Posted inଫୁରସତ

ପରିବର୍ତ୍ତନର ନାଁ ବାଇଡେନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ହାରିିଗଲେ ଓ ପୂର୍ବତନ ଉପରାଷ୍ଟ୍ରପତି ବାଇଡେନ୍‌ ଜିତିଲେ। ଏମିତି ଦେଖିଲେ ସାଧା କଥା। ନିର୍ବାଚନ ଏକ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା। ପୂର୍ବରୁ ମଧ୍ୟ ଅନେକ ଶାସକ ପରାଜିତ ହୋଇଛନ୍ତି। କିନ୍ତୁ ସାମଗ୍ରିକ ଭାବେ ବିଚାର କଲେ ଅହଂକାରୀ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରାଜୟ ଓ ଅନୁଭବୀ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ପୁନଃ ଅଭ୍ୟୁଦୟ ଭୂ-ରାଜନୈତିକ ପ୍ରେକ୍ଷାପଟରେ ଅନେକ ପରିବର୍ତ୍ତନର ସଙ୍କେତ ଦିଏ। ୭୪ ବର୍ଷୀୟ ଶକ୍ତିଶାଳୀ ନେତା ଟ୍ରମ୍ପ୍‌ଙ୍କୁ ତାଙ୍କ ପାର୍ଟିର ଗୋଟିଏ ପରେ ଗୋଟିଏ ଦୁର୍ଗରେ ଧରାଶାୟୀ କରିବା ସହଜ କି ସମ୍ଭବ ନ ଥିଲା। ହେଲେ ଏହି ଅସମ୍ଭବକୁ ବାସ୍ତବର ରୂପ ଦେଇଛନ୍ତି ୭୭ ବର୍ଷୀୟ ରାଜନେତା ବାଇଡେନ୍‌।
ଆମେରିକାର ମଙ୍ଗ ଜୋ ବାଇଡେନ୍‌ଙ୍କ ହାତକୁ ଏମିତି ସମୟରେ ଆସିଛି ଯେତେବେଳେ କରୋନା ମହାମାରୀ ଯୋଗୁ ଏହି ପାଶ୍ଚାତ୍ୟ ଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅବଶିଷ୍ଟ ପୃଥିବୀ ସବୁ କଥାରେ ଆମେରିକାକୁ ଦେଖୁଥିବାବେଳେ ଘାତକ କୋଭିଡ୍‌ ମାଡ଼ରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ଅଣ୍ଟା ନଇଁ ଯାଇଛି। କୁଢ଼ କୁଢ଼ ଶବ, ଭଣ ଭଣ ସଂକ୍ରମଣ, ମୃତ୍ୟୁର ଆତଙ୍କ ଓ ପରିଜନଙ୍କ ଚିତ୍କାର ସହ ବଢ଼ିଚାଲିଥିବା କବର ସଂଖ୍ୟା କହିଦେଉଛି ଯେ, ସ୍ଥିତି ଆଦୌ ଭଲ ନାହିଁ। କୋଭିଡ୍‌-୧୯ ଭୂତାଣୁଜନିତ କଟକଣା ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି। ମାନ୍ଦାବସ୍ଥା ଓ ବେକାରି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଥିବାବେଳେ ଭଙ୍ଗାଘର ସଜାଡ଼ିବା ବଡ଼ ଚ୍ୟାଲେଞ୍ଜ ସାଜିଛି।
ଗୋଟି ଗୋଟି କରି ଅନେକ ଆନ୍ତର୍ଜାତିକ ଚୁକ୍ତିରୁ ଆମେରିକା ଓହରିଯିବା ଟ୍ରମ୍ପ୍‌ଙ୍କ ଅସହିଷ୍ଣୁ ତଥା ଏକଚ୍ଛତ୍ରବାଦୀ ବିଚାରଧାରାକୁ ପଦାରେ ପକାଇଥିଲା। ଶରଣାର୍ଥୀ ସମସ୍ୟା ଓ ବର୍ଣ୍ଣଭେଦ ଆନ୍ଦୋଳନ ଟ୍ରମ୍ପ୍‌ ପ୍ରଶାସନକୁ ସବୁଠି ନିନ୍ଦିତ କରିଥିଲା। ଏସବୁ ବିଫଳତାକୁ ଟ୍ରମ୍ପ୍‌ଙ୍କ ପରାଜୟର ପ୍ରମୁଖ କାରଣ କୁହାଯାଉଥିବାବେଳେ ସବୁକିଛିର ସମାଧାନ ସମ୍ଭବ। ଏକତାରୁ ପରିବର୍ତ୍ତନ ସମ୍ଭବ ବୋଲି ନାରା ଦେଇ ନିର୍ବାଚନ ଜିତିଛନ୍ତି ବାଇଡେନ୍‌।
ହେଲେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର ନ କରିବା ହ୍ବାଇଟ୍‌ ହାଉସ୍‌ ପରମ୍ପରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ବର୍ତ୍ତମାନର ଅଭୂତପୂର୍ବ ରାଜନୈତିକ ସ୍ଥିତି ଆମେରିକାକୁ ଦୋଛକିରେ ଛଡ଼ା କରାଇଛି। କାରଣ ଆମେରିକାରେ ଏବେ ବସ୍ତୁତଃ ଦୁଇଜଣ ରାଷ୍ଟ୍ରପତି। ଜଣେ ଚୌକିରେ ବସିବାକୁ ଯାଉଛନ୍ତି ଏବଂ ତାଙ୍କ ପୂର୍ବସୁରୀ ଚୌକି ଛାଡ଼ୁନାହାନ୍ତି। ନିର୍ବାଚନ ଜିତିବାର ୬ ଦିନ ପରେ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇ ଆମେରିକା ପ୍ରତି ଚାଇନା ନିଜ ପୂର୍ବ ଆଭିମୁଖ୍ୟକୁ ଦୋହରାଇଛି କହିଲେ ଚଳେ। ତଥାପି ବେଜିଂ ସହ ଟ୍ରେଡ୍‌ ୱାର୍‌ ପରେ କରୋନା ଭୂତାଣୁକୁ ଚାଇନା ଭାଇରସ୍‌ର ଆଖ୍ୟା ଦେଇଥିବା ବ୍ୟବସାୟୀ ଟ୍ରମ୍ପ୍‌ଙ୍କ ତୁଳନାରେ ବୁଦ୍ଧିଜୀବୀ ବାଇଡେନ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାରେ ସଫଳ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri