Posted inଜାତୀୟ

ଗଣତନ୍ତ୍ରର ନୂଆ ମନ୍ଦିର

ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍‌ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ। ଏଥିସହିତ ଏମ୍‌ପିମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରି, ବିଭିନ୍ନ କମିଟି ପାଇଁ ପ୍ରକୋଷ୍ଠ, ଡାଇନିଂ ଅଞ୍ଚଳ ଏବଂ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ବିଲ୍ଡିଂରେ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଏବଂ କର୍ମ ଦ୍ୱାର ନାମରେ ତିନୋଟି ଦ୍ୱାର ରହିଛି। ଉଦ୍‌ଘାଟନ ସମୟରେ ନୂଆ ପାର୍ଲାମେଣ୍ଟ ଭବନ ଉପରେ ଏକ ସଂକ୍ଷିପ୍ତ ଚଳଚ୍ଚିତ୍ର ପ୍ରଧାନମନ୍ତ୍ରୀ, ଏମ୍‌ପି ଓ ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ପ୍ରଦର୍ଶିତ ହୋଇଥିଲା। ୯ ମିନିଟ ୨୬ ସେକେଣ୍ଡର ଏହି ଫିଲ୍ମରେ ନୂଆ ବିଲ୍ଡିଂର ବିଶେଷତ୍ୱ ଦେଖିବାକୁ ମିଳିଥିଲା। ଏହାର ବିଭିନ୍ନ ଫାଟକରେ ଗରୁଡ଼, ଗଜ, ଅଶ୍ୱ, କୁମ୍ଭୀର, ହଂସ, ଶାର୍ଦ୍ଦୂଳ ଆକୃତି ସ୍ଥାପନ କରାଯାଇଛି। ଲୋକ ସଭାକୁ ଜାତୀୟ ପକ୍ଷୀ ମୟୂର ଆକୃତିର କରାଯାଇଥିବାବେଳେ ରାଜ୍ୟ ସଭା ଜାତୀୟ ଫୁଲ ପଦ୍ମ ଆକୃତିର ହୋଇଛି। ନୂଆ ବିଲ୍ଡିଂରେ ଏମ୍‌ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ୍‌ ବ୍ୟବସ୍ଥା ରହିଛି।
ନୂଆ ପାର୍ଲାମେଣ୍ଟ ଭବନର ଉଭୟ ସଦନକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ କାଗଜବିହୀନ ହେବ। ସେହିପରି ଭୋଟିଂକୁ ସହଜ କରିବା ପାଇଁ ଏମ୍‌ପିମାନଙ୍କ ନିମନ୍ତେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇଛି। ଉଭୟ ସଦନରେ ବିଶାଳ ମଲ୍ଟିମିଡିଆ ଡିସ୍‌ପ୍ଲେ ଲଗାଯାଇଛି, ଯାହା ଅଧିବେଶନର ସମସ୍ତ କାର୍ଯ୍ୟ ଓ ବିଲ୍‌ ଉପରେ ଭୋଟ ଗ୍ରହଣ ଆଦିକୁ ପ୍ରଦର୍ଶିତ କରିବ। ଏହା ବ୍ୟତୀତ ବିଲ୍ଡିଂରେ ସ୍ବୟଂକ୍ରିୟ କ୍ୟାମେରା କଣ୍ଟ୍ରୋଲ ଏବଂ ପୂରା ଉପକରଣରେ ସଜ୍ଜିତ କମାଣ୍ଡ ସେଣ୍ଟର ରହିଛି। ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ୨.୫ ବର୍ଷରେ ନିର୍ମିତ ହୋଇଛି। ନିର୍ମାଣ କାର୍ଯ୍ୟରେ ୬୦,୦୦୦ ଶ୍ରମିକ ନିୟୋଜିତ ହୋଇଥିଲେ।
ନୂଆ ସଂସଦ ଭବନ କର୍ମଦ୍ୱାରରେ ବ୍ରୋଞ୍ଚ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିର ଚକ ଲଗାଯାଇଛି। ଭବନରେ ବ୍ୟବହୃତ ଶାଗୁଆନ୍‌ କାଠ ମହାରାଷ୍ଟ୍ରର ନାଗପୁରରୁ ଆସିଥିବାବେଳେ ନାଲି ଓ ଧଳା ବାଲିପଥର ରାଜସ୍ଥାନର ସାର୍‌ମଥୁରାରୁ ଆସିଛି। କେଶରିଆ ସବୁଜ ପ୍ରସ୍ତର ଉଦୟପୁରରୁ, ଲାଲ୍‌ ଗ୍ରାନାଇଟ୍‌ ଆଜ୍‌ମେର ନିକଟ ଲାକ୍ଷାରୁ ଏବଂ ଧଳା ମାର୍ବଲ ରାଜସ୍ଥାନର ଅମ୍ବାଜୀରୁ ଅଣାଯାଇଛି। ଗଣତନ୍ତ୍ରର ମନ୍ଦିର ନିର୍ମାଣରେ ସାରା ଦେଶ ଏକାଠି ହୋଇଛନ୍ତି, ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାସ୍ତବ ଭାବନାକୁ ପ୍ରତିଫଳିତ କରୁଛି। ଲୋକ ସଭା ଓ ରାଜ୍ୟ ସଭାର ଫଲ୍ସ ସିଲିଂ ପାଇଁ ବ୍ୟବହୃତ ଇସ୍ପାତ ଷ୍ଟ୍ରକ୍ଚର ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବାବେଳେ ଆସବାବପତ୍ର ମୁମ୍ବାଇରେ ପ୍ରସ୍ତୁତ ହୋଇଛି। ବିଲ୍ଡିଂରେ ଲାଗିଥିବା ପଥରର ଜାଲି କାମ ରାଜସ୍ଥାନର ରାଜନଗର ଓ ଉତ୍ତରପ୍ରଦେଶର ନୋଏଡ଼ାରୁ ଆସିଛି। ଅଶୋକ ଚକ୍ର ପାଇଁ ଆବଶ୍ୟକ ଉପକରଣ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ରାଜସ୍ଥାନର ଜୟପୁରରୁ ଅଣାଯାଇଥିଲା। ହରିୟାଣାର ଚର୍ଖି ଦାଦ୍ରିରୁ ଆସିଥିବା ନିର୍ମାଣ ବାଲିରେ ନୂଆ ସଂସଦ ଭବନ ତିଆରି ହୋଇଛି। ବିଶାଳ ପଥର ଓ ଗ୍ରାନାଇଟ୍‌ ଗୁଣ୍ଡ କଲାବେଳେ ଏହି ବାଲି ବାହାରିଥିବାରୁ ଏହାକୁ ପରିବେଶ ଅନୁକୂଳ ବାଲି ବିବେଚନା କରାଯାଏ। ବିଲ୍ଡିଂରେ ଲାଗିଥିବା ଫ୍ଲାଏ ଆଶ୍‌ ଇଟା ହରିୟାଣା ଓ ଉତ୍ତରପ୍ରଦେଶରୁ ଆସିଥିବାବେଳେ ପିତ୍ତଳ କାର୍ଯ୍ୟ ଏବଂ ପ୍ରି-କାଷ୍ଟ ଟ୍ରେଞ୍ଚ୍‌ ଗୁଜରାଟର ଅହମଦାବାଦରୁ ଅଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବର ୧୦ରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ନୂଆ ପାର୍ଲାମେଣ୍ଟ ଭବନର ଶିଳାନ୍ୟାସ କରିବା ପରେ ୨୦୨୧ ପ୍ରଥମ ଭାଗରୁ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସଂସଦ ଭବନ ସ୍ଥାପତ୍ୟକୁ କଫିନ୍‌ ସହ ତୁଳନା କଲା ଆର୍‌ଜେଡି

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନୂଆ ପାର୍ଲାମେଣ୍ଟ ଭବନର ସ୍ଥାପତ୍ୟକୁ କଫିନ୍‌ ସହ ତୁଳନା କରିବା ପରେ ଭାଜପା ଏହାର କଡ଼ା ସମାଲୋଚନା କରିଛି। ୨୦୨୪ ଲୋକ ସଭା ନିର୍ବାଚନରେ ବିହାର ଜନସାଧାରଣ ଆରଜେଡିକୁ ସମାଧି ଦେଇଦେବେ ବୋଲି ଭାଜପା କହିଛି। ଆର୍‌ଜେଡି ପକ୍ଷରୁ କଫିନ୍‌ ଏବଂ ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଫଟୋ ପାଖାପାଖି ଥରଖି ଟୁଇଟ୍‌ କରାଯାଇଥିଲା। ପ୍ରଥମ ଫଟୋ ଆର୍‌ଜେଡିର ଭବିଷ୍ୟତ ଏବଂ ଦ୍ୱିତୀୟଟି ଭାରତର ଭବିଷ୍ୟତ ବୋଲି ବିହାର ଭାଜପା ଶାଖା ପକ୍ଷରୁ ଟୁଇଟ୍‌ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?