ନୂଆ ସିଜେଆଇ

ନିକଟରେ ଉତ୍ତରପ୍ରଦେଶ ନଏଡାର ବେଆଇନ ନିର୍ମିତ ଟ୍ବିନ୍‌ ଟାଓ୍ବାର ଧ୍ୱଂସ ଲାଗି ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପୀଠର ମୁଖ୍ୟ ଥିଲେ ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼। ସେ ରାଇଟ୍‌ ଟୁ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ସୁରକ୍ଷା ଅଧିକାର ଏକ ମୌଳିକ ଅଧିକାର ବୋଲି ୯ ଜଣିଆ ସାମ୍ବିଧାନିକ ପୀଠର ମୁଖ୍ୟ ରାୟ ଲେଖିଥିଲେ। ସେହିପରି ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୭୭ ବଳରେ ସହମତିରେ ଅପ୍ରାକୃତିକ ଯୌନ ସମ୍ପର୍କକୁ ଅପରାଧ ବୋଲି ରହିଆସିଥିବା ବିଧିରେ ପରିବର୍ତ୍ତନ କରାଯାଇ ସମାନତା ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଯିବା ସଂକ୍ରାନ୍ତ ଯେଉଁ ପ୍ରଗତିଶୀଳ ରାୟ ଦିଆଯାଇଥିଲା, ସେହି ପୀଠର ଜଣେ ସଦସ୍ୟ ଭାବେ ଚନ୍ଦ୍ରଚୂଡ଼ଙ୍କ ଯୁକ୍ତି ଥିଲା ଉଲ୍ଲେଖନୀୟ। ଆଧାରର ସାମ୍ବିଧାନିକ ବୈଧତା ନେଇ ୫ ଜଣିଆ ପୀଠର ଜଣେ ସଦସ୍ୟ ଭାବେ ରାୟରେ ବିସମ୍ମତ ପ୍ରକାଶ ପୂର୍ବକ ତାହାକୁ ବ୍ୟକ୍ତିଗତ ମୌଳିକ ଅଧିକାରର ଉଲ୍ଲଂଘନ କହି ସେ ଦର୍ଶାଇଥିବା ଯୁକ୍ତି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ସାବରିମାଳା ମନ୍ଦିରକୁ ରଜୋଦର୍ଶନ କରିଥିବା ଯୁବତୀ ବା ମହିଳାଙ୍କ ପ୍ରବେଶ ନେଇ ଥିବା ପକ୍ଷପାତିତା ଓ ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ଉଲ୍ଲେଖ କରାଯାଇ ଯେଉଁ ରାୟ ପ୍ରକାଶ ପାଇଥିଲା, ସେଥିରେ ସେ ସହମତ ହୋଇଥିଲେ। ଅନୁରୂପ ଭାବେ ଭାରତବର୍ଷର ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ପ୍ରତିଷ୍ଠା ଓ ମସ୍‌ଜିଦ୍‌ ନିର୍ମାଣ ଲାଗି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ୫ ଏକର ବିକଳ୍ପ ଜମି ଯୋଗାଇ ଦେବାକୁ କେନ୍ଦ୍ରକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସର୍ବସମ୍ମତି କ୍ରମେ ଦିଆଯାଇଥିବା ୫ ଜଣିଆ ସାମ୍ବିଧାନିକ ପୀଠ ରାୟର ମଧ୍ୟ ସେ ଏକ ଅଂଶ ଥିଲେ। ଏହିଭଳି ଅନେକ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ବେଳେ ନିଜ ପିତା ତଥା ସୁପ୍ରିମକୋର୍ଟର ସର୍ବାଧିକ କାଳ ଧରି ପ୍ରଧାନ ବିଚାରପତି ରହିଥିବା ଓ୍ବାଇ. ଭି. ଚନ୍ଦ୍ରଚୂଡ଼ଙ୍କ ଜଜ୍‌ମେଣ୍ଟରେ ଏକମତ ନ ହୋଇ ସେ ଯେଉଁ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି, ତାହା ତାଙ୍କୁ ଜଣେ ବାସ୍ତବବାଦୀ ବିଚାରପତିରେ ପରିଣତ କରିଦେଇଛି। ୧୭ ଅକ୍ଟୋବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ନିଯୁକ୍ତ ହୋଇଥିବା ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ପରେ ୯ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଚର୍ଚ୍ଚା ହେବାର ଏବେ ଅବକାଶ ସୃଷ୍ଟି ହୋଇଛି।
ଧନଞ୍ଜୟ ୟଶଓ୍ବନ୍ତ ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ପିତା ୟଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ମାତା ପ୍ରଭା ଥିଲେ ଶାସ୍ତ୍ରୀୟ ସଙ୍ଗୀତକାର। ବମ୍ବେର କାଥେଡ୍ରାଲ୍‌ ଆଣ୍ଡ୍‌ ଜନ୍‌ କାନନ୍‌ ସ୍କୁଲ ଓ ଦିଲ୍ଲୀର ସେଣ୍ଟ୍‌ କଲମ୍ବସ୍‌ ସ୍କୁଲରୁ ପଢ଼ା ଶେଷ କରିବା ପରେ ୧୯୭୯ରେ ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତି ଓ ଗଣିତ ବିଷୟବସ୍ତୁ ରଖି ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଆଇନ ବିଶାରଦ ପିତାଙ୍କ ଯୋଗ୍ୟ ଦାୟାଦ ଭାବେ ସେ ମଧ୍ୟ ଏହି ବୃତ୍ତିରେ ନିଜକୁ ସମିଲ କରିବାକୁ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍‌ ଲ’ରେ ଭର୍ତ୍ତି ହୋଇଥିଲେ। ସେଠାରୁ ୧୯୮୨ରେ ଉତ୍ତୀର୍ଣ୍ଣ ହେବା ପରେ ଆଇନରେ ଉଚ୍ଚଶିକ୍ଷା ଲାଭ କରିବା ସକାଶେ ଆମେରିକାର ହାର୍ଭାର୍ଡ ଲ’ ସ୍କୁଲ ଯାଇ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ମେଧାସମ୍ପନ୍ନ ଧନଞ୍ଜୟ ହାର୍ଭାର୍ଡରେ ଆଇନବିଦ୍ୟାରେ ଉତ୍କର୍ଷ ଲାଭ କରିବା ପରେ ମର୍ଯ୍ୟାଦାଜନକ ଯୋଶେଫ୍‌ ଏଚ୍‌. ବିଅଲ୍‌ ପୁରସ୍କାର ପାଇଥିଲେ। ଜୁରୁଡିକାଲ ସାଇନ୍ସରେ ଡକ୍ଟୋରେଟ୍‌ କରିବା ଲାଗି ସେ ସେଠାରେ ରହି ଗବେଷଣାରେ ମନୋନିବେଶ କରିଥିଲେ। ୧୯୮୬ରେ ସେ ପିଏଚ୍‌.ଡି. ଲାଭ କରିଥିଲେ।
ଧନଞ୍ଜୟ ଯେଉଁ ସମୟରେ ଆଇନ ବିଦ୍ୟାକୁ ନେଇ କ୍ୟାରିୟର ଆରମ୍ଭ କରିବାକୁ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୧୯୮୨ରେ ପାଠ ପଢ଼ିଥିଲେ, ସେତେବେଳେ ଯୁବ ଆଇନ ଛାତ୍ରଙ୍କୁ କମ୍‌ ଚାକିରି ମିଳୁଥିଲା। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ସେ ଓକିଲ ଓ ବିଚାରପତିଙ୍କ ଅଧୀନରେ ଜୁନିୟର ଆଡ୍‌ଭୋକେଟ ଭାବେ କାର୍ଯ୍ୟ କରିଥିଲେ। ବିଶିଷ୍ଟ ଆଇନଜ୍ଞ ଫଲି ନରିମାନ୍‌ଙ୍କ ପାଖରେ ରହି ଡ୍ରାଫ୍ଟି କୌଶଳ ଶିଖିଥିଲେ। ତେବେ ହାର୍ଭାର୍ଡରୁ ଡିଗ୍ରୀ ଅର୍ଜନ କରିବା ପରେ ସୁଲିଭିଆନ୍‌ ଆଣ୍ଡ୍‌ କ୍ରୋମ୍‌ଓ୍ବେଲ୍‌ ଲ’ ଫାର୍ମରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିଲେ। ସେଠାରୁ ଭାରତ ପ୍ରତ୍ୟାବର୍ତ୍ତନ କରି ସୁପ୍ରିମକୋର୍ଟ ଓ ବମ୍ବେ ହାଇକୋର୍ଟରେ ଲ’ ପ୍ରାକ୍ଟିସ୍‌ କଲେ। ଜୁନ୍‌ ୧୯୯୮ରେ ସେ ବମ୍ବେ ହାଇକୋର୍ଟରେ ସିନିୟର ଆଡ୍‌ଭୋକେଟ ମାନ୍ୟତା ପାଇଥିଲେ। ଦକ୍ଷତା ବଳରେ ସେ ସେହି ବର୍ଷ ଭାରତର ଆଡିସନାଲ ସଲିସିଟର ଜେନେରାଲ ନିଯୁକ୍ତ ହୋଇଥିଲେ। ୨୯ ମାର୍ଚ୍ଚ ୨୦୦୦ରେ ବମ୍ବେ ହାଇକୋର୍ଟ ବିଚାରପତି, ୩୧ ଅକ୍ଟୋବର ୨୦୧୩ରେ ଆଲ୍ଲାହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ପରେ ୧୩ ମେ ୨୦୧୬ରେ ଦେଶର ଶୀର୍ଷ ଅଦାଲତରେ ସେ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଆଇନର ବୃହତ୍‌ ପରିସରରେ ନିଜକୁ ନିମଜ୍ଜିତ କରିପାରିଥିବା ଧନଞ୍ଜୟ ଚାକିରି ସହିତ ଦେଶ ବିଦେଶର କେତେକ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଜଣେ ସୁବକ୍ତା ଭାବେ ଅନ୍ତର୍ଜାତୀୟ ମଞ୍ଚରେ ଆଇନ ସମ୍ବନ୍ଧୀୟ କ୍ଳିଷ୍ଟ ବିଷୟବସ୍ତୁକୁ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦୁଇ ବର୍ଷ ଯାଏ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନରେ ବସିବେ। ତେବେ ୨୦୨୦ ନଭେମ୍ବର ୧୧ରେ ସାରା ଦିନ ଜରୁରୀ ଜାମିନ ଉପରେ ଶୁଣାଣି କରିବାରେ ସମୟ ଦେଇଥିବା ଧନଞ୍ଜୟ ଅଦାଲତ ପରିସରରେ ଜନ୍ମଦିନର ଶୁଭେଚ୍ଛା ପାଇବା ବେଳେ କହିଥିଲେ-ଆଇନ ତାଙ୍କ ଜୀବନ ଓ ତାହାକୁ ଖୁବ୍‌ ଭଲ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri