ଶିଖରଚଣ୍ଡୀ ସ୍ଥିତି ଅନୁଧ୍ୟାନକଲା ଏନ୍‌ଜିଟି ଟିମ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା କ୍ଷୟକ୍ଷତିକୁ ଶନିବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଟିମ୍‌ ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜଧାନୀର ଶୋଭା ବଢାଉଥିବା ତଥା ପରିବେଶ ସମ୍ବେଦନଶୀଳ ଶିଖରଚଣ୍ଡୀ ପାହାଡ଼କୁ କାଟି ବିକାଶ ନାମରେ ବିନାଶ କରାଯାଉଥିବା ଅଭିଯୋଗ ଆଣି ସ୍ଥାନୀୟ ବାସିନ୍ଦା ଓ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଆନ୍ଦୋଳନକୁ ଓହ୍ଲାଇବା ସହ ଏନ୍‌ଜିଟିରେ ମାମଲା ଦାଏର କରାଯାଇଥିଲା। ତେଣୁ ଏନ୍‌ଜିଟିର ୪ଜଣିଆ ଟିମ୍‌ ଗ୍ରାଉଣ୍ଡ୍‌ଜିରୋରେ ପହଞ୍ଚତ୍ ଘଟଣାରେ ତଦନ୍ତ କରିଛନ୍ତି। ପ୍ରଶାସନ କିଭଳି ଏକଚାଟିଆ ଭାବେ ଏତେ ବଡ ପାହାଡ଼କୁ କାଟି ସଫା କରିବା ପରେ କେବଳ ବୁଦା କଟାଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି ସେ ନେଇ ସମିତି ଓ ସ୍ଥାନୀୟ ଲୋକେ ତଥ୍ୟ ରଖିଛନ୍ତି। ପ୍ରକଳ୍ପ ପୂର୍ବରୁ ପାହାଡ଼ରେ ନିଆଁ ଲଗାଇ ଗଛଗୁଡିକୁ ନଷ୍ଟ କରାଯାଇଛି, ଯାହାର ଗଣ୍ଡି ଓ ମୂଳକୁ ମାଟିପଥର ଘୋଡ଼ାଇ ଲୁଚାଯାଇଛି। ବର୍ଷା ପରେ ତାହା ଉପରକୁ ଦିଶୁଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ଏନ୍‌ଜିଟି ସଦସ୍ୟଙ୍କୁ ଦେଖାଇଛନ୍ତି। ଏଥିସହ ପ୍ରକଳ୍ପ ବନ୍ଦ ରଖିବାକୁ ଏନ୍‌ଜିଟି ଆଦେଶ ଦେଇଥିଲେ ବି ତାହାକୁ ଖାତିର ନ କରି ସ୍ଥାନୀୟ ପ୍ରଶାସନ କାମ ଜାରି ରଖିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ପାହାଡ଼ରୁ କେତେ ଗଛ କଟା ଯାଇଛି, କେଉଁ ପ୍ରକଳ୍ପ ପାଇଁ ଗଛ କଟାଯାଇଛି, ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନିଆଯାଇଛି ନା ନାହିଁ, ଏନ୍‌ଜିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ କାହିଁକି ଅଟକିଲା ନାହିଁ, ଏସବୁ ପ୍ରଶ୍ନର ଉତ୍ତର ମାଗିବା ସହ ଏନ୍‌ଜିଟି ଅଧିକାରୀମାନେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିଥିଲେ। ସେହିଭଳି ଶିଖରଚଣ୍ଡୀ ପାହାଡରୁ ଗଛ କଟା ହେବା ଦ୍ୱାରା କେତେ ଜୈବ ବିବିଧତା ନଷ୍ଟ ହୋଇଛି, କେତେ ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି, ସେ ନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେସବୁ ଦିଗ ଉପରେ ଏନ୍‌ଜିଟି ଅଧିକାରୀମାନେ ଜାଣିବାକୁ ଚାହିଁଛନ୍ତି। ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ତେଣୁ ଏହା ପୂର୍ବରୁ ୭ଦିନ ମଧ୍ୟରେ ପ୍ରକଳ୍ପ ସହ ପରିବେଶ ମଞ୍ଜୁରୀ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍‌କୋ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଶିଖରଚଣ୍ଡୀ ପାହାଡ଼ ବ୍ୟତୀତ ଅନ୍ୟଯେଉଁ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ କରାଗଲେ ସମିତିର କୌଣସି ଆପତ୍ତି ନ ଥିବା କୁହାଯାଇଛି। ଅପରପକ୍ଷେ ପ୍ରଶାସନ ଯେଉଁ ସ୍ଥାନରୁ ଗଛ କାଟିଥିଲା ସେଠାରେ ସମିତି ପକ୍ଷରୁ ଶନିବାର ନୂଆ ଗଛ ଲଗାଯାଇଥିଲା। ଆଗାମୀ ଦିନରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରି ଶିଖରଚଣ୍ଡୀ ପାହାଡ଼କୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ଏନ୍‌ଜିଟି ସଦସ୍ୟଙ୍କ ସହିତ ବନ ବିଭାଗ ଅଧିକାରୀ, ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପରିବେଶବିତ ପ୍ରଫୁଲ ସାମନ୍ତରା, ପ୍ରେରଣା ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଠେଙ୍ଗ, ପଟିଆ, ପଥରଗାଡ଼ିଆ, ଚନ୍ଦକା, ରଘୁନାଥପୁର, ଗାଡକଣ, ରଙ୍ଗମାଟିଆ, ଡମଣା, ଅନ୍ଧାରୁଆ, ଶିଖରଚଣ୍ଡୀ ନଗର, କୁଜୁମହଲ, ବାରଙ୍ଗ, କେନ୍ଦୁପଟଣା, ଗ୍ରାମ କମିଟି ସହ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri