କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଏନ୍‌ଜିଓ ସଂଗ୍ରହ କରିଛି

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପାଇଁ ହାଇଦ୍ରାବାଦସ୍ଥ ନବଯୁଗ ଇନ୍‌ଫୋଟେକ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଏବେ ସମସ୍ୟା ସୃଷ୍ଟି କରିଛି। ଜିଲା ପ୍ରଶାସନର ଅନୁମତ ପତ୍ର ଓ ସହଯୋଗ ନେଇ ସହର ଏବଂ ଗ୍ରାମାଞ୍ଚଳରେ ଥିବା ଘର ସମ୍ମୁଖରେ ଏହି ସଂସ୍ଥା ଡିଜିଟାଲ କ୍ୟୁଆର୍‌ କୋଡ୍‌ର ପ୍ଲେଟ୍‌ ଲଗାଇଛି। ତେବେ ଏହା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଯୋଜନା ନୁହେଁ ବୋଲି ଜାଣିବା ପରେ ଜିଲା ପ୍ରଶାସନ ଏଥିରୁ ମୁକୁଳିବା ବାଟ ଖୋଜୁଛି। ଅପରପକ୍ଷରେ ସଂସ୍ଥାର ଠକେଇ ସମ୍ପର୍କରେ ଲୋକଲୋଚନକୁ ଆସିବା ପରେ ସଂସ୍ଥା ବିରୋଧରେ ଡେରାବିଶ ଥାନାରେ ରବିବାର ଅଭିଯୋଗ ହୋଇଛି। ସେହିପରି ଏହି ଠକେଇ ସମ୍ପର୍କରେ ତଦନ୍ତକୁ ଜିଲା ପ୍ରଶାସନର ବିଳମ୍ବ ସ୍ଥାନୀୟ ଜିଲାବାସୀଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମର ଦିଲୀପ କୁମାର ମହାନ୍ତି କହିଛନ୍ତି, ଡିଜିଟାଲ ଡୋର ନମ୍ବର ପ୍ଲେଟ୍‌କୁ ସ୍କାନ୍‌ କରିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଆସୁଛି। ଏଥିସହ ଓଡ଼ିଶା ଶାସନ ଏମ୍‌ବ୍ଲେମ୍‌ ସହ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଡୋର ଏବଂ ଉନ୍ନୟନ ବିଭାଗର ଡିଜିଟାଲ ଡୋର ଓ ଗଳି ନମ୍ବର ଦର୍ଶାଉଛି। ଏହି କ୍ୟୁଆର୍‌ କୋଡ୍‌ ମଧ୍ୟରେ ସମ୍ପୃକ୍ତ ଘରର ଫଟୋ ଓ ଲୋକେଶନର ଫଟୋ ଅଛି। କର୍ମଚାରୀମାନେ ବିଶ୍ୱାସ ଜନ୍ମାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ଏଡିଏମ୍‌ଙ୍କ ଦସ୍ତଖତ ଥିବା ଚିଠି ଦେଖାଉଛନ୍ତି। ସେହି ଚିଠିରେ ସ୍ଥାନୀୟ ବିଡିଓଙ୍କ ସିଲ୍‌ ଓ ଦସ୍ତଖତ ଅଛି। ଏତେ ସବୁ ପ୍ରମାଣ ପରେ କ୍ୟୁଆର୍‌ କୋଡ୍‌ ଥିବା ଡିଜିଟାଲ ଘର ନମ୍ବର ପାଇଁ ସରକାରୀ ଯୋଜନା ହୋଇଥିବାକୁ କିଏ ଓ କାହିଁକି ଅବିଶ୍ୱାସ କରିବ। ଡୋର ନଂ. ପାଇଁ ୪୦ ଅଥବା ୫୦ ଟଙ୍କା ଦେବା ବଡ଼କଥା ନୁହେଁ। ଡେରାବିଶ ଥାନାରେ ଅଭିଯୋଗ ପତ୍ର ଦେଇଥିବା ସାମାଜିକ କର୍ମୀ ବିଧୁଭୂଷଣ ମହାପାତ୍ର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜିଲାବାସୀଙ୍କଠାରୁ ନେଇଥିବା ଟଙ୍କା ହିତାଧିକାରୀଙ୍କୁ ଫେରାଇବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ୨ ବର୍ଷ ପୂର୍ବେ ହାଇଦ୍ରାବାଦର ଏହି ସଂସ୍ଥା ଭୁବନେଶ୍ୱର ମ୍ୟୁନିସିପାଲିଟି ସହ ପ୍ରାୟ ୪ କୋଟି ଟଙ୍କାର ଏମ୍‌ଓୟୁ କରିଥିଲା। ଏହି ସଂସ୍ଥା ପକ୍ଷରୁ ଘର ସମ୍ପର୍କରେ ତଥ୍ୟ ସଂଗ୍ରହକରି ଘରର ଅବସ୍ଥିତି ସମ୍ପର୍କରେ ଡିଜିଟାଲ ପ୍ଲେଟ୍‌ ଲଗାଇବାକୁ ବ୍ୟବସ୍ଥା ହୋଇଥିଲା। ଫଳରେ ମ୍ୟୁନିସିପାଲିଟି ପକ୍ଷରୁ ଅଳିଆ ସଂଗ୍ରହଠାରୁ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ ପାଇଁ ସହଜ ହେବ। ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥା କଟକ ମ୍ୟୁନିସିପାଲିଟିରେ ଆରମ୍ଭ ହୋଇଥିଲା। ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରି ନ ଥିଲା। ତେବେ କେନ୍ଦ୍ରାପଡ଼ା ଜିଲାରେ ନବଯୁଗ ଇନ୍‌ଫୋଟେକ ସଂସ୍ଥା କର୍ମଚାରୀମାନେ ବିଭିନ୍ନ ସରକାରୀ ଯୋଜନାରେ ସହାୟକ ହେବ କହି ଟଙ୍କା ଆଦାୟ କରିଛନ୍ତି। ଏପରିକି ଗୋଟିଏ ଘରେ ଥିବା ଭାଇମାନଙ୍କର ଭିନ୍ନ ଘର ନମ୍ବର ଦେଇଛନ୍ତି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ପ୍ରଶାସନିକ ଅଧିକାରୀ ଏ ସମ୍ପର୍କରେ ଚିଠିରେ ସଂସ୍ଥାକୁ ସ୍ବୀକୃତି ଦେବା ଫଳରେ ଏକ ବଡ଼ଧରଣର ଦୁର୍ନୀତିକୁ ପ୍ରୋତ୍ସାହିତ କରିଛି। ଏହି ଚିଠିକୁ ନେଇ ଜିଲାରେ ବିଧିବଦ୍ଧ ଭାବେ ଉଦ୍‌ଘାଟନ କାର୍ଯ୍ୟକ୍ରମ କରାଯାଇଛି। ଏ ସମ୍ପର୍କରେ ଡୋର ନମ୍ବର ପାଇଁ ହୋଇଥିବା ଉଦ୍‌ଘାଟନ ଉତ୍ସବର ଉଦ୍‌ଘାଟକ ଜିଲା ପରିଷଦ ଅଧ୍ୟକ୍ଷା ଗୀତାରାଣୀ ସେଠୀ କହିଛନ୍ତି, ସରକାରୀ ଚିଠି ସହ ପ୍ରଶାସନିକ ଅଧିକାରୀ ଆସିବା ସୂଚନା ମିଳିବାରୁ କାର୍ଯ୍ୟକ୍ରମକୁ ଯାଇଥଲି। ନବଯୁଗ ଇନ୍‌ଫୋଟେକ୍‌ ସଂସ୍ଥାର ଜିଲା ସଂଯୋଜକ ରେବତୀକାନ୍ତ ମହାପାତ୍ର କହିଛନ୍ତି, ଜିଲା ପ୍ରଶାସନ ଏ ବାବଦରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏଡିଏମ୍‌ଙ୍କ ଅନୁମତି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ଡିଜିଟାଲ ଡୋର ନମ୍ବର କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଯୋଜନା ନୁହେଁ। ଜିଲାରୁ ଏ ନେଇ ହୋଇଥିବା ଚିଠି ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ୍ୟ, ସମ୍ପୃକ୍ତ ନବଯୁଗ ଇନ୍‌ଫୋଟେକ ଠକେଇ ଜଣାପଡ଼ିବା ପରେ ସଂସ୍ଥାର ୱେବ୍‌ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri