ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ନିକଟରେ ସୋନୁ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ‘ଏଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ଆଓ୍ବାର୍ଡ’ ପାଇଛନ୍ତି। ଏପରିକି ଲୋକମାନେ ସୋନୁଙ୍କୁ ଭଗବାନ ଭାବରେ ସମ୍ବୋଧନ କରୁଛନ୍ତି। ଆହୁରି ମଧ୍ୟ ଅନେକ ପ୍ରଶଂସକ ନିଜ ନିଜ ଢଙ୍ଗରେ ସୋନୁଙ୍କୁ ପ୍ରଶଂସା କରିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ତାଙ୍କ ରେଷ୍ଟୁରାଣ୍ଟର ନାମ ସୋନୁ ସୁଦ ରଖିଛନ୍ତି। ଏହି ବ୍ୟକ୍ତିଙ୍କ କାର୍ଯ୍ୟରେ ସୋନୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ସୋନୁଙ୍କୁ ଟ୍ୟାଗ୍‌ କରି ଜଣେ ୟୁଜର ଲେଖିଛନ୍ତି: ‘ବେଗମ୍‌ପେଟ୍‌ ହାଇଦ୍ରାବାଦର ଅନିଲ କୁମାରଙ୍କୁ ଭେଟ। ସେ ଚାଇନିଜ୍‌ ନାମ ହଟାଇ ସୋନୁ ସୁଦ ସାର୍‌ଙ୍କ ନାମ ଏବଂ ଫଟୋ ରଖିଛନ୍ତି। ସେ ମୋତେ କହିଥିଲେ ଯେ, ମୁଁ ଭଗବାନଙ୍କୁ କେବେ ବିଶ୍ୱାସ କରେ ନାହିଁ। କିନ୍ତୁ ପ୍ରକୃତ ଭଗବାନଙ୍କୁ ଦେଖିଛନ୍ତି। ସେ ହେଉଛନ୍ତି ସୋନୁ ସୁଦ। ୟୁଜରଙ୍କ ଏହି ଟୁଇଟ୍‌ରେ ସୋନୁ ଲେଖିଛନ୍ତି, କ’ଣ ଏଠାରେ ମୋତେ ଟ୍ରିଟ୍‌ ମିଳିବ? ସୋନୁଙ୍କ ଏହି ଟୁଇଟ୍‌ ଦେଖି ପ୍ରଶଂସକମାନେ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଦୀପାବଳି ପାଳନ କଲେ ଅନୁଷ୍କା

ମୁମ୍ବାଇ: କରୋନା ମହାମାରୀ ପାଇଁ ଏବେବି ଲୋକଙ୍କ ମନରେ ଭୟ ଥିବା ବେଳେ ଏଥର ଆଲୋକର ପର୍ବ ଦୀପବଳି ବି ଫିକା ପଡି ଯାଇଛି ।...

କମ୍‌ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍‌ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର...

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ୍‌ ଲିସିସ୍‌ଙ୍କୁ ଚୟନ କରାଯାଇଛି। ୩୫୦ କିଲୋ ଓଜନର ଜିନିଷ ଠାରୁ...

ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ...

ପ୍ରଥମ ଥର ଲାଗି ଏକାଠି ହେବେ ପ୍ରିୟଙ୍କା-ରାଜ କୁମାର ରାଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି କାମ କରିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ରାଜକୁମାର ରାଓ। ତେବେ ଫିଲ୍ମଟି କେବଳ ନେଟ୍‌ଫିଲ୍ସ ଚ୍ୟାନେଲ୍‌ରେ ରିଲିଜ...

ମୋଟି ବୋଲି ଫିଲ୍ମନିର୍ମାତାଙ୍କ କଟୁ କଥା ଶୁଣୁଥିଲେ ରେଖା: ଓଜନ କମାଇବା ପାଇଁ ବାଛିଥିଲେ ଭୁଲ ବାଟ; ହେଲେ..

ବମ୍ବେ: ଆଜି ବି ଏଭରଗ୍ରୀନ ରେଖାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ସୁନ୍ଦରତାଠାରୁ ଆରମ୍ଭ କରି ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ପାରନ୍ତି। ଖାସ୍‌ ଏଥିପାଇଁ ପ୍ରଶଂସକମାନେ...

ଇନ୍‌ଷ୍ଟାଗ୍ରାମରୁ ଫଟୋ ଡିଲିଟ୍‌ କଲେ କନିକା କପୁର

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣିବାକୁ ମିଳିଥିଲା। ସେ ଲଣ୍ଡନରୁ ଫେରି ଏହି...

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍‌କୁ ପାର ହେବା...

Seven Jackpot
Advertisement


Archives

Model This Week

Why Dharitri