ଭାଲୁ ଗୁମ୍ଫାକୁ ଝିଅକୁ ଫୋପାଡିଲେ ମା’, ଆଉ ତା’ପରେ…

ତାସକେଣ୍ଟ,୨।୨: ଜଣେ ମା’ ପାଇଁ, ତାଙ୍କ ଶିଶୁଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ପିଲାମାନଙ୍କର ଅସୁବିଧା ସାମ୍ନାରେ, ମା’ ନିଜ ଜୀବନକୁ ମଧ୍ୟ ବଳି ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଜଣେ ମା’ ନିଜ ପିଲାକୁ ମୃତ୍ୟୁ ମୁଖକୁ ଠେଲି ଦେବା ନିହାତି ଆଶ୍ଚର୍ଯ୍ୟର ବିଷୟ। ଏମିତି ଏକ ହୃଦୟ ବିଦାରକ ଘଟଣା ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଘଟିଛି। ଜଣେ ମା’ ନିଜ ତିନି ବର୍ଷର ନିରୀହ ଝିଅକୁ ଭାଲୁ ଗୁମ୍ଫାରେ ମୃତ୍ୟୁ ପାଇଁ ଫିଙ୍ଗିଦେଇଥିଲେ। ଏହି ଭୟାନକ ମୁହୂର୍ତ୍ତକୁ ସିସିଟିଭିରେ ଦେଖିବାକୁ ମିଳେ। ମା’ ଝିଅକୁ ଭାଲୁ ଭାଲୁ ଏନକ୍ଲୋଜର ସମ୍ମୁଖରେ ରେଲିଂ ଉପରେ ଧରିଛନ୍ତି। ତା’ପରେ ହଠାତ୍‌ ସେ ଝିଅଟିକୁ ଭାଲୁ ଗୁମ୍ଫାରେ ପକାଇଦେଇଛନ୍ତି। ଜୁଜୁ ନାମକ ଏକ ଭାଲୁ ଝିଅକୁ ଶୁଂଘି ଥାଏ କିନ୍ତୁ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଲେ। ପ୍ରାୟ ୬ ଜଣ କର୍ମଚାରୀ ଗୁମ୍ଫାରେ ପ୍ରବେଶ କରି ଭାଲୁକୁ ଗୋଡ଼ାଇ ପିଲାଟିକୁ ନିଜ କୋଳରେ ଉଠାନ୍ତି।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ଆଖିରେ ଲୁହ ଆସିଗଲା, କିନ୍ତୁ ମା’ର ହୃଦୟ ତରଳି ନ ଥିଲା। ସୌଭାଗ୍ୟବଶତଃ, ସେଠାରେ ଉପସ୍ଥିତ କର୍ମଚାରୀମାନେ ଝିଅଟିକୁ ଭାଲୁ ଗୁମ୍ଫାରୁ ଉଦ୍ଧାର କରିଥିଲେ। ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ତା’ର ଇତିହାସ ଦୋହରାଇବ ନାହିଁ: ଚାଇନା

ବେଜିଂ,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ପାକିସ୍ତାନ ଓ ଚାଇନା ଏହି ଗୋଷ୍ଠୀକୁ ସମର୍ଥନ ଦେଇଆସୁଛନ୍ତି। ଏପରି କି ଚାଇନା ମୁହଁରେ ତାଲିବାନ୍‌ ପ୍ରଶଂସାର...

ଜେଲରୁ ୧୮ଶହ କଏଦୀ ଫେରାର

ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍‌କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ...

ଶିରୀନ୍‌ ହେବେ ଆମେରିକା ବିଚାରପତି

ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍‌ ମାଥ୍ୟୁସ୍‌ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ...

ପ୍ରେମିକାଙ୍କ ପାଇଁ ଲଣ୍ଡା ହେଲେ ପ୍ରେମିକ: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ପ୍ରେମ ଲୋକଙ୍କୁ ବହୁତ କିଛି ସିଖାଇଦେଇଥାଏ। କୁହାଯାଏ ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ନିଜ ବିବାହରେ କ୍ୟାମେରାମ୍ୟାନ୍‌ ପାଲଟିଲେ ବର; କନ୍ୟାଙ୍କ ଏଭଳି ଫଟୋଶୁଟ୍‌ କଲେ ଯେ ଭିଡିଓ ହେଉଛି…

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ ବର ନିଜ ବିବାହରେ ନିଜେ ଫଟୋଶୁଟ୍‌ କରୁଛନ୍ତି। ଉତ୍ତର ବୋଧହୁଏ ନା ହେବ। ହେଲେ ଇନ୍‌ଷ୍ଟାଗ୍ରାମରେ...

ପ୍ରଥମ ଦରମା ବାପାଙ୍କୁ ଦେଇଥିଲି: ରାମପ୍ରସାଦ ଚ୍ୟାଉପଟ୍ଟନାୟକ

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁରରେ ମୋ ଜନ୍ମ। ମା’ ସୁହାସିନୀ ଓ ବାପା ହରମୋହନ ଚ୍ୟାଉପଟ୍ଟନାୟକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଇଚ୍ଛା ଥିଲା...

ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍‌ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର

ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍‌ ଅଥବା ହାଫଥୋର...

ଆଲୋଚନା ପୂର୍ବରୁ ପାକ୍‌ କଠୋର ପଦକ୍ଷେପ ନେଉ

ଜାତିସଂଘ,୨୬ା୯(ପି.ଟି.): ପାକିସ୍ତାନ ସହ ଆଲୋଚନା ପୂର୍ବରୁ ଇସ୍‌ଲାମାବାଦକୁ କେତେକ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ...

Advertisement
Archives

Model This Week