ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର,୧୩।୧୦ (ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ଇତିମଧ୍ୟରେ ୬ଦିନ ବିତିଯାଇଥିବାବେଳେ ଏହି ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଭାରତ ସରକାରଙ୍କ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିଶନ ଆଧାରରେ ଏନ୍‌ଏଚ୍‌ଆର୍‌ସି ଉକ୍ତ ରିପୋର୍ଟ ତଲବ କରିବା ସହ ଏଥିନିମନ୍ତେ ଚାରି ସପ୍ତାହ ସମୟ ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ଉକ୍ତ ବିସ୍ଫୋରଣରେ କେତେଜଣଙ୍କର ମୃତ୍ୟୁ ଘଟିଛି ଓ କେତେଜଣ ନିଖୋଜ ରହିଛନ୍ତି ସେନେଇ କିଛିବି ସ୍ପଷ୍ଟ ତଥ୍ୟ ଦିଆଯାଉନାହି। ଉକ୍ତ ପେଟ୍ରୋଲ ପମ୍ପର ଅନ୍ୟତମ କର୍ମଚାରୀ ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମଧ୍ୟ ମିଳୁନାହିଁ। ତାଙ୍କର ମୃତ୍ୟୁ ଘଟିଛି କି ନାହି
ତାହା ମଧ୍ୟ ପୋଲିସ ସ୍ପଷ୍ଟ କରୁନି। ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ ବୋଲି ତ୍ରିପାଠୀ ତାଙ୍କ ପିଟିଶନ୍‌ରେ ଉଲ୍ଲେଖ କରିଛନ୍ତି।

ନ୍ୟାୟିକ ତଦନ୍ତ ଦାବିରେ ଏଡିଏମ୍‌ ଅଫିସ ଘେରାଉ

ଅନ୍ୟପଟେ ପୋଲିସ, ଫରେନ୍‌ସିକ୍‌ ଟିମ୍‌, ଆଇଓସିଏଲ୍‌ ଓ ପେସୋ ମିଳିତ ଭାବେ ବିସ୍ଫୋରଣର କାରଣ ଖୋଜୁଛନ୍ତି। ଏଥିସହ କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଫରେନ୍‌ସିକ୍‌ ରିପୋର୍ଟ ଏବଂ ଏକ୍ସପର୍ଟ ଟିମ୍‌ ରିପୋର୍ଟ ମିଳିବାପରେ ପୋଲିସ ବିସ୍ଫୋରଣର କାରଣ ପ୍ରକାଶ କରିବ। ଏହାସହ କ୍ୟାପିଟାଲ ଥାନାରେ ରୁଜୁ ହୋଇଥିବା ମାମଲାରେ ପୋଲିସ ପୋଟ୍ରୋଲ ପମ୍ପର କର୍ମଚାରୀ ଓ ଉଚ୍ଚ ଅଧିକାରୀଙ୍କୁ ପଚରାଉଚରା କରୁଛି। ଏପରି କି ପୋଲିସ ଏହି ମାମଲାରେ ଦଫା ୩୦୪ ଲଗାଇ ପେଟ୍ରୋଲ ପମ୍ପର ଉଚ୍ଚ ଅଧିକାରୀଙ୍କୁ ଗିରଫ କରିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଡିଏନ୍‌ଏ ଟେଷ୍ଟ୍‌ ମ୍ୟାଚିଂ ପାଇଁ ନିଖୋଜ କର୍ମଚାରୀ ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକଙ୍କୁ ଦୁଇଦିନ ଭିତରେ ଡକାଯିବ। ଏହାପରେ ସଂଗୃହୀତ ମାଂସ ଓ ହାଡ଼ ନିଖୋଜ ସୀମାଞ୍ଚଳଙ୍କର କି ନୁହେଁ ଜଣାପଡିବ। ଖୁବଶୀଘ୍ର ବିସ୍ଫୋରଣର କାରଣ ବି ଖୁଲାସା ହେବ।

ମୃତ୍ୟୁ ପୂର୍ବରୁ ଘରକୁ ଭିଡିଓ ପଠାଇଥିଲେ ସଦାନନ୍ଦ

ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାକୁ ନେଇ ସିପିଆଇଏମ୍‌ ଆନ୍ଦୋଳନକୁ ଓହ୍ଲାଇଛି। ଏହାର ନ୍ୟାୟିକ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା, ଉକ୍ତ ଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପର ନିରାପତ୍ତା ଦାବିରେ ସୋମବାର ଭୁବନେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ଏଡିଏମ୍‌ ଅଫିସ ଘେରାଉ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ପରେ ଏକ ୭ ଦଫା ଦାବିପତ୍ର ଏଡିଏମ୍‌ଙ୍କୁ ପ୍ରଦାନ କରଯାଇଥିଲା। ଦଳର ରାଜ୍ୟ କମିଟି ନେତା ସୁରେଶ ପାଣିଗ୍ରାହୀ ଓ ଭୁବନେଶ୍ୱର ମହାନଗର ନେତା ପ୍ରଦୀପ୍ତ ନାୟକ ଏହି ଦାବିପତ୍ର ଦେଇଥିଲେ।

 

ମୃତ ଇଂ. ସଦାନନ୍ଦ ନାୟକ ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ସେଠାରେ କାମ କରାଯାଉଥିବାବେଳର ଏକ ଭିଡ଼ିଓ ପରିବାର ଲୋକଙ୍କୁ ପଠାଇଥିଲେ। ଜଣେ ବ୍ୟକ୍ତି ଏଲ୍‌ପିଜି ଟାଙ୍କି ଭିତରେ ପଶି କାମ କରୁଥିବାବେଳେ ଅନ୍ୟମାନେ ଉପରେ କାମ କରୁଥିଲେ। ଏପରି କି ନିକଟରେ ଥିବା ଏକ ଟ୍ୟାଙ୍କ୍‌ରରୁ ଗ୍ୟାସ୍‌ ସିଏନ୍‌ଜି ୟୁନିଟ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଟାଙ୍କିକୁ ଭର୍ତ୍ତି କରାଯାଉଥିବା ଭିଡ଼ିଓରେ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଏଭଳି ବିପଜ୍ଜନକ ଅବସ୍ଥାରେ କାମ କରିବାକୁ ପରିବାର ଲୋକେ ମନା କରିଥିଲେ। ହେଲେ କିଛି ହେବ ନାହିଁ ବୋଲି କହି ସଦାନନ୍ଦ ଏଡାଇ ଯାଇ ନିଜ କାମରେ ବ୍ୟସ୍ତ ରହିଥିଲେ। ତେବେ ଭୁବନେଶ୍ୱରରୁ କାମ ସରିବା ପରେ ସେ ଗ୍ରାମକୁ ଯାଇଥାନ୍ତେ। ଏହାପରେ ସେ ରାଉରକେଲାକୁ କମ୍ପାନୀ କାମରେ ଯାଇଥାନ୍ତେ। କିନ୍ତୁ ତାହା ପୂର୍ବରୁ ତାଙ୍କର ଶବ ଘରକୁ ଆସିଲା ବୋଲି ସଦାନନ୍ଦଙ୍କ ସ୍ତ୍ରୀ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?