Posted inଖେଳ

ନେଶନ୍ସ ଲିଗ୍‌: ଜର୍ମାନୀ ଦଳକୁ ଫେରିଲେ ନୁଏର

ଫ୍ରାଙ୍କଫର୍ଟ, ୩।୧୦ (ପି.ଟି.): ଅଭିଜ୍ଞ ଫୁଟବଲର ମାନୁଏଲ ନୁଏର ଜର୍ମାନୀ ଫୁଟବଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ୧୧ମାସ ପରେ ବେୟର୍ନ ମ୍ୟୁନିକ୍‌ ଗୋଲକିପର ୩୪ ବର୍ଷୀୟ ନୁଏର ଶୁକ୍ରବାର ଘୋଷିତ ହୋଇଥିବା ଜର୍ମାନୀ ଦଳରେ ସ୍ଥାନ ପାଇଛନ୍ତି। ନେଶନ୍ସ ଲିଗ୍‌ରେ ଆଗକୁ ଖେଳାଯିବାକୁ ଥିବା ତୁର୍କୀ, ୟୁକ୍ରେନ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି।
ନୁଏରଙ୍କ ସହ ଲିପ୍‌ଜିଗ୍‌ ଡିଫେଣ୍ଡର ଲକାସ କ୍ଲୋଷ୍ଟେରମ୍ୟାନ୍‌ ଓ ମାର୍ସେଲ ହାଲଷ୍ଟେନବର୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଏହି ୩ ଖେଳାଳି ଅଗଷ୍ଟରେ ଚାମ୍ପିୟନ୍ସ ଲିଗ୍‌ ଟୁର୍ନାମେଣ୍ଟ ଖେଳିଥିଲେ। ବିଶ୍ରାମ ନେବାକୁ ଏହି ଖେଳାଳିମାନେ ଗତମାସ ଖେଳାଯାଇଥିବା ସ୍ପେନ୍‌ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ। ବୁଧବାର ତୁର୍କୀ ବିପକ୍ଷରେ ଜର୍ମାନୀ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ନେଶନ୍ସ ଲିଗ୍‌ରେ ଅକ୍ଟୋବର ୧୦ରେ ୟୁକ୍ରେନ ଓ ୧୩ରେ ସୁଇଜରଲାଣ୍ଡ ବିପକ୍ଷରେ ଜର୍ମାନୀ ମ୍ୟାଚ୍‌ ଖେଳିବ। ଗତ ନଭେମ୍ବରରେ ଜର୍ମାନୀ ୟୁରୋପିଆନ ଚାମ୍ପିୟନ୍‌ଶିପ୍‌ କ୍ୱାଲିଫାଇଂରେ ଇସ୍ତୋନିଆ ଓ ବେଲାରୁଷ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଏଥିରେ ଜର୍ମାନୀ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ

ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ସିରିଜ...

ହାଫ୍‌ ମାରାଥନରେ ଦ୍ରୁତତମ ମହିଳା ବ୍ରିଗିଡ କୋସ୍‌ଗି

ଲଣ୍ଡନ,୯।୯(ଏଏଫ୍‌ପି): କେନିଆର ବ୍ରିଗିଡ କୋସ୍‌ଗି ହାଫ୍‌ ମାରାଥନରେ ବିଶ୍ୱର ଦ୍ରୁତତମ ମହିଳା ହେବାର ରେକର୍ଡ ଅଧିକାର ହୋଇଛନ୍ତି। ଗ୍ରେଟ୍‌ ନର୍ଥ ରନ୍‌କୁ ସେ ଏକ ଘଣ୍ଟା,...

ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ: ବର୍ଷା ଯୋଗୁ ରିଜର୍ଭ ଡେ’କୁ ଖେଳ ଘୁଞ୍ଚିଲା

ଥିରୁଭାନନ୍ତପୁରମ,୫।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବୁଧବାର ଭାରତ ଏ’ ଓ ଦକ୍ଷିଣ ଆଫ୍ରିକା ଏ’ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ...

ଟେଷ୍ଟ ସିରିଜ୍‌ ପୋଛିଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୪।୩: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନ ମଧ୍ୟରେ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟରେ ରୋହିତ...

ଟ୍ରାକ୍‌ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ

ଲସ୍‌ ଏଞ୍ଜେଲସ୍‌,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍‌ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସେ କିମ୍ବଦନ୍ତୀ ଧାବକ ଉସେନ...

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ...

ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

ପୂର୍ବାଞ୍ଚଳ ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ (ଓଏସଟିସିଏ) ଆନୁକୂଲ୍ୟରେ ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ର ୩ୟ ସଂସ୍କରଣ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ...

Advertisement
Archives

Model This Week