ବାପ, ପୁଅଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୬।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଛକ ଜାତୀୟ ରାଜପଥରେ ମିଠା ଦୋକାନୀ ପ୍ରଭାକର ବେହେରା ଓରଫ ଜମ୍ବୁଙ୍କୁ ରବିବାର ଅପରାହ୍ନରେ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିବାବେଳେ ସୋମବାର ପୁଣି ରାସ୍ତାକୁ ଓହ୍ଲାଇଥିଲେ ବଜାର ବ୍ୟବସାୟୀ। ଅଭିଯୁକ୍ତଙ୍କ ଗିରଫ ଦାବି କରି ସାମନ୍ତରାପୁର ଛକ ନିକଟ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୃତ ଜମ୍ବୁଙ୍କ ଫଟୋକୁ ରଖି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେପଟେ ମୃତ ଜମ୍ବୁଙ୍କ ସ୍ତ୍ରୀ ମିନତି ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ବଳରାମ ମିଠା ଦୋକାନୀଙ୍କ ପୁଅ ଦିଲୁ ବେହେରାଙ୍କ ନାମ ରହିଥିଲା। ଏହି ଅଭିଯୋଗ ଆଧାରରେ ପୋଲିସ ବିଳମ୍ବିତ ରାତିରେ ଦିଲୁଙ୍କ ସମେତ ବାପା ଓ ତାଙ୍କ ମିଠା ଦୋକାନର ଜଣେ କାରିଗରଙ୍କୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ଏହି ହତ୍ୟା ପଛରେ ଦିଲୁ ହିଁ ମାଷ୍ଟମାଇଣ୍ଡ୍‌ ଓ ତାଙ୍କ ଇଙ୍ଗିତରେ ଦୁଇଜଣ ସୁପାରି କିଲର ଏଭଳି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି।
ବିଭିନ୍ନ ସମୟରେ ଦିଲୁ ମିଠା ଦୋକାନକୁ ଆସି ବ୍ୟବସାୟ କରୁଥିଲେ। ହେଲେ ରବିବାର ହତ୍ୟାକାଣ୍ଡ ଘଟିବା ସମୟରେ ଓ ପରେ ତାଙ୍କୁ ଦୋକାନରେ ଦେଖିବାକୁ ମିଳୁ ନ ଥିବାରୁ ଆହୁରି ସନ୍ଦେହ ବଢ଼ିଛି। ପୂର୍ବରୁ ମଧ୍ୟ ଅନେକଥର ଦିଲୁ ଓ ଜମ୍ବୁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ସାମନ୍ତରପୁର ଛକରେ ଦୋକାନ ନ ଖୋଲିବାକୁ ଜମ୍ବୁଙ୍କୁ ଧମକ ଦେଇଥିଲେ ଦିଲୁ। ଏପରି କି କଥା ନ ଶୁଣିଲେ ଜୀବନରୁ ମାରି ଦେବେ ବୋଲି ଦିଲୁ କହିଥିବା ମୃ୍‌ତ ଜମ୍ବୁଙ୍କ ସ୍ତ୍ରୀ ମିନତି କହିଛନ୍ତି। ଦିଲୁ ସ୍ଥାନୀୟ ଥାନା ପୋଲିସ ସହ ଭଲ ସମ୍ପର୍କ ରହିଛି। ତେଣୁ ସେ ତାଙ୍କ ଅସ୍ଥାୟୀ ମିଠା ଦୋକାନକୁ ଭଙ୍ଗାରୁଜା କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେଇ ସମାଧାନ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ପୋଲିସ ସୋମବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ହତ୍ୟାକାରୀଙ୍କୁ ଚିହ୍ନଟ କରି ସାରିଛୁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri