Posted inଖେଳ

ଫିଟ୍‌ ଇଣ୍ଡିଆ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି ୧୦ କୋଟି

ନୂଆଦିଲ୍ଲୀ,୩।୧୦(ପି.ଟି.): ଏପର୍ଯ୍ୟନ୍ତ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ‘ଫିଟ୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଦେଶବାସୀଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଆରପିଏଫ୍‌ର ଏକ ଦିବ୍ୟାଙ୍ଗ ଦଳ ୧୬ ଦିନ ମଧ୍ୟରେ ୧,୦୦୦ କି.ମି. ଅତିକ୍ରମ କରି ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ବାହାରି ଦିଲ୍ଲୀ ପହଞ୍ଚିଛନ୍ତି ବୋଲି ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲଞ୍ଚ୍‌ ହୋଇଥିବା ଏହି ଅଭିଯାନ ନେଇ ଏକ ସମୀକ୍ଷା କରିଥିଲି। ଖୁସିର ସହିତ କହିବାକୁ ଚାହୁଁଛି ଯେ, ଏହି ଅଭିଯାନରେ ୧୦ କୋଟି ଲୋକ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜଘାଟରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ ଏହି କଥା କହିଛନ୍ତି। ସିଆରପିଏଫ୍‌ ଏହି ଅଭିଯାନରେ ଯୋଗଦେବା ଏକ ବଡ଼ କଥା ଓ ଏହା ଦ୍ୱାର ବହୁ ଲୋକ ସକାରାତ୍ମକ ଭାବେ ପ୍ରଭାବିତ ହୋଇଛନ୍ତି। ସିଆର୍‌ପିଏଫ୍‌ର ଦିବ୍ୟାଙ୍ଗ ଯୋଦ୍ଧାଙ୍କ ଏହି ସାଇକେଲ ରାଲି ଦେଶବାସୀଙ୍କୁ ବହୁ ବାର୍ତ୍ତା ପ୍ରଦାନ କରୁଛି। ଏହା ଦ୍ୱାରା ଲୋକଙ୍କ ପାଖରେ ଶାନ୍ତି, ଦୃଢ଼ ସଂକଳ୍ପ ଓ ଉତ୍ସାହର ବାର୍ତ୍ତା ପହଞ୍ଚିଛି ବୋଲି ସେ କହିଛନ୍ତି।
ଦେଶରେ ଦିବ୍ୟାଙ୍ଗ କ୍ରୀଡ଼ାବିତ ଓ ଆଥଲେଟଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ସବୁକିଛି କରିବାକୁ ପ୍ରସ୍ତୁତ ଅଛି। ପାରା- ଆଥଲେଟ ଓ ରେଗୁଲାର ଆଥଲେଟଙ୍କୁ ସରକାର ସମାନ ନଜରରେ ଦେଖୁଛନ୍ତି। ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ସଫଳତା ହାସଲ କରୁଥିବା ଆଥଲେଟ ଦେଶ ପାଇଁ ସମାନ ଭାବେ ଗୌରବ ଆଣିଥାନ୍ତି। ତେବେ ପାରା ଆଥଲେଟଙ୍କ ପାଇଁ ଆହୁରି କିଛି କରିବାର ଆବଶ୍ୟକତା ରହିଛି ବୋଲି ସେ ସ୍ବୀକାର କରିଛନ୍ତି। ସବୁ ପ୍ରକାର କ୍ରୀଡ଼ାର ଉନ୍ନତି ପାଇଁ ସରକାର ବଦ୍ଧପରିକର ବୋଲି ରିଜିଜୁ କହିଛନ୍ତି। ପାରା ଆଥଲେଟ୍‌ ତଥା ଦିବ୍ୟାଙ୍ଗ ଆଥଲେଟ୍‌ଙ୍କ ପାଇଁ ଭିତ୍ତିଭୂମି ନ ଥିଲେ କୌଣସି ଷ୍ଟାଡିୟମ କିମ୍ବା ସ୍ପୋଟର୍‌ସ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ନୁହଁ। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସବୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରିଜିଜୁ କହିଛନ୍ତି।
ଏହି ସାଇକେଲ ରାଲିକୁ ସିଆରପିଏଫ୍‌ ଡାଇରେକ୍ଟର ଜେନେରାଲ ଏ.ପି. ମାହେଶ୍ୱରୀ ପ୍ରଶଂସା କରିଛନ୍ତି। ଦେଶର ସର୍ବବୃହତ୍‌ ପାରାମିଲିଟାରି ଫୋର୍ସ ରୂପେ ବିବେଚିତ ହେଉଥିବା ସିଆରପିଏଫ୍‌ ଦିବ୍ୟାଙ୍ଗ ଆଥଲେଟ୍‌ଙ୍କ ସୁବିଧା ତଥା ଉନ୍ନତି ପାଇଁ ନୀତି ନିର୍ଦ୍ଧାରଣ କରୁଛି। ଦେଶର ସେବା କରିବା ଅବସରରେ ଏହି ଦିବ୍ୟାଙ୍ଗ ଯୋଦ୍ଧାମାନେ ଆହତ ହୋଇଛନ୍ତି। ପାରା ସ୍ପୋଟର୍‌ସରେ ଏମାନେ ଯେପରି ଶୀର୍ଷରେ ପହଞ୍ଚିବେ ସେ ନେଇ ବ୍ୟବସ୍ଥା କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ଅହମ୍ମଦାବାଦ୍‌ରୁ ଏହି ସାଇକେଲ ରାଲିଙ୍କୁ ପତାକା ଦେଖାଇ ଉଦ୍‌ଘାଟନ କରାଯାଇଥିଲା। ଏଥିରେ ୬ ଜଣ ମହିଳାଙ୍କ ସମେତ ସିଆରପିଏଫ୍‌ ଅଧିକାରୀ ଆର.କେ. ସିଂ ମଧ୍ୟ ଯୋଗ ଦେଇଥିଲେ। ୨୦୧୧ରେ ଏହି ଅଧିକାରୀ ଜଣକ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ଲଢେଇ କରି ଆହତ ହୋଇଥିଲେ ଓ ବାମ ଗୋଡ ହରାଇଥିଲେ। ତାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ) ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri