେ କାମ କରାଯାଉଥିବାବେଳର ଏକ ଭିଡ଼ିଓ ପରିବାର ଲୋକଙ୍କୁ ପଠାଇଥିଲେ। ଜଣେ ବ୍ୟକ୍ତି ଏଲ୍‌ପିଜି ଟାଙ୍କି ଭିତରେ ପଶି କାମ କରୁଥିବାବେଳେ ଅନ୍ୟମାନେ ଉପରେ କାମ କରୁଥିଲେ। ଏପରି କି ନିକଟରେ ଥିବା ଏକ ଟ୍ୟାଙ୍କ୍‌ରରୁ ଗ୍ୟାସ୍‌ ସିଏନ୍‌ଜି ୟୁନିଟ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଟାଙ୍କିକୁ ଭର୍ତ୍ତି କରାଯାଉଥିବା ଭିଡ଼ିଓରେ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଏଭଳି ବିପଜ୍ଜନକ ଅବସ୍ଥାରେ କାମ କରିବାକୁ ପରିବାର ଲୋକେ ମନା କରିଥିଲେ। ହେଲେ କିଛି ହେବ ନାହିଁ ବୋଲି କହି ସଦାନନ୍ଦ ଏଡାଇ ଯାଇ ନିଜ କାମରେ ବ୍ୟସ୍ତ ରହିଥିଲେ। ତେବେ ଭୁବନେଶ୍ୱରରୁ କାମ ସରିବା ପରେ ସେ ଗ୍ରାମକୁ ଯାଇଥାନ୍ତେ। ଏହାପରେ ସେ ରାଉରକେଲାକୁ କମ୍ପାନୀ କାମରେ ଯାଇଥାନ୍ତେ। କିନ୍ତୁ ତାହା ପୂର୍ବରୁ ତାଙ୍କର ଶବ ଘରକୁ ଆସିଲା ବୋଲି ସଦାନନ୍ଦଙ୍କ ସ୍ତ୍ରୀ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri